2026-27 budget: ମନ୍ତ୍ରୀ ପରିଷଦ ବୈଠକରେ ୨୦୨୬-୨୭ ଚିଠା ବଜେଟ୍‌କୁ ଅନୁମୋଦନ: ୩ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ୍

Advertisment

ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍‌କୁ ଅନୁମୋଦନ ମିଳିଛି।

ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍‌କୁ ଅନୁମୋଦନ ମିଳିଛି।

fshfshfhfh

ଭୁବନେଶ୍ବର: ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍‌କୁ ଅନୁମୋଦନ ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୬-୨୭ ଆ‌ର୍ଥିକ ବର୍ଷର ବଜେଟ୍‌ ୩ ଲକ୍ଷ କୋଟି ଟପିପାରେ। କେଉଁ କେଉଁ ଦିଗକୁ ବଜେଟ୍‌ରେ ଫୋକସ୍‌ ଦିଆଯିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ଆହୁରି ପ୍ରାୟ ୧୫ହଜାରରୁ ୨୦ହଜାର କୋଟି ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ତେଣୁ ପୂର୍ଣ୍ଣାଙ୍ଗ ବଜେଟ୍ ୩ଲକ୍ଷ ୧୦ହଜାର କୋଟି ଛୁଇଁପାରେ ବୋଲି କୁହାଯାଉଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଯେଉଁ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ତାହାକୁ ନଜ‌ରରେ ରଖି ବଜେଟ୍‌ରେ ଅର୍ଥ ବରାଦ ହେବ। ବହୁ ଯୋଜନା ପାଇଁ ୩ ବର୍ଷୀୟା ଟାର୍ଗେଟ୍ ରଖି ଅର୍ଥ ବରାଦ ହେବ।

PM lands at North-East's first highway airstrip: ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ହାଇୱେ ଏୟାର ଷ୍ଟ୍ରିପ୍‌ରେ ଅବତରଣ କଲେ ପ୍ରଧାନମନ୍ତ୍ରୀ

ଅପରପକ୍ଷେ ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ନଜରରେ ରଖି ବଜେଟ୍‌ ପ୍ରସ୍ତୁତ ହୋଇଛି। ବିଶେଷ କରି ବିକଶିତ ଗାଁ ବିକଶିତ ଓଡ଼ିଶାରେ ଅଧିକ ପ୍ରକଳ୍ପ କରିବା, ଗ୍ରାମାଞ୍ଚଳ ପାଇଁ ଆଉ କେତୋଟି ନୂଆ ଯୋଜନା କରିବାକୁ ନିଷ୍ପତ୍ତି ହୋଇଛି। ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ଆଗୁଆ ଅର୍ଥ ଅନୁମୋଦନ କରିବାକୁ ଥିବାରୁ ସେଥିପାଇଁ ପଞ୍ଚାୟତିରାଜ ବିଭାଗକୁ ଅଧିକ ଅର୍ଥ ଦିଆଯିବ। ଅନ୍ତ୍ୟୋଦୟ ଗୃହ ଯୋଜନା, ମନରେଗାରୁ ରାମ୍‌ ଜି ଭି ରାମ୍‌ ଜି ଯୋଜନା ହେବାକୁ ଥିବାରୁ ଏଥିରେ ରାଜ୍ୟ ଅଂଶ ବଢ଼ିବ। ତେଣୁ ଏଥିପାଇଁ ଅଧିକ ଅର୍ଥ ବରାଦ ହେବ ବୋଲି ଜାଣିବାକୁ ମିଳିଛି। ଗ୍ରାମାଞ୍ଚଳରେ ଗମନାଗମନକୁ ସୁଦୃଢ଼ କରିବାକୁ ଅଧିକ ରାସ୍ତା ନିର୍ମାଣ କରାଯିବ। ଏ ବାବଦକୁ ବି ଅଧିକ ଅର୍ଥ ବରାଦ ହେଉଛି। ୩୬ଟି ସହରାଞ୍ଚଳରେ ଜୁନ୍ ମାସ ସୁଦ୍ଧା ପୌର ନିର୍ବାଚନ ହେବାକୁ ଥିବାରୁ ସେହି ଅଞ୍ଚଳ ପାଇଁ ନୂଆ ପ୍ରକଳ୍ପ ଭେଟି ଦେବା, ୨୦୨୭ ଆରମ୍ଭରେ ପୌର ନିର୍ବାଚନ ଥିବାରୁ ସମସ୍ତ ସହରାଞ୍ଚଳକୁ ଫୋକସ୍ କରି ନୂଆ ଯୋଜନା ଆରମ୍ଭ କରିବାକୁ ଚଳିତ ବଜେଟ୍‌ରେ ଲକ୍ଷ୍ୟ ରଖାଯାଇଛି। ସହରାଞ୍ଚଳ ଭିଡ଼ କମାଇବା ପାଇଁ ବହୁ ନୂଆ ପ୍ରକଳ୍ପ ହାତକୁ ନିଆଯିବ। ପଞ୍ଚାୟତିରାଜ ବିଭାଗ ଭଳି ନଗର ଉନ୍ନୟନ ବିଭାଗକୁ ଗୁରୁତ୍ବ ଦିଆଯିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବି ଅର୍ଥ ବରାଦ ହେବ।

ସେହିପରି ପୂର୍ବ ବର୍ଷଗୁଡ଼ିକ ଭଳି ରାଜ୍ୟ ସରକାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ପୂର୍ତ୍ତ ଓ ଜଳସମ୍ପଦ ବିଭାଗକୁ ଫୋକସ୍‌ ଦେବେ। ସବୁ ଉପଖଣ୍ଡରେ ଶୀତଳ ଭଣ୍ଡାର ସ୍ଥାପନ, ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି, ଧାନ କ୍ବିଣ୍ଟାଲ ପିଛା ୮୦୦ଟଙ୍କା ଇନପୁଟ୍‌ ସବ୍‌ସିଡି, ଜଳସେଚନ ବୃଦ୍ଧି, ଆୟୁଷ୍ମାନ ଭାରତ, ସୁଭଦ୍ରା ଯୋଜନାରେ ଏଥର ଗତବର୍ଷ ତୁଳନାରେ ଅଧିକ ଅନୁଦାନ ଦିଆଯିବ। ୫ବର୍ଷରେ ୭୫ହଜାର କିମି ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ଥିବାବେଳେ ଆଉ ୩ବର୍ଷ ହାତରେ ଥିବାରୁ ବଡ଼ ରାସ୍ତା ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେବ। ନୂଆ ଲୋକସେବା ଭବନ, ବିଧାନସଭା କୋଠା, ଜୟଦେବ-ବିହାର ନନ୍ଦନକାନନ ରାସ୍ତାରେ ଏକାଧିକ ଫ୍ଲାଏଓଭର ନିର୍ମାଣ ହେବାକୁ ଥିବାରୁ ଏଥିପାଇଁ ସ୍ବତନ୍ତ୍ର ଅର୍ଥ ବରାଦ ହେବ। ରାଜ୍ୟ ସରକାର ଭୁବନେଶ୍ବର-ପୁରୀ-କଟକ-ପାରାଦୀପକୁ ନେଇ ନୂଆ ଅର୍ଥନୈତିକ ଜୋନ୍ ଗଠନ କରିଥିବାରୁ ଏହି ଅଞ୍ଚଳରେ ବିଭିନ୍ନ ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ଅର୍ଥ ବରାଦ କରିବେ। ବିଦେଶକୁ ବିମାନ ଚଳାଚଳ ଉପରେ ଭିଜିଏଫ୍ ନିଷ୍ପତ୍ତି ସହ ଆଉ କେଉଁ ନୂଆ ଅଞ୍ଚଳକୁ ବିମାନ ଉଡ଼ିବ ସେନେଇ ବି ନିଷ୍ପତ୍ତି ନେବେ। 

Kashmir of North Odisha: ଉତ୍ତର ଓଡ଼ିଶାର କାଶ୍ମୀର ‘ଉପର ବାରହାକାମୁଡ଼ା’: ଏବେ ବି ତାପମାତ୍ରା ୩ଂ ତଳେ

ପୁଲିସ ବିଭାଗର ଆଧୁନିକୀକରଣ, ସାଇବର ସୁରକ୍ଷା ବୃଦ୍ଧି ପାଇଁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସେହିପରି ବିଧାୟକଙ୍କ ବର୍ଦ୍ଧିତ ଦରମା ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିବାରୁ ଏନେଇ ଆସନ୍ତା ଅଧିବେଶନରେ ନିଷ୍ପତ୍ତି ହେବାର ଅଛି। ତେଣୁ ବଜେଟ୍‌ରେ ସଂଶୋଧିତ ଦରମାକୁ ନେଇ ଅନୁଦାନ ବ୍ୟବସ୍ଥା ରହିବ। ଏହାବାଦ୍ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ଯେଉଁ ଯେଉଁ ଯୋଜନାରେ ଅର୍ଥ ମିଳିବ ତାହାକୁ ନଜରରେ ରଖି ରାଜ୍ୟ ଅଂଶ ବାବଦକୁ ଅର୍ଥ ବରାଦ କରାଯିବ। ଏହାସହ ରାଜ୍ୟ ସରକାର ଚିରାଚରିତ ରାଜସ୍ବ ଆଦାୟ ବାଦ୍ ଅନ୍ୟ କେତୋଟି ଦିଗରୁ ରାଜସ୍ବ ଆଦାୟ କରିବାକୁ ଯୋଜନା କରିଛନ୍ତି। ତାହା ଆସନ୍ତା ବଜେଟ୍‌ରେ ସ୍ପଷ୍ଟ ହେବ ବୋଲି ଜାଣିବାକୁ ମିଳିଛି। ଅପରପକ୍ଷେ ଆଜିର କ୍ୟାବିନେଟ୍ ବୈଠକରେ ଆନନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଅଧୀନସ୍ଥ ସାଳନ୍ଦୀ ବାମ କେନାଲର ୪୯.୮୧୦କିମିରୁ ୭୩.୦୦୩ କିମି (ପ୍ରାୟ ୨୩କିମି) ପର୍ଯ୍ୟନ୍ତ ଭୂତଳ ପାଇପଲାଇନ ଦ୍ବାରା ଜଳସେଚନ ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ୩ଟି ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ ୩ଟି ଟେଣ୍ଡରରେ ମୋଟ୍ ୩୭୮କୋଟି ୨୯ଲକ୍ଷ ୪୫ହଜାର ଟଙ୍କାର କାର୍ଯ୍ୟାଦେଶକୁ ଅନୁମୋଦନ ମିଳିଛି। ଏହାଦ୍ବାରା ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଜଳସେଚନ କରାଯାଇପାରିବ। ଆଜି କ୍ୟାବିନେଟ୍‌ରେ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ରେଡିଓଗ୍ରାଫର ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୨୦୨୬କୁ ଅନୁମୋଦନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe