HIL: ଫ୍ରାଞ୍ଚାଇଜି ଦେୟ କମାଇବ ହକି ଇଣ୍ଡିଆ ଲିଗ୍ : ଦିଲ୍ଲୀପ ତିର୍କୀ

Advertisment

ଆସନ୍ତା ସିଜିନରୁ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)କୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଉଦ୍ୟମ କରାଯିବ। ଦଳର ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବାକୁ ଫ୍ରାଞ୍ଚାଇଜି ଫି ହ୍ରାସ କରାଯିବ ବୋଲି କହିଛନ୍ତି ଏଚଆଇଏଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ।

ଆସନ୍ତା ସିଜିନରୁ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)କୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଉଦ୍ୟମ କରାଯିବ। ଦଳର ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବାକୁ ଫ୍ରାଞ୍ଚାଇଜି ଫି ହ୍ରାସ କରାଯିବ ବୋଲି କହିଛନ୍ତି ଏଚଆଇଏଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ।

New Project (4)

Dilip Tirkey Photograph: (Sambad.in)

ଭୁବନେଶ୍ବର: ଆସନ୍ତା ସିଜିନରୁ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)କୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଉଦ୍ୟମ କରାଯିବ। ଦଳର ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବାକୁ ଫ୍ରାଞ୍ଚାଇଜି ଫି ହ୍ରାସ କରାଯିବ ବୋଲି କହିଛନ୍ତି ଏଚଆଇଏଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ।

ଆହୁରି ପଢନ୍ତୁ- Alankar Agnihotri: ମଧ୍ୟରାତ୍ରିରେ ସରକାରୀ ବାସଭବନ ଖାଲି କରି ପଳାଇଲେ ପିସିଏସ୍ ଅଳଙ୍କାର ଅଗ୍ନିହୋତ୍ରୀ

ଗଣମାଧ୍ୟମକୁ ସେ କହିଛନ୍ତି ଯେ ୨୦୨୫-୨୬ ଏଚଆଇଏଲ ସିଜିନ ଆରମ୍ଭ ହେବା ପୂର୍ବରୁ ଦୁଇଟି ଦଳ ଓହରିଯାଇଥିଲେ। ଏଣୁ ଏହି ଲିଗକୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଉଦ୍ୟମ କରାଯିବ। ଏଥିପାଇଁ ଆସନ୍ତା ସିଜିନରୁ ଫ୍ରାଞ୍ଚାଇଜି ଫି ହ୍ରାସ କରାଯିବ। କିନ୍ତୁ ଏହାକୁ ସଂପୂର୍ଣ୍ଣ ଛାଡ଼ କରାଯିବ ନାହିଁ, କେବଳ ଏହାରେ ପରିବର୍ତ୍ତନ ଅଣାଯିବ। ଏହାଛଡ଼ା କେନ୍ଦ୍ରୀୟ ପ୍ରାୟୋଜକ ଯୋଗାଡ଼ ଉପରେ ଗୁରୁତ୍ବ ଦିଆଯିବ। ଏଥିପାଇଁ ସରକାର ଓ କର୍ପୋରେଟ୍ ସଂସ୍ଥାମାନଙ୍କ ସହ ଆଲୋଚନା କରାଯିବ। ସରକାରଙ୍କ ସହାୟତା ବିନା କୌଣସି ପ୍ରତିଯୋଗିତା ସଫଳ ହେବ ନାହିଁ। ଏହାଛଡ଼ା ଏହି ପ୍ରତିଯୋଗିତାକୁ ଆହୁରି ପ୍ରେତ୍ସାହନ ଦିଆଯିବା ଆବଶ୍ୟକ।

ଆହୁରି ପଢନ୍ତୁ- Job: ୮୦% ସ୍ଥାନୀୟ ନିଯୁକ୍ତି ଦେଲେ ଆମେ କାରଖାନାର ସମ୍ପ୍ରସାରଣରେ ସମର୍ଥନ କରିବୁ: ମୁଖ୍ୟମନ୍ତ୍ରୀ

ଏଥର ଚେନ୍ନାଇ ଓ ରାଞ୍ଚିରେ ଏସଆଇଏଲକୁ ଭଲ ସମର୍ଥନ ମିଳିନଥିଲା ବୋଲି ସେ ସ୍ବୀକାର କରିବା ସହ କହିଛନ୍ତି ଯେ ଆଗାମୀ ସିଜିନରୁ ଏହି ଲିଗର କେତେକ ମ୍ୟାଚ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଖେଳାଯିବ। କୁହୁଡ଼ି ଓ ଫ୍ଲାଇଟ୍ ବିଳମ୍ବ ସମସ୍ୟା ପାଇଁ ପୂର୍ବରୁ ଉତ୍ତରଭାରତରେ ଲିଗ୍ ଆୟୋଜନ କରାଯାଉନଥିଲା। କିନ୍ତୁ ପରବର୍ତ୍ତି ସିଜିନରୁ ଉତ୍ତରଭାରତରେ ବି ମ୍ୟାଚ ଆୟୋଜନ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe