ବଦଳିବ ଭୂମିହୀନଙ୍କ ସଂଜ୍ଞା: ରାଜସ୍ବ ମନ୍ତ୍ରୀ

Advertisment

ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାନଙ୍କ ପାଇଁ ଘର ତିଆରି ଲାଗି ୪ ଡ଼ିସିମିଲ ଜାଗା ଦେବେ। ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ, ସେଭଳି ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ...

Updated On

ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାନଙ୍କ ପାଇଁ ଘର ତିଆରି ଲାଗି ୪ ଡ଼ିସିମିଲ ଜାଗା ଦେବେ। ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ, ସେଭଳି ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ...

ଅଦ୍ୟତନ ହୋଇଛି
Definition of landless will Change: Minister of Revenue

Definition of landless will Change: Minister of Revenue

ଭୁବନେଶ୍ବର: ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାନଙ୍କ ପାଇଁ ଘର ତିଆରି ଲାଗି ୪ ଡ଼ିସିମିଲ ଜାଗା ଦେବେ। 

ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ ସେଭଳି ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ। ଆଉ ୪ ଡିସିମିଲିରୁ ଯେତେ କମ୍ ଜାଗା ଥିବ ସେତିକି ଜାଗା ସେମାନଙ୍କୁ ଦିଆଯିବ। 

ଯେଉଁ ହିତାଧିକରୀମାନଙ୍କ ପାଖରେ କମ୍ ଜମି ଅଛି ଓ ସରକାରଙ୍କ ଠାରୁ ସେମାନେ ଜମି ଆଶା କରୁଛନ୍ତି।ପ୍ରଥମେ ନିଜ ନାଁରେ ଥିବା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଦିଅନ୍ତୁ । ଯାହା ବଦଳରେ ନିର୍ଦ୍ଧିଷ୍ଟ ଓ ଏକ ଗ୍ରହଣୀୟ ଜାଗାରେ ଏକାଠି ୪ ଡିସିମିଲ ଜାଗା ଦେଇଦେବୁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଟସ୍ ଜିତିଲା ଇଂଲଣ୍ଡ: ବ୍ୟାଟିଂ ନିଷ୍ପତ୍ତି

ବସୁନ୍ଧରା ଯୋଜନାରେ ପାଉଥିବା ଜାଗାକୁ ପୂର୍ବରୁ ବିକ୍ରି( ଟ୍ରାନ୍ସଫରେବୁଲ୍) କରିହେଉଥିଲା। ଯାହାକୁ ଆବଶ୍ୟକ ପଡ଼ିଲେ ହିତାଧିକାରୀ ବିକ୍ରି କରି ପୁଣି ଭୂମିହୀନ ହେଇ ସରକାରଙ୍କ ଠୁଁ ଜମି ନେବା ପାଇଁ ଆଶାୟୀ ହୋଇ ରହୁଥିଲେ।  କିନ୍ତୁ ଏବେ ଏହା ଆଉ ବିକ୍ରି କରିହେବନି। ତାହା କେବଳ  ଉତ୍ତରାଧିକାରୀଙ୍କ ଖାତାରେ ଚଢ଼ିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ୨୧ ଫେବ୍ରୁଆରିରୁ ମାଟ୍ରିକ୍ ପରୀକ୍ଷା: ୩,୧୩୩ କେନ୍ଦ୍ରରେ ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe