ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ୫ ଘଣ୍ଟାର ଆଲୋଚନା େହଲା। ମାତ୍ର ଗଣତିମଣତି କେବେ ହେବ, ତାରିଖ ଧାର୍ଯ୍ୟ ହୋଇ ପାରିଲାନାହିଁ। ଆସନ୍ତା ରଥଯାତ୍ରା ପୂର୍ବରୁ ଗଣତିମଣତି ହୋଇପାରେ ବୋଲି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି। ଗଣତିମଣତି କିଭଳି ହେବ ସେ ନେଇ ଏସ୍‌ଓପିର ଏକ ଚିଠା ପ୍ରସ୍ତାବ ପାରିତ ହୋଇଛି। ଏହା ପରିଚାଳନା କମିଟିର ସ୍ବୀକୃତି ପାଇବା ପରେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସରକାର ଏସ୍‌ଓପି ଜାରି କରିବା ପରେ ଗଣତିମଣତି କରାଯିବ।

Advertisment

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ପରିଚାଳନା କମିଟି ସ୍ବୀକୃତି ପରେ ସରକାର ଜାରି କରିବେ ଏସ୍‌ଓପି

ଶୁକ୍ରବାର ବସିଥିବା ବିଧି ସବ୍‌କମିଟି ବୈଠକରେ ଏକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା। ସେ ଅନୁଯାୟୀ ଆଜି ଆଲୋଚନା ହୋଇଥିଲା। ଗଣତିମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ବ୍ୟାଘାତ ନହେବ ତାହା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗଣତିମଣତି ଦିନ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରାଯିବ ନାହିଁ। କିନ୍ତୁ ଭିତରକାଠ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ। କେବଳ ଅଧିକୃତ ସେବକ ବା ପାଳିଆ ସେବକ ଗର୍ଭଗୃହକୁ ପ୍ରବେଶ କରିବେ। ସେମାନଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ। ତିନିଟି ପର୍ଯ୍ୟାୟରେ ଗଣତିମଣତି ହେବ। ପ୍ରଥମେ ଚଳନ୍ତି (ନିୟମିତ ବ୍ୟବହାର୍ଯ୍ୟ) ରତ୍ନ ଗଣତି କରାଯିବ। ପରେ ବାହାର ରତ୍ନଭଣ୍ଡାରର ଓ ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ରତ୍ନଭଣ୍ଡାର ଭିତରେ ହିଁ ଏହି ସବୁ ପ୍ରକ୍ରିୟା ହେବ। ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି, ଆର୍‌ବିଆଇର ପ୍ରତିନିଧି, ବଣିଆ ସେବକ ଉପସ୍ଥିତ ରହିବେ। ୧୯୭୮ ମସିହା ଗଣତିମଣତି ତାଲିକା ସହ ମେଳକ କରାଯିବ। ସମୁଦାୟ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସମସ୍ତ ପ୍ରକ୍ରିୟା ଶେଷ ପରେ ଉଭୟ ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିରେ ରଖାଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ସମେତ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପାଟ୍ଟଯୋଶୀ ମହାପାତ୍ର, ଅନ୍ୟ ବରିଷ୍ଠ ସେବାୟତ ଓ ଅଧିକାରୀ ଉପସ୍ଥିତ ଥିଲେ।