Cyclone preparation meeting of development comissioner Anu Garg on Friday. Photograph: (sambad.in)
ଜଳଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ
ଏସ୍ଆରସି ପକ୍ଷରୁ ଚେତାବନୀ
ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ। ଅକ୍ଟୋବର ୨୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିବ। ସମ୍ଭାବିତ ବାତ୍ୟା ସମୟରେ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପିଛା ୩୫ରୁ ୬୦ କିମି ରହିବ। ଏହା ଘଣ୍ଟା ପିଛା ସର୍ବାଧିକ ୭୦କିମି ହୋଇପାରେ।
ଆହୁରି ପଢ଼ନ୍ତୁ: Bureaucrat Suspended: ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ହାତ ଉଠାଇବା ମାମଲାରେ ଏସ୍ଡିଏମ୍ ନିଲମ୍ବିତ
କ’ଣ କହୁଛି ପାଣିପାଗ ବିଭାଗ?
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମନୋରମା ନିର୍ଦ୍ଦେଶିକା ମହାପାତ୍ର କହିଛନ୍ତି, ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବିପର୍ଯ୍ୟୟ ପରେ ବିଭାଗୀୟ ଅଧିକାରୀମାନେ ସରକାରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରନ୍ତୁ। ସମ୍ଭାବିତ ବାତ୍ୟାର ପ୍ରଭାବ ଆନ୍ଧ୍ର ପ୍ରଦେଶ ଉପରେ ପଡ଼ିପାରେ। ୨୭ ତାରିଖରେ ଓଡ଼ିଶାର ଗୋଟିଏ ଦୁଇଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୮ରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
Follow Us