ଗୋପ: ଗୋପ ଥାନା ବନ୍ତଳୀ ଗ୍ରାମପଞ୍ଚାୟତ ତରଣା ଗ୍ରାମରେ ସିରିଜ୍‌ ବୋମାମାଡ଼ ହୋଇଛି। ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ବୋମା ମାଡ଼ରେ ଦମ୍ପତି ଗୁରୁତର ହୋଇଛନ୍ତି। ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ପରେ ଗ୍ରାମର ସାହେବ ପଲେଇ ଓ ସବେଇ ପଲେଇଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ସବେଇ ଓ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଗୋପ ପୁଲିସ ପହଞ୍ଚି ତଦନ୍ତ କରିଛି। 

Advertisment

Paddy: ଶେଷ ହେଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ

ସୂଚନା ଅନୁସାରେ, ତରଣା ଗ୍ରାମର ସାହେବ ପଲେଇଙ୍କ ସହିତ ଆଉ ଏକ ଗୋଷ୍ଠୀର ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥଲା। ଆଜି ଏହି ବିବାଦ ଉଗ୍ରରୂପ ନେଇଥିଲା। ଏହାକୁ ନେଇ ସାହେବ ଗୋପ ଥାନାର ଦ୍ୱାରସ୍ଥ ହୋଇଥିଲେ। ଗୋପ ଥାନାଧିକାରୀ ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଟିମ୍‌ ଉକ୍ତ ଗ୍ରାମକୁ ପଠାଇବା ସମୟରେ ସବେଇ ଓ ସାହେବଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ଗ୍ରାମରେ ଶାନ୍ତି ରଖିବାକୁ ନିବେଦନ କରିଛି। ଅପରପକ୍ଷରେ ସାହେବ ଭୟରେ ନିଜ ଗ୍ରାମକୁ ନଯାଇ ପରିବାର ସହିତ ଅନ୍ୟତ୍ର ପଳାଇଛନ୍ତି।ବୋମାମାଡ଼ରେ ସବେଇ ଓ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାରେ ଜଡ଼ିତ ସମସ୍ତ ଦୋଷୀଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଗୋପ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିହାରୀ କହିଛନ୍ତି।

Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ