ଭଦ୍ରକ ବିଜେଡିରେ ବିପର୍ଯ୍ୟୟ: ପୂର୍ବତନ ରାଜ୍ୟ ସମ୍ପାଦକ ଦଳ ଛାଡିଲେ

ଭଦ୍ରକରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି` ବରିଷ୍ଠ ରାଜନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାଥିବା ନେଇ ସେ ଘୋଷଣା କରିଛନ୍ତି....

Disaster in Bhadrak BJD: Former state Secretary  leaves the party

Disaster in Bhadrak BJD: Former state Secretary leaves the party Photograph: (sambad.in )

ଭଦ୍ରକ: ଭଦ୍ରକରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି` ବରିଷ୍ଠ ରାଜନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ  ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି।

ପ୍ରୟାସକାନ୍ତି  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାଥିବା ନେଇ ଘୋଷଣା କରିଛନ୍ତି। ଏହା ଯୋଗୁ ସ୍ଥାନୀୟ ଅଞ୍ଚଳର ରାଜନୈତିକ ଦୃଶ୍ୟପଟରେ ଏକ ପରିବର୍ତ୍ତନ ଆସିବ ବୋଲି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରୟାସକାନ୍ତି ୨୦୦୩ ମସିହାରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ଏବଂ ପୂର୍ବରୁ ବିଜେଡିର ରାଜ୍ୟ ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ପ୍ରୟାସକାନ୍ତିଙ୍କ ଦଳ ଛାଡିବା ଭଦ୍ରକରେ ଦଳର ସ୍ଥିତି ଉପରେ ପ୍ରଭାବ ପଡ଼ିବା ନେଇ  ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟା କରି ମଥାର ସିନ୍ଦୂର ପୋଛିଲେ ସାବିତ୍ରୀ

ରାଜନୈତିକ ବିଶ୍ଳେଷକମାନେ ଘଟଣାକ୍ରମ ଉପରେ ନଜର ରଖିଛନ୍ତି। କାରଣ ପ୍ରୟାସକାନ୍ତିଙ୍କ ଦଳ ଛାଡିବା ଅଞ୍ଚଳର ଭୋଟରଙ୍କ ଭାବନା ଏବଂ ରାଜନୈତିକ ମେଣ୍ଟକୁ ପ୍ରଭାବିତ କରିପାରେ। ତାଙ୍କର ପରବର୍ତ୍ତୀ ପଦକ୍ଷେପ ଅନିଶ୍ଚିତ ରହିଛି, ଯାହା ସେ ଅନ୍ୟ ଦଳରେ ଯୋଗଦେବେ କି ସ୍ୱାଧୀନ ରାଜନୀତିରେ ପ୍ରବେଶ କରିବେ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। 

ଅଧିକ ପଢ଼ନ୍ତୁ: ଭାରତର ପ୍ରଚଣ୍ଡ ପ୍ରହାରରେ ଭାଙ୍ଗିଯାଇଛି ଶତ୍ରୁ ଦେଶର ଏୟାରବେସ୍ ଅଣ୍ଟା, ଦୋହଲି ଯାଇଛି ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା…

Bhadrak | BJD | Prayaskanti Samal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe