ମଥୁରାନଗରୀ: ବରଗଡ଼ ମୁକ୍ତାକାଶ ଧନୁଯାତ୍ରା ମହୋତ୍ସବ ସବୁଠୁ ଅନନ୍ୟ। ଧନୁଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରାନଗରୀ। ଜୀରା ପାଲଟିଯାଏ ଯମୁନା। ସମଗ୍ର ବରଗଡ଼ବାସୀ କୃଷ୍ଣ ପ୍ରେମରେ ହଜିଯାଆନ୍ତି। ମହାରାଜ କଂସଙ୍କ ପ୍ରଜା ବି ସମସ୍ତେ ହୁଅନ୍ତି। ଦ୍ୱାପର ଯୁଗ ନାହିଁ, କିନ୍ତୁ ବରଗଡ଼ ସହରରେ ମଥୁରା, ଗୋପପୁର, ଯମୁନା ସବୁ ଅଛି। ୧୧ ଦିନ ଧରି ହେଉଥିବା ଏ ଧନୁଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ରାଜଅତିଥି ଭାବରେ ଯୋଗଦେଇ ସେ ଆଜି ମଥୁରାନଗରୀକୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି। ଧନୁଯାତ୍ରା ପାଇଁ ସ୍ଥାୟୀ ମଞ୍ଚ, ଜୀରା ନଈରେ ଆନିକଟ ନିର୍ମାଣ, ବରଗଡ଼ ସହର ଦେଇ ଯାଇଥିବା କେନାଲର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବରଗଡ଼ ଜିଲ୍ଲାରେ କୃଷି, ଜଳସେଚନ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ମୋଟ ୧୩୬୨ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଛନ୍ତି। ସେହିପରି ଆଗାମୀ ଦିନରେ ଅଟଳ ବସ୍ଷ୍ଟାଣ୍ଡ, ଗ୍ରିଣ୍ଡୋଲାରେ ଅନ୍ତଃନଦୀ ଜଳାଶୟ, ଭେଣ୍ଡିଂ ଜୋନ୍ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
Vedanta stall: ଚଇତି ମହୋତ୍ସବରେ ବେଦାନ୍ତ ଷ୍ଟଲ୍
ବରଗଡ଼ରେ ପହଞ୍ଚିବା ପରେ ମହାରାଜ କଂସ ରାଜଅତିଥି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଚାଷୀ ପ୍ରସଙ୍ଗ, ମଥୁରାନଗରୀର ବିକାଶ ଓ ମହିଳା ସଶକ୍ତୀକରଣ ଉପରେ ୩ଟି ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ସହ ଚାଷୀ ପ୍ରସଙ୍ଗରେ କହିଥିଲେ, ବିଗତ ଦିନର ସରକାର ୧୦୦ ଟଙ୍କା ବୋନସ୍ ଦେଇ ପାରିନଥିଲା। କିନ୍ତୁ ଏବକାର ସରକାର ଏମ୍ଏସ୍ପି ସହ ବୋନସ୍ ଦେଇ ଚାଷୀଙ୍କଠାରୁ ୩୧୦୦ ଟଙ୍କାରେ ଧାନ କିଣୁଛି। ଏଥିରେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ହୋଇଛି। କିଛି ଚାଷୀ କଟ୍ନିଛଟ୍ନି ଓ ଟୋକନ୍ ସମସ୍ୟା କଥା ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ସମାଧାନ ଖୁବଶୀଘ୍ର ହେବ। ଏହାସହ ଧନୁଯାତ୍ରା ମଞ୍ଚରୁ ସେ ଦୁର୍ନୀତିଖୋର କର୍ମଚାରୀ ଓ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଥିଲେ। ସୁଧୁରିଯାଅ, ନ ହେଲେ ସରକାରଙ୍କ ହାତରେ ଭିଜିଲାନ୍ସର ବାରହାତିଆ ଖଣ୍ଡା ରହିଛି। ଯିଏ ଦୁର୍ନୀତି କରିବ ସିଏ ଜେଲ୍ ଭିତରେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
The audience: ଶ୍ରୀରାଧାଙ୍କ ଠାଣି ଓ ବାଣୀ ସହ ବିରହ ଭାବନାରେ ବିଭୋର ଦର୍ଶକ
ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀଙ୍କ ସଂଯୋଜନାରେ ଅନ୍ୟତମ ରାଜଅତିଥି ଭାବରେ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ବିଧାୟକ ସନତ ଗଡ଼ତିଆ, ବିଧାୟକ ଇରାଶିଷ ଆଚାର୍ଯ୍ୟ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃତୀ ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନୁଯାତ୍ରା କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ରଙ୍ଗମହଲକୁ ଆଜି ମୁଖ୍ୟମନ୍ତ୍ରୀ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରୁ ହାତୀ ପିଠିରେ ଶୋଭାଯାତ୍ରାରେ ଆସିବାବେଳେ ବରଗଡ଼ବାସୀ ସ୍ୱାଗତ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/untitled-31-2025-12-31-06-25-22.jpg)