ଶୂନ୍ୟକାଳରେ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲା କଂଗ୍ରେସ...

ବିଧାନସଭାର ଶୂନ୍ୟକାଳରେ ଗୁରୁବାର କଂଗ୍ରେସ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି। ୧୯୯୦ରେ ମଣ୍ଡଳ କମିଶନ ଆସିଥିଲା ସେତେବେଳେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ୫୩% ଲୋକେ ଓବିସି ଥିଲେ।

Congress raised the issue of reservation again in the vacuum...

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଗୁରୁବାର କଂଗ୍ରେସ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି। ୧୯୯୦ରେ ମଣ୍ଡଳ କମିଶନ ଆସିଥିଲା ସେତବେଳେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ୫୩% ଲୋକେ ଓବିସି ଥିଲେ।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ୨୭% ଓବିସି ପାଇଁ ଲାଗୁ କରିଥିଲେ। ଓଡ଼ିଶା ସରକାର ଚାକିରୀ କ୍ଷେତ୍ରରେ ୨୭% ସଂରଣକ୍ଷଣ ଦେବା କଥା କିନ୍ତୁ ଦେଇନାହାନ୍ତି। ଏସସି ୮%, ଏସଟି ୧୨%, ଓବିସିକୁ ଶୂନ ପ୍ରତିଶତ ଦେଇଥିଲେ। ଏହାକୁ ସ୍ଥଗିତ କରାଯାଉ।

 ବିଜେଡି କଂଗ୍ରେସ ଦାବି କରିଛନ୍ତି ଗୁରୁବାରଠାରୁ ଆରମ୍ବ ହେଉଥିବା ଏନଇଇଟି ଆଡ଼ମିସନ ପ୍ରକ୍ରିୟାରେ ଏମବିବିଏସ ସିଟରେ ଏସସି, ଏସଟିର ୨୫୪ ଛାତ୍ରଛାତ୍ରୀ ବଞ୍ଚିତ ହେବେ। ୩୬୭ ଓବିସି ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିବନି। ପାଠ ପଢ଼ିବାର ସୁଯୋଗ ସେମାନେ ପାଇବେନି।

ସମ୍ବିଧାନ ତିଆରି କରିଥିଲା କଂଗ୍ରେସ। ସେତେବେଳେ ବିଜେପି ନ ଥିଲା ।  ଗରିଵ ଖଟିଖିଆଙ୍କ ପାଇଁ ସଂରକ୍ଷଣ କଂଗ୍ରେସ କରିଛି । ବିଜେଡି ମଧ୍ୟ କଲାନି।  ବିଜେପି ୯ ଵର୍ଷ କେନ୍ଦ୍ରରେ ଥିଲା କିନ୍ତୁ କାମ ହୋଇନି। ଏସଟି ଓବିସିକୁ ସମ୍ପୂର୍ଣ୍ଣ ସଫା କରିଦେଇଛନ୍ତି। କାଲି ମନ୍ତ୍ରୀ ସ୍ପଟ ଉତ୍ତର ରଖିଲେନି କାରଣ ତାଙ୍କ ହାତରେ କିଛି ନାହିଁ। କେବଳ ମିଛି ମୋଦି ଗ୍ୟାରେଣ୍ଟି  ବୋଲି ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ସାଲିଆ ସାହିରେ ପୁଣି ବୁଲିଲା ବୁଲଡୋଜର: ଦେଶୀ ମଦ ଜବତ

ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଆଜିଠାରୁ ନାମ ଲେଖା ସ୍ଥଗିତ କରନ୍ତୁ ନଚେତ ଗୃହ ପରିତ୍ୟାଗ କରି ରାଜ୍ୟପାଳଙ୍କୁ ଭେଟିବୁ ବୋଲି  ତାରା ବାହିନୀପତି। ରୁଲିଂ ଦିଅନ୍ତୁ ନଚେତ ଭାବିବୁ ବାଚସ୍ପତି ବିଜେପିକୁ ସୁରକ୍ଷା ଦେଉଛନ୍ତି। ଏହା ସହିତ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

ଅଧିକ ପଢ଼ନ୍ତୁ: ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି ଶିଳ୍ପ ସଂସ୍ଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe