ଭୁବନେଶ୍ବର: ଓଡ଼ିଶାରେ ସିନେମା ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ବାରମ୍ବାର ସମସ୍ତ କଳାକାରଙ୍କ ଅଭିଯୋଗ ପରେ ମଧ୍ୟ ପୂର୍ବ ସରକାର ପ୍ରୋତ୍ସାହନ ନ ଦେବାରୁ ସିନେମା ଶିଳ୍ପ ରୁଗ୍ଣ ଅବସ୍ଥାକୁ ଆସିଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
କଳାକାର, ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା ହୋଇଛି । ସେମାନେ ତାଙ୍କ ପ୍ରସ୍ତାବ ଦେଇଛନ୍ତି । ସରକାର ସେ ଦିଗରେ ଅନୁଧ୍ୟାନ କରୁଛନ୍ତି ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ। ଫିଲ୍ମ ହଲ୍ ସଂଖ୍ୟା ବଢିବା ସହ ଅନ୍ୟ ସୁବିଧା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ନିଯୁକ୍ତି ଖାଲି ଘୋଷଣା ନାମାରେ ରଖିଲେ ହେବ ନାହିଁ । ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି । ଆମ ସରକାର ସେ ନେଇ ପ୍ରସ୍ତୁତ ଅଛନ୍ତି । ଖାଲି ଥିବା ସରକାରୀ ପଦବୀ ପୂରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ଓଡିଶାକୁ ଏମିତି ଶିଳ୍ପ ଆସୁ ଯେମିତି ନିଯୁକ୍ତି ଅଧିକ ସୃଷ୍ଟି ହେବ । ଭିନ୍ନ ଭିନ୍ନ ଶିଳ୍ପରେ ନିଯୁକ୍ତି ସୃଷ୍ଟି ପାଇଁ ଆମେ ଚେଷ୍ଟା କରୁଛୁ । ସରକାର ପ୍ରାଥମିକତା ଦେଇ ସେଥି ପାଇଁ କାମ କରୁଛନ୍ତି । ଯାହା ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏବେ ଓଡ଼ିଶାରୁ କୌଣସି ଶିଳ୍ପ ଫେରୁନାହିଁ । ଶିଳ୍ପ କମ୍ପାନିଗୁଡିକ ପକ୍ଷରୁ ମଧ୍ୟ ଏ ନେଇ ସ୍ପଷ୍ଟ କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏଏନଏମସର ସ୍ଥିତି ଯଦି ଦେଖିବା ତହସିଲଦାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଜମି କିଣା ବିକା ବନ୍ଦ ପାଇଁ ସେଠି ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ ଚାଲିଛି। ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି ।
ଅଧିକ ପଢ଼ନ୍ତୁ: ଏଏସଓ ଚାକିରି ବିକ୍ରି କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ
୧୮ ମାସରେ ବିଦ୍ୟୁତ ଯୋଗାଯୋଗ କାମ ସରିବ । ସମସ୍ତ ପ୍ରକାର ଅନୁସଙ୍ଗିକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ବି ଆମେ ଓଡିଶା ଫେରାଇବାକୁ ଚେଷ୍ଟା କରୁଛୁ। କିଛି ଅନୁମତି ମିଳିବା ବାକି ଅଛି କମ୍ପାନି ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର ମିଳିଲେ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ୧୩ ଶିଳ୍ପ କମ୍ପାନି ପୂର୍ବ ସରକାରରେ ଏମଓୟୁ କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ
Follow Us