Lingaraj's Jaggar preparations: ଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ: ନୀତିରେ ଅବହେଳା ଗ୍ରହଣୀୟ ନ‌ୁହେଁ

Advertisment

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ହେଉଛି। ବଡ଼ ବଡ଼ ପର୍ବପର୍ବାଣିରେ ଠାକୁର ଉପାସ ରହୁଛନ୍ତି। ଆଗକୁ ଜାଗର ଅଛି। ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି....

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ହେଉଛି। ବଡ଼ ବଡ଼ ପର୍ବପର୍ବାଣିରେ ଠାକୁର ଉପାସ ରହୁଛନ୍ତି। ଆଗକୁ ଜାଗର ଅଛି। ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି....

fhsfhfshfsbxv

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ହେଉଛି। ବଡ଼ ବଡ଼ ପର୍ବପର୍ବାଣିରେ ଠାକୁର ଉପାସ ରହୁଛନ୍ତି। ଆଗକୁ ଜାଗର ଅଛି। ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି, ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ଆଗାମୀ ଦିନରେ କିପରି ସେବାୟତ, ନିଯୋଗ ସମୂହ ଓ ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ସେବାରେ ବ୍ୟାହତ ସୃଷ୍ଟି ହେବନି ସେଥିପାଇଁ ମୁଖ୍ୟ ସଚିବ ଅନୁ ଗର୍ଗ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୀତିନୀତିର ସମୀକ୍ଷା କରିଛନ୍ତି। 

Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା

ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ନୀତି ଏବଂ ପୂଜାବିଧିକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ସ୍ପଷ୍ଟ ଭାବେ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୁ ସାରା ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଆରାଧ୍ୟ ଦେବତା। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ। ସେ ଆହୁରି ମଧ୍ୟ କହିଥିଲେ, ଆସନ୍ତା ୧୫ ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଅନେକ ଭିଡ଼ ହେବାର ସମ୍ଭାବନା ରହିଛି। ଜାଗର ଦିନ ଲିଙ୍ଗରାଜଙ୍କ ଦର୍ଶନ ନେଇ ସବୁ ଭକ୍ତଙ୍କ ମନରେ ଆଗ୍ରହ ରହୁଥିବାରୁ ଭିଡ଼କୁ ଆୟତ୍ତ କରିବା ଏବଂ ସମସ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ଏକ ବଡ଼ ଆହ୍ୱାନ। ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୁଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ଲିଙ୍ଗରାଜ ମନ୍ଦିରର ସେବକ ଓ ନିଯୋଗସମୂହ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଏଥିରେ ସାମାନ୍ୟତମ ବ୍ୟତିକ୍ରମ ଅଘଟଣକୁ ଆମନ୍ତ୍ରଣ କରିପାରେ। ତେଣୁ ଚଳିତ ଜାଗରକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ସବୁ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶୃଙ୍ଖଳିତ ଦର୍ଶନ‌ ନେଇ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ ହେବ

ଏହି ବୈଠକରେ ସେବାୟତ ଓ ନିଯୋଗସମୂହ ସହ ସମନ୍ୱୟ ରଖି ଠିକ୍‌ ସମୟରେ ନୀତିକାନ୍ତି ସମାପନ, ପୂଜାବିଧି ପାଳନ, ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା, ମନ୍ଦିର ଭିତରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ବାୟୁ ଚଳାଚଳ, ଅମ୍ଲଜାନ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା। ଏହାସହ ସମୟ ଅନୁସାରେ ରୀତିନୀତିର ତଥ୍ୟ ବିଭିନ୍ନ ଟିଭି, ରେଡିଓ, ମୁଦ୍ରିତ ଗଣମାଧ୍ୟମ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରସାରଣ କରିବାକୁ ସହମତି ହୋଇଥିଲା। ଜାଗର ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ

ଆଜିର ବୈଠକରେ ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ରମୋହନ ସାମଲ, ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଆଇନ ବିଭାଗ ଅତିରିକ୍ତ ସଚିବ ଶିବପ୍ରସାଦ ମହାପାତ୍ର ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe