Climbing a mountain to find a mobile network Photograph: (sambad.in)
ଘୁ.ଉଦୟଗିରି: ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଆଜି ବି ମୋବାଇଲ ନେଟୱାର୍କ ଅପହଞ୍ଚ ହୋଇ ରହିଛି। ମୋବାଇଲ ନେଟୱାର୍କ ପାଇଁ ପାହାଡ଼ ପର୍ବତ ଚଢି ଖୋଜିବାକୁ ପଡୁଛି।
ଏହିଭଳି ଏକ ଗାଁ କେ. ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ ବାନ୍ଦାବାଜୁ ଏବଂ ଟୁଟାମାହା ଦୁଇଟି ୱାର୍ଡ ବାସୀ ନେଟୱାର୍କ ସ୍ଥାପନ ନିମନ୍ତେ ଦାବି କରିଛନ୍ତି। ଦୀର୍ଘ ଦିନରୁ ଏଠାକାର ଜନସାଧାରଣ ଜରୁରୀକାଳୀନ ସମୟରେ ଯୋଗାଯୋଗ କରିବା ପାଇଁ ନେଟୱାର୍କ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ମୋବାଇଲ ନେଟୱାର୍କ ସ୍ଥାପନ ନିମନ୍ତେ ବାରମ୍ବାର ଦାବି କରିଛନ୍ତି କିନ୍ତୁ ମୋବାଇଲ ନେଟୱାର୍କ ପାଇଁ ଏକ କିଲୋମିଟର ଯିବାକୁ ପଡ଼ୁଥିବାରୁ ବହୁତ ଅସୁବିଧା ଭୋଗୁଛନ୍ତି । ଚାଞ୍ଚେଡ଼ି ପଞ୍ଚାୟତର ୧ ନମ୍ବର ଏବଂ ୨ ନମ୍ବର ୱାର୍ଡର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁଇ ୱାର୍ଡ ବାସୀଙ୍କ ପାଇଁ ଏଯାଏ ଗାଁରେ ମୋବାଇଲ ନେଟୱାର୍କ ସୁବିଧା ନାହିଁ। ଯାହାଫଳରେ ମୋବାଇଲ ନେଟୱାର୍କ ସ୍ଥାପନ ପାଇଁ ସେମାନେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ନାଇଟ କ୍ଲବରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲେ ୫୦ରୁ ଅଧିକ ଲୋକ
ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ବାନ୍ଦାବାଜୁ ଗାଁରେ ମୋବାଇଲ ନେଟୱାର୍କ ସ୍ଥାପନ ନିମନ୍ତେ ଅଞ୍ଚଳ ପଞ୍ଚୁ ଦିଗାଲ, ରାହୁଳ ଦିଗାଲ, ପୂର୍ବତନ ୱାର୍ଡ ମେମ୍ବର ଷୁଶମା ପ୍ରଧାନ, ପଦ୍ମଚରଣ ମଲିକ, ଆମସ୍ ପ୍ରଧାନ, ସମିର ପ୍ରଧାନ, ରିତିକ୍ ପ୍ରଧାନ, ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ:
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
Follow Us