ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବାତ୍ୟା ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଖୋର୍ଦ୍ଧାରେ ୨ ଦିନ ପାଇଁ ସ୍କୁଲ ଛୁଟି । ଅଙ୍ଗନବାଡ଼ିକୁ ମଧ୍ଯ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଲକ୍ଷ୍ଯ ରଖି ୨୮ ଏବଂ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Advertisment
bhubaneswar rain
bhubaneswar rain Photograph: (sambad.in)

ଭୁବନେଶ୍ବରରେ ପାଗ ବଦଳିଲାଣି

ଏପଟେ ବାତ୍ୟା ପ୍ରଭାବରେ ଭୁବନେଶ୍ବରରେ ପାଗ ବଦଳିଲାଣି । ଦିନରେ ଭୁବନେଶ୍ବରରେ ବର୍ଷା ହୋଇଛି । ଆକାଶ ମେଘାଚ୍ଛନ୍ନ ସହ ଝିପଝିପ ବର୍ଷା ହେଉଛି । ଦିନରେ ହାଲକା ପବନ ହେବା ସହ ବର୍ଷାରେ ଭିଜିଛି ଭୁବନେଶ୍ବର । ପ୍ରାୟ ୧୫ରୁ ୨୦ ମିନିଟ୍ ଯାଏଁ ବର୍ଷା ରାଜଧାନୀରେ ହୋଇଥିବାରୁ ରାସ୍ତାରେ ଯାଉଥିବା ଲୋକ ଅନେକ ହଇରାଣ ହୋଇଛନ୍ତି ।

ସେପଟେ ବାତ୍ଯା ମୋନ୍ଥାକୁ ନେଇ ବିଏମସି ପ୍ରସ୍ତୁତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ଯା, ଗଛ ପଡିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ରହିଛି । ଏ ନେଇ ବିଏମସିରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ସ୍ବତନ୍ତ୍ର ଟିମ ଗଠନ ହୋଇଛି। ବର୍ଷା ପବନ ପରେ ଯଦି କିଛି ଅଘଟଣ ଘଟେ ତେବେ କିଭଳି ସଫେଇ ହେବ, ଡ୍ରେନେଜ ସମସ୍ଯା ନହେବ ସେ ନେଇ ଯୋଜନା ହୋଇଛି।

ଅଧିକ ପଢନ୍ତୁ-

Cyclone Montha Landfall: ସମୁଦ୍ରରୁ ସୁ ସୁ ଗର୍ଜନ କରି ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା, ଆସନ୍ତାକାଲି ରାତିରେ କରିବ ଲ୍ୟାଣ୍ଡଫଲ୍

bmc
bmc Photograph: (sambad.in)

ମୁକାବିଲା ପାଇଁ ପ୍ରସ୍ତୁତ

ଏନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ତଦାରଖ କରାଯାଉଛି । ଗ୍ରାଉଣ୍ଡରେ କିଛି ଅଭିଯୋଗ ଆସିଲେ ସାଙ୍ଗେ ସାଙ୍ଗେ ତାର ସମାଧାନ କରାଯିବ ହେଲ୍ପଲାଇନ ନମ୍ବର- ୧୯୨୯କୁ ଫୋନ କରି ଲୋକେ ସମସ୍ୟା କହିପାରିବେ । କେଉଁଠି କଣ ଘଟିଲା ଏହି ନମ୍ବରରେ ଜଣାଇପାରିବେ ରାଜଧାନୀବାସୀ । ଲୋକଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ । ୩ଟି ସିପ୍ଟରେ କର୍ମଚାରୀ ରହି ବାତ୍ୟାର ମୁକାବିଲା କରିବେ । 

ଅଧିକ ପଢନ୍ତୁ-

Cyclone montha towards coastal areas: ବାତ୍ୟା ମୋନ୍ଥା ଯୋଗୁ ବହୁ ଟ୍ରେନ୍ ବାତିଲ୍, ଭୁବନେଶ୍ବରରୁ ୩ ଟ୍ରେନ୍, ଦେଖନ୍ତୁ ତାଲିକା