High court: ବିଧାୟକ ଓ ସାଂସଦଙ୍କ ସୁପାରିସରେ ଶିକ୍ଷକ ବଦଳିକୁ ନା: ମେ ୧୩ର ଚିଠି ରଦ୍ଦ କଲେ ହାଇକୋର୍ଟ

ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

fdfhfhth

କଟକ: ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ଚିଠି ଆଧାରରେ ଜାରି ବଦଳି ଆଦେଶକୁ ମଧ୍ୟ ରଦ୍ଦ କରାଯାଇଛି। ବଦଳି ଆଦେଶ ପୂର୍ବରୁ କାର୍ଯ୍ୟ କରୁଥିବା ସ୍ଥାନରେ ଆବେଦନକାରୀ ଶିକ୍ଷକଙ୍କୁ କାର୍ଯ୍ୟ କରିବାକୁ ଦିଆଯିବ। ଅନ୍ୟପକ୍ଷରେ ନୂଆ ସ୍ଥାନରେ ଯୋଗ ଦେଇ ସାରିଥିବା ଆବେଦନକାରୀ ଶିକ୍ଷାବର୍ଷ ସମାପ୍ତ ପର୍ଯ୍ୟନ୍ତ ସଂପୃକ୍ତ ସ୍ଥାନରେ କାର୍ଯ୍ୟ ଜାରି ରଖିବେ। ୨୦୨୫-୨୬ ଶିକ୍ଷାବର୍ଷ ସମାପ୍ତ ହେବାର ଏକ ସପ୍ତାହ ଭିତରେ ଏପରି ଶିକ୍ଷକଙ୍କୁ ପୂର୍ବ ସ୍ଥାନରେ ପୁନଃଅବସ୍ଥାପିତ କରାଯିବ।

Imran Khan Death Mystery: ଇମ୍ରାନଙ୍କ ମୃତ୍ୟୁ ଗୁଜବକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା

ଏଭଳି ପ୍ରସଙ୍ଗରେ ବିଳମ୍ବକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଏପରି ବଦଳି ଆଦେଶ ବିରୋଧରେ ଶିକ୍ଷକ ଦାୟର କରିଥିବା ସମସ୍ତ ବିଭାଗୀୟ ଅପିଲ୍‌ଗୁଡ଼ିକୁ ଏହି ରାୟ ଆଧାରରେ ଚାରି ସପ୍ତାହ ଭିତରେ ଫଇସଲା କରାଯିବ। ବଦଳି ନିୟମାବଳୀ ଆଧାରରେ ସାନି ବଦଳି ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର୍‌.କେ.ତ୍ରିପାଠୀ ଓ ଅନ୍ୟମାନଙ୍କ ତରଫରୁ ଦାୟର ୨୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। 

Arrest: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଦୁଇ ଗିରଫ

ଶିକ୍ଷକଙ୍କ ବଦଳି କ୍ଷେତ୍ରରେ ଏପରି ସୁପାରିସ ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ବିଶେଷକରି ବିଧାୟକ ଓ ସାଂସଦଙ୍କ ସୁପାରିସ ଦ୍ୱାରା ଶିକ୍ଷକ ଗୋଷ୍ଠୀ ସହ ରାଜନୈତିକ ଦଳ ଓ ବ୍ୟକ୍ତିଙ୍କ ମଧ୍ୟରେ ଏକ ଗଠବନ୍ଧନ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କୁନାଳ କୁମାର ସ୍ବାଇଁ, ସୁକାନ୍ତ କୁମାର ଦଳାଇ, ଡକ୍ଟର ପୁରୁଷୋତ୍ତମ ଚୁଳି ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe