Death to humanity: ମରିଗଲା ମାନବିକତା: ରୋଗଗ୍ରସ୍ତ ବୃଦ୍ଧଙ୍କୁ ‌ରାସ୍ତାରେ ଫିଙ୍ଗି ଚାଲିଗଲେ ସମ୍ପର୍କୀୟ

Advertisment

ରୋଗଗ୍ରସ୍ତ ବୃଦ୍ଧ ଭାଇଙ୍କୁ ଭୁଲିଗଲେ ଭଉଣୀ ଓ ବନ୍ଧୁପରିଜନ। ଚିକିତ୍ସା କରିବା ତ ଦୂର କଥା, କେହି ନ ଜାଣିବାକୁ ରାଜଧାନୀ ଭୁବନେଶ୍ବରରୁ ୪୦୦ କିମି ଦୂର ରାଉରକେଲା ଆଣି ରାସ୍ତାରେ ଫିଙ୍ଗିଦେଇ ପଳାଇଲେ।

ରୋଗଗ୍ରସ୍ତ ବୃଦ୍ଧ ଭାଇଙ୍କୁ ଭୁଲିଗଲେ ଭଉଣୀ ଓ ବନ୍ଧୁପରିଜନ। ଚିକିତ୍ସା କରିବା ତ ଦୂର କଥା, କେହି ନ ଜାଣିବାକୁ ରାଜଧାନୀ ଭୁବନେଶ୍ବରରୁ ୪୦୦ କିମି ଦୂର ରାଉରକେଲା ଆଣି ରାସ୍ତାରେ ଫିଙ୍ଗିଦେଇ ପଳାଇଲେ।

fhfsxbvbvxv

ରାଉରକେଲା: ରୋଗଗ୍ରସ୍ତ ବୃଦ୍ଧ ଭାଇଙ୍କୁ ଭୁଲିଗଲେ ଭଉଣୀ ଓ ବନ୍ଧୁପରିଜନ। ଚିକିତ୍ସା କରିବା ତ ଦୂର କଥା, କେହି ନ ଜାଣିବାକୁ ରାଜଧାନୀ ଭୁବନେଶ୍ବରରୁ ୪୦୦ କିମି ଦୂର ରାଉରକେଲା ଆଣି ରାସ୍ତାରେ ଫିଙ୍ଗିଦେଇ ପଳାଇଲେ। ଏଥିପାଇଁ ସେମାନଙ୍କ ମନରେ ନ ଥିଲା ଅନୁତାପ। ରାସ୍ତାରୁ ରୋଗଗ୍ରସ୍ତ ବୃଦ୍ଧଙ୍କୁ ଉଠାଇ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ପଠାଇଥିଲେ ସେକ୍ଟର-୧, ଡି ବ୍ଲକ୍‌ ଅଞ୍ଚଳର ଯୁବକ ମାନସ ରଞ୍ଜନ ନାୟକ। ବୃଦ୍ଧଜଣକ ଏବେ ଆର୍‌ଜିଏଚ୍‌ ସଂକ୍ରମଣ ୱାର୍ଡରେ ଏକାକୀ ଅଛନ୍ତି। ସେ ହେଉଛନ୍ତି ଭୁବନେଶ୍ବର ଷ୍ଟେସନ୍‌ ରୋଡ୍‌ର ସଞ୍ଜୀବ ଦାଶ (୭୦)। ଏଭଳି ଦୟନୀୟ ସ୍ଥିତି ସମ୍ପର୍କରେ ପଚାରିବାରୁ ଲୁହ ଓ କୋହ ସମ୍ଭାଳି ନପାରି ଭୋଭୋ ହୋଇ କାନ୍ଦିଥିଲେ ସଞ୍ଜୀବ। ସଞ୍ଜୀବଙ୍କ କହିବାନୁଯାୟୀ ଇଞ୍ଜିନିୟରିଂ ପାସ୍‌ ପରେ ସେ ମୁମ୍ବାଇରେ ଏକ ଘରୋଇ ସଂସ୍ଥାର ବରିଷ୍ଠ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ୩୫ ବର୍ଷ ବୟସରେ ପତ୍ନୀ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ପିଲାଛୁଆ ହୋଇ ନଥିଲେ ମଧ୍ୟ ସେ ଦ୍ବିତୀୟ ବିବାହ କରିନଥିଲେ। ଯାହା କିଛି ରୋଜଗାର କରୁଥିଲେ ନିଜେ ଚଳିବା ସହ ଭଉଣୀ ଓ ସମ୍ପର୍କୀୟମାନଙ୍କୁ ସହଯୋଗ କରୁଥିଲେ। ବୃଦ୍ଧାବସ୍ଥାରେ ହାର୍ଣ୍ଣିଆ ରୋଗ ତାଙ୍କୁ ବେଶି କଷ୍ଟ ଦେଇଥିଲା। ଅସ୍ତ୍ରୋପଚାର କରିବାକୁ ସେ ଉଉଣୀ ଓ ସମ୍ପର୍କୀୟମାନଙ୍କୁ ବାରମ୍ବାର କହୁଥିଲେ ହେଁ କେହି ଶୁଣିନଥିଲେ। ଓଲଟା ଭଉଣୀମାନେ ତାଙ୍କ ଘରୁ ସମସ୍ତ ଜିନିଷପତ୍ର ନେଇ ଯାଇଥିଲେ।

SakhiGopal: ସାକ୍ଷୀଗୋପାଳ: ୩ ସ୍ଥାନରେ ଫୁଟିଲା ବୋମା, ଜଣେ ଅଟକ, ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍‌ପି

ରୋଗଯନ୍ତ୍ରଣାରୁ ରକ୍ଷା ପାଇବାକୁ କାକୁତିମିନତି ହେବା ପରେ ଚାରି ସମ୍ପର୍କୀୟ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଗତ ୧୫ ତାରିଖରେ ରାଉରକେଲାକୁ ଆଣିଥିଲେ। ସେମାନଙ୍କୁ ପାଖରେ ରଖିଥିବା ୧୦ ହଜାର ଟଙ୍କା ମଧ୍ୟ ଦେଇଥିଲେ ସଞ୍ଜୀବ। ହେଲେ ରାଉରକେଲାରେ ପହଞ୍ଚିବା ପରେ ଏକ ଅଟୋରେ ବସାଇ ସେକ୍ଟର-୧ ଡି ବ୍ଲକ୍‌ ରାସ୍ତାରେ ଓହ୍ଲାଇ ଦେଇ ସେଠାରୁ ଚାଲିଯାଇଥିଲେ। ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳର ମାନସ ରଞ୍ଜନ ନାୟକ ତାଙ୍କୁ ଉଦ୍ଧାର କରିଥିଲେ। ନିଶଦାଢ଼ି କାଟିବା ସହ ସେବାଶୁଶ୍ରୂଷା କରିଥିଲେ। ଚିକିତ୍ସା ପାଇଁ ଆର୍‌ଏମ୍‌ସି ଆଶ୍ରୟଗାଡ଼ିରେ ଆର୍‌ଜିଏଚ୍‌କୁ ପଠାଇଥିଲେ। ସେପଟେ ସମ୍ପର୍କୀୟଙ୍କୁ ଠାବ କରିବା ପାଇଁ ମାନସ ରଘୁନାଥପାଲି ଥାନାରେ ଜଣାଇଥିଲେ। ତେବେ ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ମାନସ କହିଛନ୍ତି। ରୋଗଗ୍ରସ୍ତ ବୃଦ୍ଧଙ୍କୁ ତାଙ୍କ ସମ୍ପର୍କୀୟ ନିକଟରେ ପହଞ୍ଚାଇବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମାନସ ପ୍ରଶାସନକୁ ଅନୁରୋଧ କରିଛନ୍ତି।

I&PR Office: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଚାଲିଛି ଯୋଜନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe