ଭୁବନେଶ୍ବର: ନୂଆପଡ଼ାଏସପି ଓ ଜିଲ୍ଲାପାଳଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ନୂଆପଡ଼ା କଲେକ୍ଟର ଓ  ନୂଆପଡ଼ା ଏସପିଙ୍କୁ ବିଜେପି ନିର୍ବାଚନ ଜିତିବା ପାଇଁ ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛି ଦଳ। ଉଭୟ ଏସପି ଓ କଲେକ୍ଟର ବିଜେପି ଏଜେଣ୍ଟ ପାଲଟିଛନ୍ତି ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ବଡ଼ ଅଭିଯୋଗ କରିଛନ୍ତି।

Advertisment

କଲେକ୍ଟର ଓ ଏସପି ନୂଆପଡ଼ାବାସୀଙ୍କୁ ବିଜେପିରେ ଯୋଗ ଦେବାକୁ ବାଧ୍ୟ କରୁଛନ୍ତି। ନିର୍ବାଚନରେ ସହଯୋଗ ନ କରିବାକୁ  ଏସପି ବିଜେଡି ଲୋକମାନଙ୍କୁ ଧମକ ଦେଉଛନ୍ତି।  ଏସପି ବାଛି ବାଛି ବିଜେଡି କର୍ମୀମାନଙ୍କୁ ହଇରାଣ କରୁଛନ୍ତି ।

ଆହୁରି ପଢ଼ନ୍ତୁ:Pregnant woman stuck in water stream: ଜଳସ୍ରୋତରେ ଫସି ରହିଥିବା ଗର୍ଭବତୀ ମହିଳା ଉଦ୍ଧାର

ବିଜେଡି କର୍ମୀମାନଙ୍କୁ ହଇରାଣ କରୁଛନ୍ତି କଲେକ୍ଟର ଓ ଏସପି

ଉଭୟ ସରକାରୀ ଅଫିସର ହୋଇ ଏଭଳି କାମ କରୁଛନ୍ତି । ଏସବୁରୁ ଏସପି ଓ କଲେକ୍ଟର ଦୂରେଇ ରୁହନ୍ତୁ। ଆଜି ବିଜେପି ପାୱାରରେ ଅଛି।ସମୟ ଚକ୍ର ପରିବର୍ତନ ହେବ ।

ବିଜେଡି ଯେବେ କ୍ଷମତାକୁ ଆସିବ ସେତେବେଳେ ଏସପି ଓ କଲେକ୍ଟରଙ୍କ ବିଚାର ବିଜେଡି ସରକାର କରିବ। ଲୋକେ ବିଜେଡି ସାଙ୍ଗରେ ଅଛନ୍ତିୟ। ବିଜେପି ବାଧ୍ୟ ହେଇ ଏସପି ଓ କଲେକ୍ଟରଙ୍କୁ ଲଗାଇ ଭୋଟ ଗୋଟେଇବା ପାଇଁ କାମ କରୁଛି ବୋଲି ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ:Deepfake: ଡିପ୍‌ଫେକର ଶିକାର ହୋଇ ପୁଲିସର ଦ୍ବାରସ୍ଥ ହେଲେ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀ