ଭୁବନେଶ୍ବର/କୋଣାର୍କ: ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ତାଳଚେର, କୋଣାର୍କ ସମେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସୋମବାର ସନ୍ଧ୍ୟାରେ ଛଠ୍ ପର୍ବ ପାଳିତ ହୋଇଯାଇଛି। ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀମାନେ ଜଳାୟଶୟରେ ଆଜି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ଆସନ୍ତାକାଲି (ମଙ୍ଗଳବାର) ସକାଳୁ ଉଦୟମାନ ସୂର୍ଯ୍ୟଙ୍କୁ ଶ୍ରଦ୍ଧାଳୁମାନେ ଜଳାଶୟରେ ଅର୍ଘ୍ୟ ଦେବେ। ଚାରି ଦିବସୀୟ ଛଠ୍ ବ୍ରତର ତୃତୀୟ ଦିନରେ ପାଗ ଅନୁକୁଳ ଥିବାରୁ ଜଳାଶୟଗୁଡ଼ିକରେ ବ୍ରତାଧାରୀମାନେ ଉତ୍ସାହିତ ଥିଲେ। ଜଳାଶୟରେ ଭକ୍ତମାନେ ଠିଆ ହୋଇ ସେମାନଙ୍କର ପ୍ରିୟ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରୁଥିଲେ। ଆଧ୍ୟାତ୍ମିକ ବିଶ୍ବାସ ଅନୁଯାୟୀ ଏହି ସମୟରେ ପୃଥିବୀ, ଆକାଶ ଏବଂ ବାୟୁ ସାକ୍ଷୀ ଥିଲେ।
କୁଆଖାଇରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ
ରାଜଧାନୀ ଭୁବନେଶ୍ବରର କୁଆଖାଇ, ଦୟାନଦୀ, ବିନ୍ଦୁସାଗର ଘାଟରେ ଆଜି ପବିତ୍ର ଛଠ୍ ପର୍ବ ପାଳନ କରାଯାଇଛି। ଶ୍ରଦ୍ଧାଳୁମାନେ ନିଜନିଜ ପରିବାର ସହିତ ସନ୍ଧ୍ୟାରେ ଜଳାଶୟକୁ ଯାଇ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ମଙ୍ଗଳ କାମନା ପାଇଁ ପରିବାରର ମୁଖ୍ୟ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କେବଳ କୁଆଖାଇ ଘାଟରେ ୫୦୦ରୁ ଊର୍ଦ୍ଧ୍ବ ପରିବାର ସାମିଲ ହୋଇଥିଲେ। ବ୍ରତଧାରୀମାନେ ଆସନ୍ତାକାଲି ଭୋର ୩ଟାରୁ ପୁଣି ଥରେ ଜଳାଶୟରେ ଏକତ୍ର ହେବେ ଏବଂ ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବେ।
ଆହୁରି ପଢ଼ନ୍ତୁ: Farmers worried about cyclone Montha: ମୋନ୍ଥା ପାଇଁ ଚିନ୍ତାରେ ଚାଷୀ, ଜମିରେ ରହିଛି ପାଚିଲା ଧାନ
କୋଣାର୍କରେ ଛଠ୍
ବିଶ୍ବ ପ୍ରସିନ୍ଧ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ତ୍ରୀର୍ଥପୁଷ୍କରିଣୀ ଠାରେ ଆଜି ଅସ୍ତଗାମୀ ସୂର୍ଯ୍ୟଙ୍କୁ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ଛତିଶଗଡ଼ରୁ ଆସି ଏଠାରେ ରହୁଥିବା ଶ୍ରଦ୍ଧାଳୁମାନେ ‘ଛଠ୍ପୂଜା’ ରୀତିନୀତି ଅନୁଯାୟୀ କରିଥିଲେ। ଅନରୁପ ଭାବେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ବିହାର, ଛତିଶଗଡ଼ର ଥିବା କେତେକ କର୍ମଚାରୀଙ୍କ ପରିବାର ପକ୍ଷରୁ ମଧ୍ୟ ତୀର୍ଥପୁସ୍କରଣୀରେ ଛଟ ପୂଜା କରିଥିଲେ।
/filters:format(webp)/sambad/media/media_files/2025/10/27/konark-2025-10-27-20-55-52.jpg)
୪ଦିନିଆ ବ୍ରତ
ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ମଙ୍ଗଳବାର ସକାଳେ ଶେଷ ହେବ। ଏହି ପୂଜା ନିମନ୍ତେ ପ୍ରଥମେ ବିଭିନ୍ନ ପ୍ରକାର ଫଳ ଓ ଖିରି, ସେବନ କରି ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିବା ପରେ ୩୬ ଘଣ୍ଟା ନିର୍ଜଳ ଉପବାସ ରହି ସୋମବାର ସନ୍ଧ୍ୟା ବେଳେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜା କରାଯାଇଛି। ମଙ୍ଗଳବାର ସକାଳେ ସୂର୍ଯ୍ୟଭଗବାନଙ୍କୁ ପୂଜା ପରେ ଛଟ ବ୍ରତ ଶେଷ ହେବ। ଏହି ସୂର୍ଯ୍ୟପୂଜାରେ ୬ଟି ଭୋଗ ଚାଙ୍ଗୁଡିରେ ସୁସଜ୍ଜିତ ବିଭିନ୍ନ ପ୍ରକାର ଫଳ ଯେଉଁଥିରେ କଦଳୀ, ସପୁରୀ, ପିଜୁଳି, ଆଖୁ, ସେଓ, ପିଠାପଣା ଆଣି ଦିପ ଧୁପ ଲଗାଇ ନଦୀ ବା ତ୍ରୀର୍ଥପୁଷ୍କରିଣୀ କୁଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିବା ପରେ ପରିବାର ଲୋକେ ଓ ବନ୍ଧୁବାନ୍ଧବ ମାନେ କଞ୍ଚା ଖିର ଅର୍ପଣ କରିଥାନ୍ତି। ପରେ ବର୍ତ୍ତଧାରୀମାନେ ଫଳ ଭରା ଚାଙ୍ଗୁଡ଼ିକୁ ଧରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରି ୭ ଥର ନଦୀରେ ବୁଡ଼ ପକାଇଥିବା ସହ ସୂର୍ଯ୍ୟ ପୂଜା କରିଥାନ୍ତି।
ଆହୁରି ପଢ଼ନ୍ତୁ: Vegetable Prices Surge In Bhubaneswar: ରାଜଧାନୀ ପନିପରିବା ଦର ଉପରେ ସରକାରଙ୍କ କଡ଼ା ନଜର ଥିବା ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱାସନା
ପୌରାଣିକ କଥା
ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଛଠ୍ ପୂଜା ବ୍ରତ କାର୍ତିକମାସ ଶୁକ୍ଳପକ୍ଷ ଷଷ୍ଠୀଦିନ ଠାରୁ ବିହାର ସମେତ ପୂର୍ବଭାରତରେ ଏକ ପ୍ରମୁଖ ପୂଜାଭାବେ ପାଳନ କରାଯାଇଥାଏ। ଛଠ୍ ପୂଜା ବ୍ରତରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି କୁହାଯାଇଛି। ସୂର୍ଯ୍ୟପୂଜା ରାମାୟଣରେ ମଧ୍ୟ ବର୍ଣ୍ଣିତ ହୋଇଛି। ମହାଭାରତରେ ଦ୍ରୌପଦୀ ଓ ପାଣ୍ଡବମାନେ ପ୍ରଥମେ ଏହି ବ୍ରତ ରଖି ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିବା ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/27/chhat-puja-2025-10-27-20-31-50.jpg)