କଟକ: ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ମାମଲା ନୂଆ ମୋଡ଼ ନେଇଛି। ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ ପରେ ନିଯୁକ୍ତି ପରୀକ୍ଷାରେ ଅଧିକ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ବେଳେ କମ୍ ମାର୍କ ରଖିଥିବା ୧୧ ଜଣ ପ୍ରାର୍ଥୀ ନିଯୁକ୍ତି ପାଇ ଡେଣ୍ଟାଲ୍ ସର୍ଜନ୍ ଭାବେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଥିଲା। ସଂଶୋଧନ ପରେ ଧାର୍ଯ୍ୟ କଟ୍-ଅଫ୍ ମାର୍କ ଠାରୁ କମ୍ ମାର୍କ ରଖିଥିଲେ ମଧ୍ୟ ଚାକିରି ପାଇ କାର୍ଯ୍ୟ କରୁଥିବା ଏହି ୧୧ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ସଂପର୍କିତ ପରାମର୍ଶ ଓ ପୂର୍ବ ଅନୁମୋଦନ ପ୍ରତ୍ୟାହାର ପାଇଁ ଅନୁମତି ଲୋଡ଼ି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଛି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରର କେଉଁ ରାସ୍ତାରେ ରହିବ କଟକଣା ଜାଣନ୍ତୁ
ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ଓପିଏସସି ତରଫରୁ ଦର୍ଶାଯାଇଥିଲା ଏହି ଅନ୍ତରୀଣ ଆବେଦନ ନଭେମ୍ବର ୨୭ରେ ଦାଖଲ ହୋଇଛି। ଅନ୍ତରୀଣ ଆବେଦନର କପି ପ୍ରତିପକ୍ଷ ଓ ଇଣ୍ଟରଭେନରଙ୍କୁ ପ୍ରଦାନ କରିବାକୁ ହାଇକାର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିପକ୍ଷ ଓ ଇଣ୍ଟରଭେନର ଚାହିଁଲେ ଏହି ପ୍ରସଂଗରେ ଜବାବ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଏହି ଖବର ପଢ଼ନ୍ତୁ: 'ସାବରମତୀ ରିପୋର୍ଟ'କୁ କରମୁକ୍ତ କଲେ ରାଜ୍ୟ ସରକାର
ଆଜି ମାମଲାର ଶୁଣାଣି ସମୟରେ ଓପିଏସସି ସଚିବ ସତ୍ୟବ୍ରତ ରାୟ ବ୍ୟକ୍ତିଗତ ଭାବେ ହାଜର ହୋଇ ଦର୍ଶାଇଥିଲେ ଯେ ନଭେମ୍ବର ୨୫ର ନିର୍ଦ୍ଦେଶ ପାଳନ କରି ସଂଶୋଧିତ ମେଧା ତାଲିକା ୱେବସାଇଟରେ ପ୍ରକାଶ କରାଯାଇଛି। ଇଣ୍ଟରଭେନରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପ୍ରଥମେ ପ୍ରକାଶିତ ମେଧା ତାଲିକା ଆଧାରରେ ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନିଯୁକ୍ତିପତ୍ରରେ କେଉଁ ସ୍ଥାନରେ ଅଦାଲତରେ ବିଚାରାଧୀନ ମାମଲା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇ ନଥିଲା ବୋଲି ଇଣ୍ଟରଭେନରଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ଓପିଏସସି ଅନୁମୋଦନ ଆଧାରରେ ଡେଣ୍ଟାଲ ସର୍ଜନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସଂପର୍କିତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିଲା। ଡିସେମ୍ବର ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଦେଶରେ କଡ଼ାକଡ଼ି ଲାଗୁ ହେଉ ଉପାସନାସ୍ଥଳୀ ଅଧିନିୟମ
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭-୧୮ରେ ଓପିଏସ୍ସି ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ (ଡେଣ୍ଟାଲ୍) କ୍ୟାଡର୍ ଗ୍ରୁପ-କ(ଜୁନିୟର୍) ଡେଣ୍ଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୯୮ଟି ଡେଣ୍ଟାଲ୍ ସର୍ଜନ୍ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳ ପ୍ରକାଶ ପରେ ୧୭୧ଜଣ ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ୨୦୧୮, ଅଗଷ୍ଟ ୯ରେ ସୁପାରିସ କରିଥିଲା। ଓପିଏସ୍ସି ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଡେଣ୍ଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। କିନ୍ତୁ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର (କି ଆନସାର୍) ଭୁଲ୍ ଥିବା ଅଭିଯୋଗ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ପୋଷାକ ଖୋଲି ଫଟୋ ପଠାଇବାକୁ କହୁଥିଲେ ଶିକ୍ଷକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/18/mX8JS5HLqe9PBZneleVr.jpeg)