ଅପରାଧିଙ୍କୁ କ୍ଷମା ଦିଆଯିବନି

Advertisment

କୌଣସି ପରିସ୍ଥିତିରେ ଅପରାଧ, ଅପରାଧି ଏବଂ ଅପରାଧ କରିବାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯିବନି ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ କହିଛନ୍ତି। ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲା ସମେତ ତାଙ୍କ ରେଞ୍ଜର ଅନ୍ୟ ଜିଲ୍ଲା ଗୁଡିକରେ ଅପରାଧିମାନଙ୍କର ସାମାନ୍ୟ ଗତିବିଧି ବଢ଼ିଛି...

କୌଣସି ପରିସ୍ଥିତିରେ ଅପରାଧ, ଅପରାଧି ଏବଂ ଅପରାଧ କରିବାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯିବନି ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ କହିଛନ୍ତି। ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲା ସମେତ ତାଙ୍କ ରେଞ୍ଜର ଅନ୍ୟ ଜିଲ୍ଲା ଗୁଡିକରେ ଅପରାଧିମାନଙ୍କର ସାମାନ୍ୟ ଗତିବିଧି ବଢ଼ିଛି...

kpt-dig

kpt-dig Photograph: (sambad.in)

କୋରାପୁଟ: କୌଣସି ପରିସ୍ଥିତିରେ ଅପରାଧ, ଅପରାଧି ଏବଂ ଅପରାଧ କରିବାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯିବନି ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର  ସିଂ କହିଛନ୍ତି। ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲା ସମେତ ତାଙ୍କ ରେଞ୍ଜର ଅନ୍ୟ ଜିଲ୍ଲା ଗୁଡିକରେ ଅପରାଧିମାନଙ୍କର ସାମାନ୍ୟ ଗତିବିଧି ବଢ଼ିଛି।

ତେବେ ସେମାନେ ଏବେ ଠାରୁ ନ ସୁଧୁରିଲେ ପୁଲିସ ନିଜ ଆଇନର ପରିଧି ମଧ୍ୟରେ ରହି ସୁସ୍ଥ, ଶାନ୍ତ ସମାଜରେ ଲୋକଙ୍କୁ ରଖିବା ପାଇଁ କଡ଼ା ଅଭିମୁଖ୍ୟ ଗ୍ରହଣ କରିବ। ଏଦିଗରେ ରାଜ୍ୟ ସରକାର ଓ ପୁଲିସ ଡିଜିପି ବି ସବୁଜ ସଂକେତ ଦେଇଛନ୍ତି। ଛୋଟ ବଡ  ଅପରାଧିମାନେ ଯେଭଳି ଅପରାଧ ସଂଘଠିତ କରି ଲୋକଙ୍କୁ ଭୟଭୀତ କରାଉଛନ୍ତି ତାହା କରିବା ବନ୍ଦ କରି ସମାଜର ହିତରେ କାମ କରନ୍ତୁ ବୋଲି ଡିଆଇଜି କହିଛନ୍ତି।

ଏଥି ପାଇଁ ବି ସମସ୍ତ ରେଞ୍ଜର ସବୁ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇସାରିଛନ୍ତି। ବାହାର ରାଜ୍ୟର ଅପରାଧିମାନେ ଏଠାରେ ଆସି ଡେରା ପକାଇ ବିଭିନ୍ନ ଅପରାଧ ସହ ଗଞ୍ଜେଇ ଚୋରା ଚାଲାଣରେ ସାମିଲ ରହୁଛନ୍ତି। ତେବେ ଗତ କିଛି ଦିନ ମଧ୍ୟରେ ବ୍ୟାପକ ଭାବେ ଗଞ୍ଜେଇ ଜବତ କରିବା ସହ ବହୁ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଅପରାଧିଙ୍କୁ ଗିରଫ କରାଯାଇଛି।

ଆଗାମୀ ଦିନରେ ଏହା ଜୋରଦାର କରାଯାଇ ଚଢ଼ାଉ ଜାରି ରହିବ ବୋଲି ଡିଆଇଜି କହିଛନ୍ତି। କୋରାପୁଟ ଡିଭିଜନରେ ମାଓ ଗତିବିଧି କମିଛି। କୋରାପୁଟ ନକ୍ସଲ ମୁକ୍ତ ରହିଛି। ମହିଳା ନିର୍ଯ୍ୟାତନା ପାଇଁ ସ୍ବତନ୍ତ୍ର ଦୃଷ୍ଟି ରହିବ। ଗଞ୍ଜେଇ ଚାଷ ଓ ଚାଲାଣ ରୋକିବା ସହ ମୂଳରୁ ଉତ୍ପାଟନ କରାଯିବ। ଥାନା ଗୁଡିକର ଅପରାଧର ସମୀକ୍ଷା କରି ଖାଲି ପଡିଥିବା ପଦବୀ ପୂରଣ କରିବା ସହ ଅନୁସଙ୍ଗିକ ଭିତ୍ତିଭୂମିର ସୁଧାର ସହ କର୍ମଚାରୀ ନିଯୁକ୍ତି ବି ଦିଆଯିବ ବୋଲି ଡିଆଇଜି କହିଛନ୍ତି।

ଅଧିକ ପଢ଼ନ୍ତୁ:  ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ନୂଆ ଖେଳାଳି

ଗଞ୍ଜେଇ ମାମଲାରେ ବହୁ ସମୟରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଉଥିବା ସବୁ ମାମଲାର ସମୀକ୍ଷା କରିବେ ବୋଲି କହିଛନ୍ତି ଡିଆଇଜି। ଅପରାଧି ଓ ଅପରାଧକୁ ଜିରୋ ଟୋଲରେନସ୍ ବୋଲି ଡିଆଇଜି କହିବା ସହ ସନ୍ଦିଗ୍ଧ କିମ୍ବା ଅନ୍ୟ ରାଜ୍ୟର ଅପରାଧିଙ୍କୁ କିମ୍ବା ସନ୍ଦେହାସ୍ପଦ ଲାଗିଲେ ତୁରନ୍ତ ସ୍ଥାନୀୟ ପୁଲିସ କିମ୍ବା ନିଜ ନିଜ ଜିଲ୍ଲାର ଏସପିଙ୍କୁ ସୂଚନା ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଡିଆଇଜି।

ପୁଲିସର ବିଧି ବ୍ୟବସ୍ଥାରେ ବହୁ ପରିବର୍ତ୍ତନ ଆସିଛି। ଯଦି କୌଣସି ଥାନାର ଅଧିକାରୀ କିମ୍ବା କର୍ମଚାରୀଙ୍କ ନାଁରେ ଅଭିଯୋଗ ଆସିଲେ ଉପଯୁକ୍ତ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି।

ଅଧିକ ପଢ଼ନ୍ତୁ: ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ବିଜେଡି! 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe