ଥଣ୍ଡା ପାନୀୟ ଜଳ କେନ୍ଦ୍ର ଅଚଳ ହୋଇ ପଡ଼ିରହିଛି

Advertisment

କନ୍ଧମାଳ ଘୁ.ଉଦୟଗିରି ସହରର ବନ୍ଧ ଛକ ଏବଂ ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ ଦୁଇଟି ଥଣ୍ଡା ପାନୀୟ ଜଳ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ଆସୁନ ଥିବାରୁ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେଇଛି...

କନ୍ଧମାଳ ଘୁ.ଉଦୟଗିରି ସହରର ବନ୍ଧ ଛକ ଏବଂ ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ ଦୁଇଟି ଥଣ୍ଡା ପାନୀୟ ଜଳ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ଆସୁନ ଥିବାରୁ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେଇଛି...

ଥଣ୍ଡା ପାନୀୟ ଜଳ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ଆସୁନି

ଥଣ୍ଡା ପାନୀୟ ଜଳ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ଆସୁନି Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଘୁ.ଉଦୟଗିରି ସହରର ବନ୍ଧ ଛକ ଏବଂ ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ ଦୁଇଟି ଥଣ୍ଡା ପାନୀୟ ଜଳ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ଆସୁନ ଥିବାରୁ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେଇଛି। ସହରବାସୀ ପ୍ରଶ୍ନ କରିଛନ୍ତି ଲୋକଙ୍କୁ ସେବା ଯୋଗାଇବାରେ ଯଦି ବିଭାଗୀୟ ଅଧିକାରୀ ବିଫଳ ତାହାହେଲେ କାହିଁକି ସରକାରଙ୍କ ଲକ୍ଷାଧିକ ଟଙ୍କା ଅଯଥାରେ ବ୍ୟୟ କରୁଛନ୍ତି।

ଏହା ଲୋକଙ୍କ ପାଇଁ ନା ସରକାର ନିଜ ସ୍ୱାର୍ଥ ପାଇଁ କରୁଛନ୍ତି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ରାସ୍ତାରେ ଯାତାୟତ କରୁଥିବା ବଟୋଇଙ୍କ ତୃଷା ମେଣ୍ଟାଇବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇଟି ସ୍ଥାନରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଏବେ ଲୋକଙ୍କ ସେବାରେ ଲାଗୁନି। 

ଏହାର ରକ୍ଷଣାବେକ୍ଷଣ ପ୍ରତି କାହାର ନଜର ମଧ୍ୟ ନାହିଁ । ସରକାରୀ ଅର୍ଥ ବ୍ୟୟ ହେବା ପରେ ତାହା ଲୋକଙ୍କ କାର୍ଯ୍ୟରେ ଆସୁଛି କି ନାହିଁ ତାର ତଦାରଖ ନ କରିବା ଯୋଗୁ ସବୁ ପ୍ରକଳ୍ପ ଏମିତି ଖତ ଖାଇବାରେ ଲାଗିଛି।  

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି। ଲୋକେ ପିଇବା ପାଣି ପାଇଁ ଥଣ୍ଡା ପାନୀୟ ଜଳ କେନ୍ଦ୍ର ପାଖରେ ପାଣି ମୁନ୍ଦାଏ ପାଇଁ ପହଁଚିଲା ବେଳକୁ ଦୁଇ ଗୋଟି ନଳ ମଧ୍ୟରୁ ଗୋଟିଏ ଭାଙ୍ଗି ଯାଇଛି ଏବଂ ଅନ୍ୟ ଏକ ନଳରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଆସୁ ନଥିବା ଅଭିଯୋଗ ହେଉଛି।

ଅଧିକ ପଢ଼ନ୍ତୁ: ଦୁଇଥର ଥରିଲା ମାଟି; ଭୟରେ ଲୋକେ ବାହାରକୁ ଚାଲି ଆସିଲେ

ଏକ ବର୍ଷ ପୂର୍ବରୁ ଥଣ୍ଡା ପାନୀୟ ଜଳ କେନ୍ଦ୍ର ନିର୍ମିତ ହୋଇ ଥିବା ପ୍ରକଳ୍ପ ଲୋକଙ୍କ ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ ଜଳ ଯୋଗାଣ ବିଭାଗ ତରଫରୁ ନିର୍ମିତ ହୋଇଥିଲା।  ଦୁଇଟି ଥଣ୍ଡା ପାନୀୟ ଜଳ କେନ୍ଦ୍ର ଠିକ ସମୟରେ ମରାମତି ନ ହେବା ଫଳରେ ସ୍ଥାନୀୟ ଲୋକେ ଥଣ୍ଡା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରିବା ପାଇଁ ସହରବାସୀ ଦାବୀ କରିଛନ୍ତି।

ଅଧିକ ପଢ଼ନ୍ତୁ: ୮ ମାସରେ ୧୯ ‘ମୋ ବସ୍’ଦୁର୍ଘଟଣା: ନଗର ଉନ୍ନୟନ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe