Cold wave in the state, Daringwadi temperature 8.5 degree Photograph: (sambad.in)
ଭୁବନେଶ୍ୱର : ଓଡ଼ିଶାରେ ଶୀତ ଲହରୀ ଆରମ୍ଭ ହୋଇଛି। ହଠାତ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ପଡ଼ିବା ଆରମ୍ଭ କରିଛି। ସାରା ରାଜ୍ୟରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ୨୧ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଜି. ଉଦୟଗିରିର ତାପମାତ୍ରା ୮.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୬ ଡିଗ୍ରି କମ୍ ରହିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ, ଯାହାଦ୍ୱାରା ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ଏହାପରେ ତାପମାତ୍ରା ୩-୪ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଆହୁରି ପଢ଼ନ୍ତୁ:Another Blast in Delhi: ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ !: ମହିପାଳପୁରର ରେଡିସନ ହୋଟେଲ ନିକଟରେ ପ୍ରଚଣ୍ଡ ଶବ୍ଦ
ମଙ୍ଗଳବାର ବିଳମ୍ବିତ ରାତିରୁ ରାଜ୍ୟ ସାରା ଶୁଷ୍କ ଉତ୍ତର-ପଶ୍ଚିମ ପବନ ବହିବା ଫଳରେ ତାପମାତ୍ରା ହ୍ରାସ ପାଇଛି। ଶୀତ ଲହରୀ ପରିସ୍ଥିତିରେ କୌଣସି ବିଶେଷ ପରିବର୍ତ୍ତନ ନ ଆସି ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ରାଉରକେଲାର ତାପମାତ୍ରା ୧୦.୫ ଡିଗ୍ରି ସେଲସିୟସ୍, ଝାରସୁଗୁଡ଼ା (୧୦.୬ ଡିଗ୍ରି ସେଲସିୟସ୍), ଏବଂ ସମ୍ବଲପୁରର ଚିପିଲିମା (୧୦.୯ ଡିଗ୍ରି ସେଲସିୟସ୍) ରହିଛି।
ଅପରପକ୍ଷରେ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ସୁନ୍ଦରଗଡ଼ର କିରେଇରେ ୧୧.୩ ଡିଗ୍ରି ସେଲସିୟସ୍, କେନ୍ଦୁଝରରେ ୧୨.୪ ଡିଗ୍ରି ସେଲସିୟସ୍, ଅନୁଗୁଳରେ ୧୨.୬ ଡିଗ୍ରି ସେଲସିୟସ୍ ଏବଂ କୋରାପୁଟରେ (୧୩.୨ ଡିଗ୍ରି ସେଲସିୟସ୍) ରେକର୍ଡ କରାଯାଇଛି।
ଭୁବନେଶ୍ୱର-କଟକ ତାପମାତ୍ରା ୩-୪ ଡିଗ୍ରି କମିଲା
ଝାରସୁଗୁଡାର ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରି ସେଲସିୟସ୍ କମ୍ ରହିଛି। ସେହିପରି ଅନୁଗୁଳର ରାତିର ତାପମାତ୍ରା ସ୍ୱାଭାବିକଠାରୁ୫.୨ ଡିଗ୍ରି ସେଲସିୟସ୍ କମ୍ ରହିଛି। ଭୁବନେଶ୍ୱର, କଟକ ଏବଂ ଟିଟଲାଗଡ଼ରେ ମଧ୍ୟ ସ୍ୱାଭାବିକଠାରୁ ୩-୪ ଡିଗ୍ରି ସେଲସିୟସ୍ କମ୍ ଥିବା ରେକର୍ଡ କରାଯାଇଛି।
ଆହୁରି ପଢ଼ନ୍ତୁ:Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ?
Follow Us