ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ

ତିନି ବର୍ଷର ବ୍ୟବଧାନ ପରେ, ଓଡ଼ିଶାରେ କରୋନା ପୁନର୍ବାର ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତି ଜଣକ ସମ୍ପ୍ରତି ଦିଲ୍ଲୀରୁ ଫେରିଥିଲେ। ସେ ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି...

Corona returns to Odisha: First case detected in Bhubaneswar

Corona returns to Odisha: First case detected in Bhubaneswar Photograph: (sambad.in)

ଭୁବନେଶ୍ୱର: ତିନି ବର୍ଷର ବ୍ୟବଧାନ ପରେ, ଓଡ଼ିଶାରେ କରୋନା ପୁନର୍ବାର ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ ହୋଇଛି।

ରିପୋର୍ଟ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତି ଜଣକ ସମ୍ପ୍ରତି ଦିଲ୍ଲୀରୁ ଫେରିଥିଲେ। ସେ ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସମୃକ୍ତ ବ୍ୟକ୍ତି ଟେଷ୍ଟ କରିଥିଲେ। ତା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ୱରର ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ତେବେ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ଅଫିସିଆଲି କୌଣସି ସୂଚନା ଦିଆଯାଇ ନାହିଁ। 

ଏହି ନୂତନ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଚୀନ୍ ଏବଂ ସିଙ୍ଗାପୁର ଭଳି ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ କୋଭିଡ୍-୧୯ ବ୍ୟାପିଥିବା ବେଳେ, ଏହି ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ: ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ: ବାନ୍ଧିଲେ ପିଟିଲେ ଗୁଳିମାରି ଲୁଟିନେଲେ

ମୁମ୍ବାଇରେ କୋଭିଡ୍-୧୯ ଯୋଗୁ ଦୁଇଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ସାରା ଭାରତରେ ୨୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ମାମଲା କରୋନା ସଂକ୍ରମଣକୁ ନେଇ ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି।

ଅଧିକ ପଢ଼ନ୍ତୁ: ଜମ୍ମୁ-କଶ୍ମୀର: ଏନ୍‌କାଉଣ୍ଟ୍‌ରେ ୩ ଆତଙ୍କୀ ନିହତ

COVID-19 | Bhubaneswar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe