ଭୁବନେଶ୍ବର: ଦୀପାବଳିରେ ଦୁଇଟି ଜିନିଷର ଚାହିଦା ଅଧିକ ଥାଏ । ଗୋଟିଏ ହେଉଛି ବାଣ ଏବଂ ଅନ୍ୟଟି ହେଉଛି ଦୀପ । ପୂର୍ବରୁ କେବଳ ମାଟିର ଦୀପ ମିଳୁଥିବା ବେଳେ ଏବେ କିନ୍ତୁ ବଜାରରେ ଭଳିକି ଭଳି ଦୀପ ମିଳିଲାଣି । କିଏ ରଙ୍ଗୀନ ଦୀପ କିଣିବାକୁ ପସନ୍ଦ କରୁଥିବା ବେଳେ ପୁଣି କିଏ ଧୂଆଁବିହୀନ ଦୀପ ପାଇଁ ବଜାରରେ ଭିଡ ଲଗାଉଛି । ଆଉ ଏତିକି ବେଳେ ଦୀପରେ ଏକ ଭିନ୍ନ ସ୍ପର୍ଶ ଦେଇ ରାଜଧାନୀ ରାସ୍ତା କଡରେ ଦୀପର ପସରା ମେଳାଇଛନ୍ତି ବାଲେଶ୍ବରର ମହି​ଳା ପ୍ରିୟଙ୍କା ଦାସ । ଆମେ ଯେଉଁ ଜିନିଷ ଘରୁ ଫିଙ୍ଗି ଦେଉଛେ କିମ୍ବା ଅଦରକାରୀ ଭାବି ଅଣଦେଖା କରୁଛେ ସେହି ଜିନିଷ ଯଦି ଜଣେ କାରିଗର ହାତରେ ପଡେ କିମ୍ବା ଶିଳ୍ପୀର ନଜରକୁ ଆସେ ତେବେ ସେହି ଅଦରକାରୀ ଜିନିଷଟି ଦରକାରୀ ପାଲଟିଯାଏ । ଯାହା ପ୍ରିୟଙ୍କାଙ୍କ ହାତର ଯାଦୁରେ ନୂଆ ରୂପ ପାଇଛି ଆଉ ସେହି ରୂପ ଦୀପ ହେଇ ଆଜି ଘରେ ଘରେ ଜଳୁଛି । 

Advertisment

New Project (3)

ଆଜିର ଯୁଗ ବୈଜ୍ଞାନିକ ଯୁଗ । ଘରେ ଘରେ ବିଜ୍ଞାନର ଅବଦାନ, ଯେମିତି କି ଟିଭି, ଫ୍ରୀଜ୍, ଫ୍ୟାନ , ଓ୍ଵାସିଂମେସିନ, ଏସି । ଥରେ ଭାବିଲେ, ଏ ସବୁ ନିତ୍ୟ ଆବଶ୍ୟକ ସାମଗ୍ରୀ ଆମ ଘରକୁ କେମିତି ପ୍ୟାକ ହେଇ ଆସିଥାଏ ? କିଛି ବଡ଼ ଆକାରର କାର୍ଟୁନରେ ଯାହାକୁ ଆମେ ବ୍ୟବହାର ପରେ ଷ୍ଟୋରରୁମରେ ଗଦା କରିଥାଉ, ନହେଲେ ଛୁଟି ଦିନ ଦେଖି ଘରୁ ଅଳିଆ ହଟେଇ କବାଡି ବାଲାକୁ କିଛି ପଇସାରେ ବିକ୍ରି କରିଦେଉ । 

ଆହୁରି ପଢନ୍ତୁ-

Cartoon Corner: ପଶୁ ହେଇ କଣ ପାପ କରିଛୁ…? ମଣିଷ ପାଳିବେ ଦୀପାବଳି, ଆମ ଘରେ କାହିଁକି କାନ୍ଦ ବୋବାଳି…??

New Project (4)

କିନ୍ତୁ ନା ଏସବୁ ଅଳିଆ, ଅଦରକାରୀ ଜିନିଷକୁ ନୂଆ ରୂପ ଦେବାରେ ସଫଳ ହୋଇଛନ୍ତି- ବାଲେଶ୍ୱର ଜିଲ୍ଲା କୁରୁଡ଼ା ବ୍ଲକ୍ ଅନ୍ତର୍ଗତ ଶାସଙ୍ଗ ଗ୍ରାମ ପଞ୍ଚାୟତର ଚିତ୍ରଶିଳ୍ପୀ ପ୍ରିୟଙ୍କା ଦାସ । ପ୍ରିୟଙ୍କା ଭାବିଲେ ଘରେ ରହିଥିବା ଏସବୁ କାର୍ଟୁନକୁ ଫିଙ୍ଗିବା ପରିବର୍ତ୍ତେ ଯଦି କିଛି କାମରେ ଲଗାଯାଏ ତେବେ କେମିତି ହେବ । ଏହାକୁ ନଫିଙ୍ଗି ଯଦି ଏହା ପୁନଃ ବ୍ୟବହାର ହୋଇପାରିବ ତେବେ କେମିତି ହେବ । ଏହି ଚିନ୍ତା ନେଇ କାର୍ଟୁନ୍ ଗୁଡ଼ିକୁ ସେ ବ୍ୟବହାର କରି ନିଜ କଳ୍ପନାଭରା ହାତରେ ଭଲ ଭଲ ଉପହାର ପ୍ରସ୍ତୁତ କରିବା ଆରମ୍ଭ କଲେ। ଯେଉଁ ଗୁଡ଼ିକ ବିଭିନ୍ନ କାର୍ଯ୍ଯକ୍ରମ ଆଉ ପର୍ବ ପର୍ବାଣୀ ହିସାବରେ ଲୋକ ମାନଙ୍କୁ ଉପହାର କରି ହେବ । ଯେମିତି କି ବାହାଘର ପାଇଁ ହଳଦୀ ଓ ମେହେନ୍ଦି ପ୍ଲାଟର, ଘର ପ୍ରତିଷ୍ଠା ପାଇଁ ଶୁଭଲାଭର ଝୁଲନ୍ତା ଡିଜାଇନ, Welcome Homeର ଡିଜାଇନ ଏମିତି  ଅନେକ କିଛି । 

ଆହୁରି ପଢନ୍ତୁ-

Alert, Firecracker: ସାବଧାନ ! ଆମାନିଆ… ୨ ଘଣ୍ଟାରୁ ଅଧିକ ବାଣ ଫୁଟାଇଲେ ବାନ୍ଧିନେବ ପୋଲିସ, ରାତି ୯ ପରେ ଢୋ ଢା… ମନା

New Project (5)

ପର୍ବପର୍ବାଣୀ ଭିତ୍ତିକ ଭାରତ ଦେଶରେ କାର୍ଟୁନରୁ ଏମିତି ସୁନ୍ଦର ସୁନ୍ଦର ଗିଫ୍ଟ ତିଆରି କରି, ଏହାକୁ ଅନଲାଇନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପରେ ଏହାକୁ ସେ ନାମ ଦେଇଥିଲେ DESIGN VZINE । ତେବେ ନିଜ ହାତରେ ତିଆରି କରୁଥିବା ଏଭଳି ସାମଗ୍ରୀ ଆଦି ଦୀପାବଳି ଉପଲକ୍ଷେ ଦୀପରେ ବି ରୂପ ନେଇଛି । ଯେଉଁଠି ସେ ଭଳି କି ଭଳି ଦୀପ ସହ ଗିଫ୍ଟ ରଖିଛନ୍ତି । ବଜାରରେ କିଛି ଭିନ୍ନ ଦୀପ ଏବଂ ଉପହାର ମିଳୁଥିବାରୁ ତାଙ୍କ ଷ୍ଟଲରେ ଲୋକଙ୍କ ଗହଳି ବି ଲାଗୁଛି । ତେବେ ଏହି ଭିନ୍ନ ପ୍ରୟାସ ପାଇଁ ପ୍ରିୟଙ୍କାଙ୍କୁ ଏଥିରେ ସମ୍ପୂର୍ଣ ଭାବେ ସହଯୋଗ କରିଛନ୍ତି ତାଙ୍କ ସ୍ଵାମୀ ସିଦ୍ଧାର୍ଥ ଓ ତାଙ୍କ ଭଉଣୀ ଚର୍ଚ୍ଚିତା ।

Diwali | Bhubaneswar | Odisha