Crores of rupees defrauded in fake trading app: ନକଲି ଟ୍ରେଡିଂ ଆପ୍‌ରେ କୋଟିକୋଟି ଟଙ୍କା ଠକେଇ: ୪ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୭ ଗିରଫ

Advertisment

କଟକରୁ ନିୟନ୍ତ୍ରଣ ହେଉଥିବା ଏକ ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗ ପୁଲିସ ହାତରେ ଧରାପଡିଛି। ଏହି ଗ୍ୟାଙ୍ଗର ମୁଖ୍ୟ ୩ ଜଣଙ୍କ ସହିତ ଘରୋଇ ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରିଛି।

କଟକରୁ ନିୟନ୍ତ୍ରଣ ହେଉଥିବା ଏକ ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗ ପୁଲିସ ହାତରେ ଧରାପଡିଛି। ଏହି ଗ୍ୟାଙ୍ଗର ମୁଖ୍ୟ ୩ ଜଣଙ୍କ ସହିତ ଘରୋଇ ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରିଛି।

ddadaadd

କଟକ: କଟକରୁ ନିୟନ୍ତ୍ରଣ ହେଉଥିବା ଏକ ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗ ପୁଲିସ ହାତରେ ଧରାପଡିଛି। ଏହି ଗ୍ୟାଙ୍ଗର ମୁଖ୍ୟ ୩ ଜଣଙ୍କ ସହିତ ଘରୋଇ ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରିଛି। ଏମାନେ ରାଜ୍ୟରେ ଓ ରାଜ୍ୟ ବାହାରେ ବିଭିନ୍ନ ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ବାଲିକୁଦାର ବବ୍‌ଲୁ ନାୟକ, କଟକ ମାହାଙ୍ଗାର ପନଙ୍ଗ ନାରାୟଣ ଦାଶ ଓ ବିରିବାଟୀରେ ରହୁଥିବା ତିର୍ତ୍ତୋଲର ରୁଦ୍ରମାଧବ ମହାପାତ୍ର । ଏମାନଙ୍କୁ ସହଯୋଗ କରୁଥିବା ଉତ୍କର୍ଷ ଏସଏଫ୍‌ବି ବ୍ୟାଙ୍କର ରିଲେସନସିପ୍‌ ମ୍ୟାନେଜର କଟକ ତିନିଘରିଆରେ ରହୁଥିବା ଯାଜପୁର କୋରେଇର ହରେକୃଷ୍ଣ ସାହୁ, ବନ୍ଧନ ବ୍ୟାଙ୍କର ଡେପୁଟି ମ୍ୟାନେଜର ମଧୁପାଟଣା ଦୁଲ୍ଲାଦେବୀ ରୋଡ୍‌ରେ ରହୁଥିବା ତିର୍ତ୍ତୋଲର ଅଭିଷେକ ମହାନ୍ତି, ଜଗତସିଂହପୁର ଆକ୍ସିସ ବ୍ୟାଙ୍କର ପିଆର୍‌ଓ ଥିବା ବାଲିକୁଦାର ଦେବାଶିଷ ମଲ୍ଲିକ ଏବଂ କଟକ ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କର ସ୍ୱରାଜ ସାମଲ।

Weekly Horoscope: ଜାଣନ୍ତୁ ଏ ସପ୍ତାହର ରାଶିଫଳ

୯୦ ଲକ୍ଷ ଟଙ୍କା, ୬୯ ମୋବାଇଲ୍, କାର୍‌, ୫୫୪ ପାସ୍‌ବୁକ୍‌ ଜବତ

ମଧୁପାଟଣା ଥାନାରେ ଦୁଇ ଦିନ ତଳେ ଟ୍ରେଡିଂ ଆଳରେ ଲକ୍ଷାଧିକ ଟଙ୍କା ଠକେଇ ନେଇ ଏକ ଅଭିଯୋଗକୁ ନେଇ ମଧୁପାଟଣା ପୁଲିସ ସାଇବର ଥାନା ପୁଲିସ ସହାୟତାରେ ଟଙ୍କା ଟ୍ରାନ୍ସଫର ହୋଇଥିବା ଏକାଧିକ ଆକାଉଣ୍ଟର ତଥ୍ୟ ଆଣି ଯାଞ୍ଚ କରି ପ୍ରଥମେ ଜଗତସିଂହପୁର ଆକ୍ସିସ ବ୍ୟାଙ୍କର ପିଆର୍‌ଓ ଦେବାଶିଷ ମଲ୍ଲିକକୁ ଧରିଥିଲା। ତାର ସୂଚନା ଆଧାରରେ ଅନ୍ୟମାନେ ଧରାପଡ଼ିଥିଲେ। ଏମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଡିଂରେ ଅର୍ଥ ବିନିଯୋଗ ପାଇଁ ବିଜ୍ଞାପନ ଦେଉଥିଲେ। ନିବେଶକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଥମ ଦଫାରେ ତାଙ୍କୁ ଅଳ୍ପ କିଛି ଟଙ୍କା ଫେରସ୍ତ ମଧ୍ୟ କରୁଥିଲେ। ଏଥିରେ ପ୍ରଲୋଭିତ ହୋଇ ମୋଟା ଅଙ୍କର ନିବେଶ କରିବାମାତ୍ରେ ତାଙ୍କର ଆକାଉଣ୍ଟ ବନ୍ଦ କରିଦେଉଥିଲେ। ସେମାନେ ବିଭିନ୍ନ ଲୋକଙ୍କ ଅଜାଣତରେ ସେମାନଙ୍କର ପ୍ରମାଣପତ୍ର ଆଣି ମହାକାଳୀ କନଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ, ପ୍ରିୟା ଫିନ୍‌ଟେକ୍‌ ଭଳି ବେନାମୀ କମ୍ପାନି ନାଁରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ। 

Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

ଆଉ କିଛି କାରବାର ହେଉନଥିବା ଆକାଉଣ୍ଟ ଗୁଡିକୁ ମଧ୍ୟ ବ୍ୟବହାର କରୁଥିଲେ। ଠକମାନେ ବ୍ୟାଙ୍କରୁ ଆଣିଥିବା ଜାଲ୍‌ ପ୍ରମାଣପତ୍ରରେ ସିମ୍‌କାର୍ଡ କିଣୁଥିଲେ। ଠକେଇ ପରେ ଆକାଉଣ୍ଟ ବନ୍ଦ କରିଦେବା ସହିତ ସିମ୍‌କାର୍ଡ ନଷ୍ଟ କରିଦେଉଥିଲେ। ଏହିଭଳି ଭାବେ ଅଭିଯୁକ୍ତମାନେ ପୂର୍ବରୁ ବିହାର ସୁପାଉଲ ଏବଂ ଉତ୍ତରପ୍ରଦେଶ ଚାନ୍ଦୁଲି ଜିଲ୍ଲାର ଦୁଇ ଜଣଙ୍କୁ ଠକିଥିବା ଜଣାପଡିଛି। ଅଭିଯୁକ୍ତଙ୍କ ପାଖରୁ ୬୯ଟି ମୋବାଇଲ୍‌, ୪ ଲାପ୍‌ଟପ୍‌, ୩ ଡେସ୍କଟପ୍‌, ବିଭିନ୍ନ କମ୍ପାନିର ୨୧୫ଟି ସିମ୍‌କାର୍ଡ, ୫୫୪ଟି ବ୍ୟାଙ୍କ ପାସ୍‌ବୁକ, ୭୦୨ଟି ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ, ଗୋଟିଏ କାର, ୨ଟା ଦୁଇ ଚକିଆ, ୩ହଜାର ୨ଶହ ଟଙ୍କା ଜବତ ହୋଇଛି। ୯୦ ଲକ୍ଷ ଟଙ୍କା ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି ବୋଲି ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ସାଇବର ଥାନା ଏସିପି ସତ୍ୟଜିତ ଦାସ, ଇନ୍‌ସ୍ପେକ୍ଟର ରଶ୍ମିତା ଜେନା, ମଧୁପାଟଣା ଥାନା ଇନ୍‌ସ୍ପେକ୍ଟର ଚିତ୍ତରଞ୍ଜନ ରାଉତ, ଇନ୍‌ସ୍ପେକ୍ଟର ଦେବୀପ୍ରସାଦ ସାହୁ, ଇନ୍‌ସ୍ପେକ୍ଟର ବିକାଶ କୁମାର ପଲେଇ, ଏସ୍ଆ‌ଇ ମୁଦ୍ରା ଯୁଧିଷ୍ଠିର, ଏଏସ୍ଆ‌ଇ ଆଶୁତୋଷ ଷଡ଼ଙ୍ଗୀକୁ ନେଇ ଗଠିତ ଟିମ୍‌ ଏହି ଗ୍ୟାଙ୍ଗକୁ ଧରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe