ଶବ ପାଲଟିଲା ସାହସୀ ଝିଅ.. ମାଆ କହୁଛି ମୋ ଝିଅ ମରିନି, ଗାଁ ଲୋକଙ୍କ ଆଖିରୁ ଲୁହ ଶୁଖୁନି..

ଗାଁର ସାହସୀ ଝିଅ, ଗାଁର ସୁନା ଝିଅ, ଖଣ୍ଡମଣ୍ଡଳର ପରିଚିତ ଚେହେରା ଯେତେବେଳେ ପେଟ୍ରୋଲ ନିଆଁରେ ଜଳି ଜୀବନ ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଥିଲା ସେତେବେଳେ ସାରା ଅଞ୍ଚଳର ଲୋକେ ତା ପାଇଁ ପ୍ରାର୍ଥନା କରିଥିଲେ

New Project (12)

ବାଲେଶ୍ବର: ଗାଁ କାନ୍ଦୁଛି, ମାଆ କାନ୍ଦୁଛି.. ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସାହସୀ ଝିଅ ଶବ ପାଲଟିଯିବା ପରେ ସମସ୍ତେ ସ୍ତବ୍ଧ, ସମସ୍ତେ ନୀରବ, ଏକଦମ ଚୁପ । ଦିନ କେଇଟାରେ କଣ ସବୁ ଘଟିଗଲା ନା ପରିବାର ଲୋକେ ଜାଣି ପାରିଛନ୍ତି ନା ଗାଁ ଲୋକେ ବୁଝି ପାରୁଛନ୍ତି ।

ଗାଁର ସାହସୀ ଝିଅ, ଗାଁର ସୁନା ଝିଅ, ଖଣ୍ଡମଣ୍ଡଳର ପରିଚିତ ଚେହେରା ଯେତେବେଳେ ପେଟ୍ରୋଲ ନିଆଁରେ ଜଳି ଜୀବନ ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଥିଲା ସେତେବେଳେ ସାରା ଅଞ୍ଚଳର ଲୋକେ ତା ପାଇଁ ପ୍ରାର୍ଥନା କରିଥିଲେ, ଦୀପ ଜାଳିଥିଲେ ଆଉ ଆଜି ଯେତେବେଳେ ସେହି ଝିଅ ପାଇଁ ଚିତା ସଜଡା ଯାଉଛି, ଜୁଇ ନିଆଁରେ ସେ ଜଳିଯାଉଛି ସେ କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଗ୍ରାମବାସୀ ।

କାରଣ ସୌମ୍ଯାଶ୍ରୀ ଥିଲେ ସବୁ ଗୁଣରେ ଏକ ନମ୍ବର । କଥାରେ କାମାରେ ଥିଲେ ଆଗରେ । କବିତା, ଖେଳ, ନାରୀ ସୁରକ୍ଷା, ନାରୀ ସଶକ୍ତିକରଣ ଏବଂ ଆତ୍ମସୁରକ୍ଷାର କଳା ଶିଖାଉଥିଲେ ସୌମ୍ୟାଶ୍ରୀ । ପିଲାଙ୍କୁ ଏତେ ଶିକ୍ଷା ଦେଉଥିବା ଝିଅ ଆଜି କାହିଁକି ହାରିଗଲା ସେ କଥା କାନ୍ଦି କାନ୍ଦି ଭାବି ହେଉଛନ୍ତି ଗ୍ରାମବାସୀ । 

ଅଧିକ ପଢନ୍ତୁ-

ବ୍ୟବସ୍ଥାରୁ ହସ୍ପିଟାଲ ବେଡ୍… ସବୁଠି ସଂଘର୍ଷ କରି ଶେଷରେ ହାରିଗଲେ ବାଲେଶ୍ବରର ସାହସୀ ଝିଅ ସୌମ୍ୟାଶ୍ରୀ

ଗାଁରେ ଛାତ୍ରୀଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଘର ଆଗରେ ମାଳ ମାଳ ଲୋକ ରୁଣ୍ଡ ହୋଇଥିଲେ  । ଗାଁ ଶ୍ମଶାନରେ ଆଖପାଖ ଗାଁ ଲୋକଙ୍କ ଭିଡ ଲାଗିଛି । ଝିଅକୁ ସମସ୍ତେ ଭଲପାଆନ୍ତି ବୋଲି ଧାଇଁ ଆସିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe