Dead body of unidentified youth recovered: The secret of death will be revealed after the interval Photograph: (sambad.in)
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଳା ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ପଞ୍ଚାୟତର ଭାନପୁର ଗ୍ରାମର ପୋଖରୀ ତୁଠରେ ଜନୈକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ। ମୃତ ଯୁବକଙ୍କ ପରିଚୟ ପାଉନି ପୁଲିସ।
ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ଭାନପୁର ଗ୍ରାମର ପୋଖରୀ ହୁଡ଼ାରେ ଏକ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ଖୋଲା ଦେହ ଯୁବକଙ୍କ ମୃତ ଶରୀରଟି ମୁହଁ ମାଡି ପଡି ରହିଥିଲା।
ସ୍ଥାନୀୟ ଲୋକ ପୋଖରୀକୁ ଯାଉଥିବାବେଳେ ମୃତ ଶରୀରକୁ ଦେଖି ଚିହ୍ନି ପାରି ନଥିଲେ ଓ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଏସଆଇ ଦେବାଶିଷ ମଣ୍ଡଳ ଓ ଏଏସଆଇ ସୁବ୍ରତ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଅନ୍ୟପଟେ ଯୁବକଙ୍କ ମୁହଁ ଓ ଗୋଡ଼ରେ ସାମାନ୍ୟ କ୍ଷତ ଥିବାର ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଦେଢ଼ ମାସରେ ୪,୫୯୯ ଛାତ୍ରଛାତ୍ରୀ ପାଲଟିଲେ କୃଷି ଶ୍ରମିକ
ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ମୃତ ଯୁବକର ପରିଚୟ ଜାଣିବାକୁ ବିଭିନ୍ନ ଥାନାକୁ ଖବର ଦେବା ସହିତ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଜାରି ରଖିଛି। ତେବେ ଶବ ବ୍ୟବଚ୍ଛେଦ ପରେ ଯୁବକଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ: ସୀମାରେ ଶୁଭିବନି ଗୁଳିର ଶବ୍ଦ: ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି
Mayurbhanj | Crime
Follow Us