ବହିରାରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

Advertisment

ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଦୋଳ ଉତ୍ସବ ଉପଲକ୍ଷେ ଦ୍ୱିତୀୟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି...

ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଦୋଳ ଉତ୍ସବ ଉପଲକ୍ଷେ ଦ୍ୱିତୀୟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି...

Dhanuyatra festival inaugurated in Bahira

Dhanuyatra festival inaugurated in Bahira Photograph: (sambad.in)

ବାଉଁଶୁଣି: ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଦୋଳ ଉତ୍ସବ ଉପଲକ୍ଷେ ଦ୍ୱିତୀୟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି।

ଉଦ୍‌ଘାଟନୀ ସାଂସ୍କୃତିକ ସନ୍ଧ୍ୟାରେ ପୂର୍ବ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପୟୋଧର ମହାକୁଳ, ବହିରା ସରପଞ୍ଚ ଯଯାତି କେଶରୀ ମହାଲିକ, ଧନୁଯାତ୍ରା ମହୋତ୍ସବ କମିଟିର ସମ୍ପାଦକ ଶ୍ରିତମ ଡାଙ୍ଗ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ମିଶ୍ର, ସାମ୍ବାଦିକ ଉମାକାନ୍ତ ମହାକୁଳ, ସୁଶାନ୍ତ ଘଡେଇ, ସମାଜସେବୀ ଶିବପ୍ରସାଦ ଗାଇଗୌରିଆ, କହ୍ନେଇ ବାଦୀ, ନବଘନ ନାଏକ, ଶିକ୍ଷକ ପ୍ରଭାସ ଚନ୍ଦ୍ର ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ସୁଶାନ୍ତ ବାଘ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: ୮ ମାସରେ ୧୯ ‘ମୋ ବସ୍’ଦୁର୍ଘଟଣା: ନଗର ଉନ୍ନୟନ ମନ୍ତ୍ରୀ

ପ୍ରଥମ ସନ୍ଧ୍ୟାରେ ଉଗ୍ରସେନଙ୍କୁ ଗାଦିଚ୍ୟୁତ ଓ କଂସର ସିଂହାସନ ଆରୋହଣ ନାଟକ ମଞ୍ଚସ୍ଥ ହୋଇଥିଲା।

ମାଁ, କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦର ଗଡଭିତରର କଳାକାର ମାନେ ଏଥିରେ ଅଭିନୟ କରିଥିବା ବେଳେ କଂସ ଭୂମିକାରେ ସଂଗ୍ରାମ ଦେହୁରୀଙ୍କ ଅଭିନୟ ବେଶ ଉଚ୍ଚକୋଟୀର ହୋଇଥିଲା।

ଅଧିକ ପଢ଼ନ୍ତୁ:  ବିବାହର ୪ମାସ ମଧ୍ୟରେ ସହ ଅଭିନେତାଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଲେ ଅଦିତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe