Divya Shish Diwas: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଦିବ୍ୟାଶିଷ ଦିବସ ପାଳିତ

Advertisment

ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ୍, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ....

ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ୍, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ....

Divyashi Day celebrated by Shri Shri Shirdi Sai Charitable Trust

Divyashi Day celebrated by Shri Shri Shirdi Sai Charitable Trust Photograph: (sambad.in)

ଭୁବନେଶ୍ୱର: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ୍, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଶିରିଡି ସାଇ ବାବାଙ୍କ  ପରମ ଭକ୍ତ ଗୁରୁଜୀ ଡ ଚନ୍ଦ୍ରଭାନୁ ଶତପଥୀଙ୍କ ୮୦ତମ ଜନ୍ମଦିନ ପାଳନ ଉପଲକ୍ଷେ ଡିସେମ୍ବର ୨୪ ତାରିଖ ଦିନ ଟ୍ରଷ୍ଟ ତରଫରୁ ଚେତନା ମାନସିକ ଅନଗ୍ରସର ଅନୁଷ୍ଠାନରେ ଦିବ୍ୟାଙ୍ଗ ଶିଶୁମାନଙ୍କ ଗହଣରେ ଗୁରୁଜୀଙ୍କ ଜନ୍ମ ଦିବସକୁ କେକ୍ କାଟି ମହମବତୀ ଜାଳି ପାଳନ କରାଯାଇଥିଲ।

ଦିବ୍ୟାଙ୍ଗ ଶିଶୁମାନଙ୍କ ଗହଣରେ ଗୁରୁଜୀଙ୍କ ଜନ୍ମ ଦିବସ

ଆହୁରି ପଢ଼ନ୍ତୁ:Chief Minister congratulates Jyotsna: ଜ୍ୟୋତ୍ସ୍ନାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାଁ ଯୋଗଦାନ କରିଥିବା ବେଳେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ଉପ-ସଭାପତି ଗୋଲକ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଅଧ୍ୟାତ୍ମିକ କ୍ଷେତ୍ରରେ ଗୁରୁଜୀଙ୍କ ଅବଦାନ ସମ୍ପର୍କରେ  ଆଲୋକପାତ କରିଥିଲେ। 

ଦ୍ୱିତୀୟ ଦିବସରେ ଡିସେମ୍ବର ୨୫ ତାରିଖ ଦିନ ଟ୍ରଷ୍ଟ୍ ତରଫରରୁ ଭୁବନେଶ୍ୱର, ୟୁନିଟ୍-୧ ସ୍ଥିତ କସ୍ତୁରବା ନାରୀ ମହଲ ପରିସରରେ ଭୁବନେଶ୍ୱର ମହାନଗର ଅଞ୍ଚଳର ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ପୂର୍ବାହ୍ନ ଅଧିବେଶନରେ ଭୁବନେଶ୍ୱର ମହାନଗର ନିଗାମର ମେୟର ସୁଲୋଚନା ଦାସ ଓ ଭାରତୀୟ ଜନତା ପାର୍ଟି ଓଡ଼ିଶା ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। 

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଓ ନିର୍ମାଣ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀକୁ ଉତ୍ସାହିତ କରିଥିଲେ । 

ଅପରାହ୍ନ ଅଧିବେଶନର କାର୍ଯ୍ୟକ୍ରମରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ସେ ଶିରିଡ଼ି ସାଇ ବାବାଙ୍କ ଅନ୍ୟନ ଭକ୍ତ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ  ବିଜୟ ନାୟକ  ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ୪ ନମ୍ବର ୱାର୍ଡ ସଭ୍ୟା ଆସିୟା ବେଗମ ଅତିଥିଭାବେ ଯୋଗଦାନ କରିଥିଲେ।   

କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର, ପୁରସ୍କାର ଓ ଉତ୍ତରୀୟ ଦ୍ୱାରା ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। 

ଆହୁରି ପଢ଼ନ୍ତୁ:Killer Tusker: ନରହନ୍ତା ଦନ୍ତାର ଆତଙ୍କ: ହଇରାଣ କରୁଛି ହାତୀ, ଉପଦ୍ରବରେ ଅଣନିଃଶ୍ବାସୀ ମଣିଷ, ୩ ଦିନ ଧରି ନାକେଦମ୍ ବନ ବିଭାଗ...

କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ୍‌ର ପରିଚାଳନା ଟ୍ରଷ୍ଟି ଡ ରୁଦ୍ର ମହାନ୍ତି କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକ ପାତ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe