କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଘନାମହୁଲ ରେଳବାଇ ଫାଟକ ନିକଟ ଧାରଣାରୁ ଗୁରୁବାର ସକାଳେ ବାନ୍ଧନପାଲି ଗାଁର ଭକ୍ତରାମ ମାଝୀ (୧୯)ଙ୍କ ମୃତଦେହ ଉଦ୍ଧାର ହୋଇଛି।ଭକ୍ତରାମଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସାଙ୍ଗର ବରଯାତ୍ରୀ ଯାଉଥିବା କହି ଭକ୍ତରାମ ବୁଧବାର ରାତି ୭ଟାରେ ଘରୁ ବାହାରିଥିଲେ। ହେଲେ ଗୁରୁବାର ସକାଳେ ଗାଁ ପାଖ ରେଳଧାରଣାରେ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ପରିବାର ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।
Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍: ଫାଇନାଲ୍ରେ ବୋର୍ଡ ଅଫ୍ ରେଭିନ୍ୟୁ-ଭୁବନେଶ୍ବର ବାର୍
ଭକ୍ତରାମଙ୍କୁ ହତ୍ୟା କରିବା ପରେ ରେଳଧାରଣାରେ ଫିଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ବାପା ନୀଳାଞ୍ଚଳ ମାଝୀ ଅଭିଯୋଗ କରିଛନ୍ତି। ଭକ୍ତରାମଙ୍କ ବାଇକ୍ଟି ଘର ପାଖରେ ଥିବା ଦେଖିବାକୁ ମିଳିଛି। ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଓ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ରେଳବାଇ ପୁଲିସ କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ଭକ୍ତରାମ ବୁଧବାର ରାତି ପ୍ରାୟ ୧୧ଟାରେ ଟ୍ରେନ୍ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିବା ଏକ ମାଲବୋଝେଇ ଟ୍ରେନ୍ର ଲୋକୋ ପାଇଲଟ୍ ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିବା କହିଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ। ଜିଆର୍ପି ଅଧିକ ତଦନ୍ତ ଜାରି ରଖିଛି।
Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି
Follow Us