ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ବନ୍ଦ ଥିବା ସୂତାକଳ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ: ମନ୍ତ୍ରୀ

ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟରେ ବନ୍ଦ ଥିବା ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଏକ ପ୍ରଶ୍ନ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି...

Closed textile mills are not operational due to ongoing legal proceedings: Minister

Closed textile mills are not operational due to ongoing legal proceedings: Minister Photograph: (sambad.in)

ଭୁବନେଶ୍ବର: ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟରେ ବନ୍ଦ ଥିବା ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଏକ ପ୍ରଶ୍ନ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।

ବଡ଼ଚଣା ବିଧାୟକ ଅମର କୁମାର ନାୟକ ପ୍ରଶ୍ନ କରିଥିଲେ ଯେ, ଅଣତାରକା ପ୍ରଶ୍ନ ୨୫୫୦ର ୨୮/୦୮/୨୦୨୪ରେ ପ୍ରଦତ୍ତ ଉତ୍ତର ଆଧାରରେ ଓଡ଼ିଶାରେ ଏବେ ୧,୨୬,୮୭୩ ଜଣ ବୁଣାକାର ଅଛନ୍ତି। କିନ୍ତୁ ବୁଣାକାରମାନେ ନୀର୍ଭରଶୀଳ ଥିବା ସମବାୟ ବିଭାଗ ଅଧିନର ସମସ୍ତ ୭ଟି ସୂତାକଳ ଯଥା-କଳାହାଣ୍ଡି,ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ବାଲେଶ୍ୱରରେ ଥିବା ସୂତାକଳ ଗୁଡ଼ିକ ବନ୍ଦ ପଡ଼ିଛି। ଫଳରେ ବାଧ୍ୟ ହୋଇ ବୁଣାକାରମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଏହାଦ୍ୱାରା ଓଡ଼ିଶାର ବୟନ ସାମଗ୍ରୀର ଉତ୍ପାଦନ ହ୍ରାସ ହେଉନାହିଁ କି? ବୁଣାକାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦାଦନର ଲୋପ ପାଇଁ ବନ୍ଦ ପଡ଼ିଥିବା ସୂତାକଳ ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବେ କି ?

ଏହାର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ କହିଥିଲେ ସୂତାକଳ ଗୁଡିକ ବନ୍ଦ ପଡ଼ିଥିଲେ ମଧ୍ୟ ରାଜ୍ୟରେ ସୂତାର ଅଭାବ ମେଣ୍ଟାଇବା ପାଇଁ ତଥା ବୁଣାକାରମାନଙ୍କୁ ଉଚିତ୍ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ହସ୍ତତନ୍ତ ପୁଞ୍ଜ ଓ ହସ୍ତତନ୍ତ ବହୁଳ ଅଞ୍ଚଳଗୁଡ଼ିକରେ ୬୫ଟି କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଏହି କଞ୍ଚାମାଲ ବ୍ୟାଙ୍କଗୁଡ଼ିକୁ ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ ସୂତା ବିକ୍ରୟ ପାଇଁ  ଯୋଗାଇ ଦେଉଛି। ସୂତା ୧୫% ରିହାତି ଦରରେ ତନ୍ତୁବାୟ ସହଯୋଗ ସମିତି ଜରିଆରେ ବୁଣାକାରମାନଙ୍କୁ ଯୋଗାଇ ଦିଆଯାଉଛି।

କପା ଦର ବୃଦ୍ଧି, ବିଦ୍ୟୁତ ଦର ବୃଦ୍ଧି, ପୁରୁଣା ଓ ଅପ୍ରଚଳିତ ଯନ୍ତ୍ରପାତି ବ୍ୟବହାର, ବାରମ୍ବାର ଶ୍ରମିକ ଅଶାନ୍ତି ଓ ଦୀର୍ଘ ଅନୁପସ୍ଥିତି ତଥା ବିଭିନ୍ନ ନ୍ୟାୟାଳୟଗୁଡିକରେ ଅନେକ ମାମଲା ବିଚାରାଧୀନ ଥିବାରୁ ରାଜ୍ୟର କଳାହାଣ୍ଡି,ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ବାଲେଶ୍ୱରରେ ବନ୍ଦ ପଡ଼ିଥିବା ସୂତାକଳଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରିବା ସମ୍ଭବପର ହୋଇପାରୁ ନାହିଁ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ବୁଣାକାରମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁ ନାହାନ୍ତି। ଏତଦ୍ ବ୍ୟତିତ ରାଜ୍ୟରେ ବୟନ ସାମଗ୍ରୀର ଉତ୍ପାଦନ ହ୍ରାସ ହେଉନାହିଁ ବରଂ ବୃଦ୍ଧି ପାଉଛି। ୨୦୨୧-୨୨ ବର୍ଷରେ ୧୧୫.୯୬ ଲକ୍ଷ ବର୍ଗ ମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବାବେଳେ ଏହାର ମୋଟ ମୂଲ୍ୟ ୧୯୬.୦୪ କୋଟି ଟଙ୍କା ରହିଥିଲା। ୨୦୨୨-୨୩ ୧୯୭.୧୬ ଲକ୍ଷ ବର୍ଗମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବାବେଳେ ଏହାର ମୋଟ ମୂଲ୍ୟ ୪୧୦.୩୮ କୋଟି ଥିଲା। ସେହିପରି  ୨୦୨୩-୨୪ ବର୍ଷରେ ୧୯୮.୪୬ ଲକ୍ଷ ବର୍ଗମିଟର ବୟନ ସାମଗ୍ରୀ ଉତ୍ପାଦିତ ହୋଇଥିବାବେଳେ ଏହାର ମୋଟ ମୂଲ୍ୟ ୪୯୦.୩୧ କୋଟି ଟଙ୍କା ଥିଲା ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ସିଗାରେଟ୍ ପିଉଥିଲେ ସାବଧାନ ! ଶରୀର ପାଇଁ ସ୍ଲୋ ପଏଜନ: ଆପଣ ତ ସିଗାରେଟ୍ ପିଉ ନାହାନ୍ତି ବରଂ ସିଗାରେଟ୍ ଆପଣଙ୍କୁ ପିଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe