ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି ସରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି। କିନ୍ତୁ ରତ୍ନ ଅଳଙ୍କାର ଗଣତିମଣତି ହେଉନି। ଶ୍ରୀ ମନ୍ଦିର ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛି। ଏପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି।

Advertisment

Cyber Attack: ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଆଜି ଏ ସଂପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ନେଇ ଦୁଇଟି ବୈଠକ ହେବ। ପ୍ରଥମ ବୈଠକ ତାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବାବେଳେ ଏହା ପରେ ମୁଖ୍ୟମନ୍ତ୍ରୀ ‌ବୈଠକ ନେବେ। ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି ନେଇ ଏସ୍‌ଓପି ହସ୍ତଗତ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସବୁ ସ୍ପଷ୍ଟ ହେବ।

Pollution: ତାପମାତ୍ରା, ପ୍ରଦୂଷଣ ବଢ଼ାଉଛି ବେଆଇନ ଇଟାଭାଟି