Crop insurance money embezzlement allegations: Vigilance takes Balasore Samavaya in-charge secretary into custody Photograph: (sambad.in)
ବାଲେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ଏଫବିୱାଇ) ଅଧୀନରେ ୫.୮ ଲକ୍ଷ ଟଙ୍କାର ସରକାରୀ ଟଙ୍କା ହେରଫେର ଅଭିଯୋଗରେ ବାଲେଶ୍ବର ଜିଲ୍ଲାର ଦୁର୍ଗାଦେବୀ ସମବାୟ ସମିତିର ପ୍ରଭାରୀ ସଚିବଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ବାଲେଶ୍ୱର ଜିଲ୍ଲା ଦୁର୍ଗାଦେବୀସ୍ଥିତ ଦୁର୍ଗାଦେବୀ କୋ-ଅପରେଟିଭ୍ ସୋସାଇଟିର ପ୍ରଭାରୀ ସଚିବ ଗିରିଶ ଚନ୍ଦ୍ର ବେହେରାଙ୍କୁ ୨୦୨୧-୨୦୨୩ ବର୍ଷ ମଧ୍ୟରେ ୩୮ ଜଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପିଏମଏଫବିୱାଇ (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା)ରେ ୫.୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ରାଶିକୁ ଅନ୍ୟତ୍ର ସ୍ଥାନାନ୍ତର କରି ସୋସାଇଟିରୁ ସରକାରୀ ଟଙ୍କା ହଡ଼ପ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅଧିକ ପଢ଼ନ୍ତୁ: କୃଷି କ୍ଷେତ୍ରରେ ବ୍ୟାପକ କୀଟନାଶକ ବ୍ୟବହାର ଯୋଗୁ ବୃଦ୍ଧି ପାଉଛି କର୍କଟ ରୋଗ!: ଜୈବିକ କୃଷି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ
ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଲେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨/୨୦୨୫ ୟୁ/ଏସ୍ ୧୩(୨)ଆର/ଡବ୍ଲୁ୧୩(୧)(ଏ) ପିସି (ସଂଶୋଧନ) ଆଇନ, ୨୦୧୮/୪୦୯ ଆଇପିସି ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଦହିବରା ଆଳୁଦମ୍ର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଛି: ମନ୍ତ୍ରୀ
Baleswar | Crime
Follow Us