Honouring Freedom Fighter Parbati Giri: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ କର୍ମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ କର୍ମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି....

Chief Minister thanks Prime Minister

Chief Minister thanks Prime Minister Photograph: (sambad.in)

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ କର୍ମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକୁ ସମଗ୍ର ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜାନୁଆରି ୨୦୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପୂର୍ବରୁ ତାଙ୍କୁ ମନେ ପକାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ବତୀ ଗିରିଙ୍କୁ ଓଡ଼ିଶାର ସବୁଠାରୁ ପୂଜ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ଭାବରେ ବର୍ଣ୍ଣନା କରିଥିଲେ, ଯିଏ ଗରିବ, ନିଷ୍ପେସିତ ଏବଂ ଆଦିବାସୀ ସମ୍ପ୍ରଦାୟର ସେବା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।

ଆହୁରି ପଢ଼ନ୍ତୁ:IMD's Dense Fog Warning:ଆଉ ୫ ଦିନ ଘନ କୁହୁଡ଼ି, ଜାନୁଆରି ୨ରୁ କମିବ ଶୀତ

'ଅଗ୍ନିକନ୍ୟା'ଙ୍କ ଅବଦାନକୁ ସ୍ମରଣ କରିବା ରାଜ୍ୟ ପାଇଁ ଗର୍ବର ବିଷୟ

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ କହିଛନ୍ତି, ରବିବାରର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ଜଣାଉଛି। ସେ ତାଙ୍କ ସମଗ୍ର ଜୀବନ ଅବହେଳିତଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ଓଡ଼ିଶାର ଏହି 'ଅଗ୍ନିକନ୍ୟା'ଙ୍କ ଅବଦାନକୁ ସ୍ମରଣ କରିବା ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ସର୍ବଦା ‘ପୂଜ୍ୟପୂଜା’ ପରମ୍ପରାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଦେଶର ଅନେକ ଜ୍ଞାତ ଓ ଅଜ୍ଞାତ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ଦିଗରେ ତାଙ୍କର ପ୍ରୟାସ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ମନ କି ବାତର ୧୨୯ତମ ଏପିସୋଡ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ, ସେ ୧୬ ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ସ୍ୱାଧୀନତା ପରେ ସମାଜସେବା ପ୍ରତି ତାଙ୍କର ଜୀବନବ୍ୟାପୀ ପ୍ରତିବଦ୍ଧତା, ବିଶେଷକରି ଆଦିବାସୀ କଲ୍ୟାଣ ଏବଂ ଅନେକ ଅନାଥାଶ୍ରମ ପ୍ରତିଷ୍ଠା ପ୍ରତି ତାଙ୍କର କାର୍ଯ୍ୟ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଜାନୁଆରି ୨୦୨୬ ରେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ ତାଙ୍କ ଜୀବନକୁ ଭବିଷ୍ୟତ ପିଢ଼ିଙ୍କକ ପାଇଁ ପ୍ରେରଣାର ଉତ୍ସ ଭାବରେ ବର୍ଣ୍ଣନା କରିଥିଲେ।

ଆହୁରି ପଢ଼ନ୍ତୁ:Operation Sindoor : ଅପରେସନ ସିନ୍ଦୂରରେ ୫୦୦ ପାକିସ୍ତାନୀ ମରିଥିଲେ !

ପ୍ରଧାନମନ୍ତ୍ରୀ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କିନ୍ତୁ ଉପଯୁକ୍ତ ସ୍ୱୀକୃତି ପାଇ ନଥିବା ଦେଶବ୍ୟାପୀ ଅଜ୍ଞାତ ନାୟକମାନଙ୍କୁ ମନେ ରଖିବା  ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଏପରି ସ୍ୱାଧୀନତା ସଂଗ୍ରାମୀଙ୍କ ଐତିହ୍ୟକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାକୁ ଆହ୍ୱାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe