Union Budget 2026: ଯୁବପିଢ଼ିଙ୍କ ପାଇଁ ଅସରନ୍ତି ସୁଯୋଗ, କୃଷକଙ୍କ ପାଇଁ ସୁରକ୍ଷା କବଚ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ଉପସ୍ଥାପିତ 'କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭' କୁ ମୁଁ ସ୍ୱାଗତ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ଉପସ୍ଥାପିତ 'କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭' କୁ ମୁଁ ସ୍ୱାଗତ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

budget2.jpg

ଭୁବନେଶ୍ବର: ପବିତ୍ର ମାଘ ପୂର୍ଣ୍ଣିମା ଏବଂ ସନ୍ଥ ଗୁରୁ ରବିଦାସ ଜୀଙ୍କ ଜୟନ୍ତୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ଉପସ୍ଥାପିତ 'କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭' କୁ ମୁଁ ସ୍ୱାଗତ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ସେ ଲେଖିଛନ୍ତି, ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ବିକଶିତ ଭାରତ ଗଠନ ଦିଗରେ ଏକ ଦୂରଦର୍ଶୀ ରୋଡମ୍ୟାପ୍। ଏକ ସର୍ବସମାବେଶୀ ଅର୍ଥନୀତିର ପରିକଳ୍ପନା ସହ ଏହା ଯୁବପିଢ଼ିଙ୍କ ପାଇଁ ଅସରନ୍ତି ସୁଯୋଗ, କୃଷକଙ୍କ ପାଇଁ ସୁରକ୍ଷା କବଚ, ମଧ୍ୟବିତ୍ତଙ୍କ ପାଇଁ ଆଶ୍ୱସ୍ତି ଏବଂ ଉଦ୍ୟୋଗୀଙ୍କ ପାଇଁ ପ୍ରୋତ୍ସାହନର ଏକ ନୂତନ ବାତାବରଣ ସୃଷ୍ଟି କରିଛି।  ‘ବିକାଶ ସହ ବିରାସତ’ ମନ୍ତ୍ରକୁ ଆଧାର କରି ଏହି ବଜେଟ୍ ନବସୃଜନ, ଉତ୍ପାଦନ ଏବଂ ଜ୍ଞାନ ପରମ୍ପରା ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ରକ୍ଷା କରିବାରେ ସମର୍ଥ ହୋଇଛି।

ଓଡ଼ିଶାର ପ୍ରଗତି ପାଇଁ ଏହି ବଜେଟ୍‌ରେ ସ୍ୱତନ୍ତ୍ର ଦୃଷ୍ଟିପାତ କରାଯାଇଛି, ଯାହା ରାଜ୍ୟର ଅର୍ଥନୈତିକ କାୟାକଳ୍ପରେ ଏକ ମାଇଲଖୁଣ୍ଟ ସଦୃଶ ହେବ। ବିଶେଷ କରି ‘ରେୟାର ଅର୍ଥ କରିଡର’ର ପ୍ରତିଷ୍ଠା ରାଜ୍ୟରେ ଖଣିଜ ପ୍ରକ୍ରିୟାକରଣ ଏବଂ ଉଚ୍ଚ-ବୈଷୟିକ ଶିଳ୍ପାୟନକୁ ନୂତନ ଗତି ପ୍ରଦାନ କରିବ। ଜାତୀୟ ଜଳପଥ-୫ର କାର୍ଯ୍ୟକାରିତା ଆମର ଶିଳ୍ପାଞ୍ଚଳ ଏବଂ ବନ୍ଦର ମଧ୍ୟରେ ସଂଯୋଗୀକରଣକୁ ସହଜ କରି ଏକ ସୁଲଭ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଗଠନ କରିବ, ଯାହାଫଳରେ ସ୍ଥାନୀୟ ଯୁବକମାନେ ବ୍ୟାପକ ନିଯୁକ୍ତି ଓ ତାଲିମ ସୁଯୋଗ ପାଇପାରିବେ। ଏଥିସହ ପୂର୍ବଘାଟର ଜୈବ ବିବିଧତାକୁ ପାଥେୟ କରି ‘ଟର୍ଟଲ ଟ୍ରେଲ୍’ ଏବଂ ପର୍ବତାରୋହଣ ଭିତ୍ତିକ ପର୍ଯ୍ୟଟନ ପଦକ୍ଷେପ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ଆକର୍ଷଣ ଭାବେ ଉଭା କରିବ।

ଆହୁରି ପଢ଼ନ୍ତୁ: Budget Allocation for Coconut Farming: ନଡ଼ିଆ ଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ବଜେଟ୍‌ରେ ଚାଷୀ-ଗ୍ରାମୀଣ ମହିଳାଙ୍କୁ ଗୁରୁତ୍ବ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ ନ୍ୟାୟ ଏବଂ ସମନ୍ବିତ  ବିକାଶର ଏହି ମହାଯଜ୍ଞରେ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଦିଆଯାଇଥିବା ଗୁରୁତ୍ୱ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ସୁଶାସନ ଓ ସ୍ଥାୟୀ ପ୍ରଗତିର ଏହି ସମନ୍ୱିତ ପ୍ରୟାସ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ଏବଂ ଏହି ଜନକଲ୍ୟାଣକାରୀ ବଜେଟ୍ ପାଇଁ ମାନ୍ୟବର ଅର୍ଥମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି।

ଆହୁରି ପଢ଼ନ୍ତୁ: Dharmendra Pradhan: କେନ୍ଦ୍ର ବଜେଟ୍ ଓଡ଼ିଶାକୁ ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବ: ଧର୍ମେନ୍ଦ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe