Cattle Container Seized: ଗୋରୁ ବୋଝେଇ କଣ୍ଟେନର ଜବତ: ୫୦ ରୁ ଅଧିକ ଗୋରୁ ଗୋଶାଳା ଗଲେ

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରୁ ବଜରଙ୍ଗ ଦଳ କର୍ମୀମାନଙ୍କ ଦ୍ୱାରା ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି। ଡ୍ରାଇଭର ଥାନାରେ ଅଟକ ରହିଛନ୍ତି...

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରୁ ବଜରଙ୍ଗ ଦଳ କର୍ମୀମାନଙ୍କ ଦ୍ୱାରା ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି। ଡ୍ରାଇଭର ଥାନାରେ ଅଟକ ରହିଛନ୍ତି...

Container loaded with cattle seized

Container loaded with cattle seized Photograph: (sambad.in)

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରୁ ବଜରଙ୍ଗ ଦଳ କର୍ମୀମାନଙ୍କ ଦ୍ୱାରା ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି। ଡ୍ରାଇଭର ଥାନାରେ ଅଟକ ରହିଛନ୍ତି।

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ

ସୂଚନା ଅନୁସାରେ ସୋମବାର ଦିନ ବାରଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନର ( AP 29 W 1643)ବାଲେଶ୍ୱର ଆଡୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ିର ପିଛା କରି ଭେଲୋରା ଛକ ନିକଟରେ ଅଟକ ରଖିଥିଲେ।

ଆହୁରି ପଢ଼ନ୍ତୁ: New Twist: ମା’ ସହିତ ଦୁଇ ପୁଅଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: କୋଇଲା ଧୂଆଁରୁ ମୃତ୍ୟୁ ସନ୍ଦେହ!,ଅନୁଗୁଳ ଥାନାରେ ୩ ମାମଲା ରୁଜୁ

ଏନେଇ ବସ୍ତା ଥାନାକୁ ଖବର ଦେଇଥିଲେ।  ବସ୍ତା ଥାନା ଅଧିକାରୀ ରଞ୍ଜିତ କୁମାର ସାହୁ, ଏସ ଆଇ ବିଜୟ ବାରିକ ଘଟଣା ସ୍ଥଳରେ ପହଂଚି ଗାଡ଼ିକୁ ଜବତ କରି ଗୋଶାଳାକୁ ପଠାଇ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛ। .ଗାଡିରେ ୫୦ ରୁ ଅଧିକ ଗୋରୁ ଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ଏକ ଗୋରୁ ବୋଝେଇ କଣ୍ଟେନର ଭଦ୍ରକରୁ ୧୦୦ରୁ ଊର୍ଦ୍ଧ୍ବ ଗୋରୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଶେରଗଡ ନିକଟରେ ଥିବା ଟୋଲ ଗେଟ ଫାଙ୍କିବା ପାଇଁ ବିଦୁ ଛକରୁ ଗାଡ଼ିଟି ନୀଳଗିରି ଅଭିମୁଖେ ଆସୁଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ପ୍ରଥମେ ଗାଡ଼ିକୁ ବାରାକୋଇଲି ଛକରେ ଅଟାକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏସ୍କର୍ଟ କରି ଯାଉଥିବା ଏକ ବୋଲେରୋ ଗାଡ଼ି ସେମାନକୁ ଧକ୍କା ଦେବା ପାଇଁ ଚେଷ୍ଟା କରିଥିଲା।

ପରେ ଇଶ୍ବରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇଙ୍କ ସହାୟତାରେ  ଗାଡ଼ିଟିକୁ ଶ୍ୟାମସୁନ୍ଦରପୁର ଛକରେ ଜବତ କରାଯାଇ ନୀଳଗିରି ଥାନାର ଜିମା ଦେଇଥିଲେ। ପରେ ଗୋରୁମାନଙ୍କୁ ବାମପଦା ଗୋଶାଳାକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: Vigilance Raid: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ: ୫ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ରିପୋର୍ଟ: ରବିନାରାୟଣ ଶତପଥୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe