G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

Advertisment

କନ୍ଧମାଳ ଜିଲ୍ଲାର ସୋସିଆଲ ୱାରକର ଆସୋସିଏସନ ଅଫ କନ୍ଧମାଳ(ସ୍ୱାକ) ତରଫରୁ ଆଜି ମିଶନ ପ୍ଲାଷ୍ଟିକ ମୁକ୍ତ ଏବଂ ‘ପର୍ଯ୍ୟଟନ ସ୍ଥଳୀ ପରିଚ୍ଛନ୍ନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କନ୍ଧମାଳ ଜିଲ୍ଲାର ସୋସିଆଲ ୱାରକର ଆସୋସିଏସନ ଅଫ କନ୍ଧମାଳ(ସ୍ୱାକ) ତରଫରୁ ଆଜି ମିଶନ ପ୍ଲାଷ୍ଟିକ ମୁକ୍ତ ଏବଂ ‘ପର୍ଯ୍ୟଟନ ସ୍ଥଳୀ ପରିଚ୍ଛନ୍ନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

IMG-20251205-WA0405

Hiltop Photograph: (sambad.in)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସ୍ଥାନୀୟ ବ୍ଳକ ଅନ୍ତର୍ଗତ କାଲିଗାଡୁ ହିଲଟପ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ୟୁଥ ଫର ୱାଟର ପ୍ଲସ ଓ ପ୍ରକୃତିମିତ୍ର ସୌରଭ ରଞ୍ଜନ ପ୍ରଧାନଙ୍କ ସହାୟତାରେ କନ୍ଧମାଳ ଜିଲ୍ଲାର ସୋସିଆଲ ୱାରକର ଆସୋସିଏସନ ଅଫ କନ୍ଧମାଳ(ସ୍ୱାକ) ତରଫରୁ ଆଜି ମିଶନ ପ୍ଲାଷ୍ଟିକ ମୁକ୍ତ ଏବଂ ‘ପର୍ଯ୍ୟଟନ ସ୍ଥଳୀ ପରିଚ୍ଛନ୍ନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟଟନ ସ୍ଥଳୀରେ ଗଦା ଗଦା ପ୍ଲାଷ୍ଟିକ ବୋତଲ, କୁଢ଼ କୁଢ଼ ପଲିଥିନ ଜରି, ପାଣି ବୋତଲ ଓ ମଦ ବୋତଲ ଏଣେତେଣେ ପଡ଼ିଥିବା ହେତୁ ଅନେକ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଖରାପ ପରିବେଶ ଦୃଶ୍ୟ ଦେଉଥିବାରୁ  ସ୍ଵାକ୍ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ସଦସ୍ୟ ସଦସ୍ୟା ମାନେ।

ଏହିପରି କନ୍ଧମାଳ ଜିଲ୍ଲାର ପ୍ରତି ବ୍ଲକରେ ବହୁ ସୁନ୍ଦର ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି ଯେଉଁଠାରେ ଏହିପରି ପ୍ଲାଷ୍ଟିକ, ପଲିଥିନ ଜରି, ପାଣି ବୋତଲ ଓ ମଦ ବୋତଲ ପଡ଼ିଥିବାରୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର ଫଳରେ ପରିବେଶ ଖରାପ ହେବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଜଳପ୍ରପାତ ଓ ବଣଭୋଜି ସ୍ଥାନ ଗୁଡ଼ିକ ଅଞ୍ଚଳବାସୀଙ୍କ ଦ୍ଵାରା କିପରି ପରିମଳ ପରିଚ୍ଛନ୍ନତା ହୋଇପାରିବ ସେଥି ପାଇଁ ସମାଜ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ମାନସିକତାରେ ପରିବର୍ତ୍ତନ ଆଣିବା ସହିତ ଡଷ୍ଟବିନ ବ୍ୟବହାର କରିବା ପାଇଁ ବାର୍ତ୍ତା ଦେବା ନିମନ୍ତେ ଏହି ପରି କାର୍ଯ୍ୟକ୍ରମ ଆଜି କାଲିଗାଡୁ ପର୍ଯ୍ୟଟନ ସ୍ଥଳୀରେ ଆରମ୍ଭ କରାଯାଇଛି। ଏହି ପରି କାର୍ଯ୍ୟକ୍ରମ ସବୁ ପର୍ଯ୍ୟଟନ ସ୍ଥଳୀରେ କରାଯିବ ବୋଲି ସ୍ୱାକର ସମ୍ପାଦକ ହୃଷିକେଶ ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ

ସୌନ୍ଦର୍ଯ୍ୟର ଉପଭୋଗ

କାଲିଗାଡୁ ହିଲଟପକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଏଠିକାର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କିପରି ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଆସିବେ ସେଥି ପାଇଁ ମଧ୍ୟ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସ୍ୱାକର ସଭାପତି ଅମନ ଚନ୍ଦ୍ର ନାୟକ ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ସମାଜସେବୀ  ସସ୍ମିତା ମଲ୍ଲିକ , ସାମନ୍ତ ଚନ୍ଦ୍ରଶେଖର ନାୟକ,ସଞ୍ଜୀବ ଦିଗାଲ, କୁଞ୍ଜବନ କହଁର, ରଶ୍ମିତା ମଲ୍ଲିକ, ଡି. ସବନମ, ଗଗନ କୁମାର ପ୍ରଧାନ ଓ ଅନ୍ୟମାନେ ସାମିଲ ହୋଇଥିବା ବେଳେ ମାଲିକାପୋଡି ସରପଞ୍ଚ ଝରଣା ପ୍ରଧାନ, ଗ୍ରେସିଙ୍ଗିଆ ସରପଞ୍ଚ ତଥା ସଦସ୍ୟା ତ୍ରୀଶିଳା ପ୍ରଧାନ, ସମ୍ବାଦ ପ୍ରତିନିଧି ସମିର କୁମାର ପାଢ଼ୀ ଯୋଗଦେଇ ହିଲଟପ ର ଚତୁର୍ପାର୍ଶ୍ଵ ପଡିଥିବା ଅଳିଆ ଆବର୍ଜନା ସଫା କରିଥିଲେ।ଦୀର୍ଘ ୬ଘଣ୍ଟା କାଳ ନିଃସ୍ୱାର୍ଥପର ଭାବେ ଅକ୍ଲାନ୍ତ ପରିଶ୍ରମ କରି ସମସ୍ତ ଅଳିଆ ଆବର୍ଜନା ସଫା କରିବା ସହ ପ୍ଲାଷ୍ଟିକ ମୁକ୍ତ ହିଲଟପ ମିଶନ ଆରମ୍ଭ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ‘ସ୍ୱାକ’ର ସଦସ୍ୟ ମାନେ।

ଆହୁରି ପଢ଼ନ୍ତୁ: Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe