Treatment Of Dead Child: ମୃତ ଶିଶୁକୁ ଅଧିକା ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଲେ ଡାକ୍ତର

Advertisment

ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ଚିକିତ୍ସା ବ୍ୟବସ୍ଥା ଠାରୁ ଆରମ୍ଭ କରି ଚିକିତ୍ସାଳୟ ଗୁଡିକରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି। କେତେକ ଡାକ୍ତରଖାନାରେ ଡାକ୍ତର କିମ୍ବା କର୍ମଚାରୀ ସଠିକ୍ ସମୟରେ ରହୁ ନଥିବା ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି...

ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ଚିକିତ୍ସା ବ୍ୟବସ୍ଥା ଠାରୁ ଆରମ୍ଭ କରି ଚିକିତ୍ସାଳୟ ଗୁଡିକରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି। କେତେକ ଡାକ୍ତରଖାନାରେ ଡାକ୍ତର କିମ୍ବା କର୍ମଚାରୀ ସଠିକ୍ ସମୟରେ ରହୁ ନଥିବା ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି...

doctor sent the dead child to the district headquarters hospital for further treatment

doctor sent the dead child to the district headquarters hospital for further treatment Photograph: (sambad.in)

ପାରଳାଖେମୁଣ୍ଡି,:ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ଚିକିତ୍ସା ବ୍ୟବସ୍ଥା ଠାରୁ ଆରମ୍ଭ କରି ଚିକିତ୍ସାଳୟ ଗୁଡିକରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି। କେତେକ ଡାକ୍ତରଖାନାରେ ଡାକ୍ତର କିମ୍ବା କର୍ମଚାରୀ ସଠିକ୍ ସମୟରେ ରହୁ ନଥିବା  ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି। ତେବେ ଜଣକର ମୃତ୍ୟୁ ଘଟିଥିଲେ ମଧ୍ୟ ତାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବା ଘଟଣା ସାମ୍ନାକୁ ଆସିଛି ।

ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଭାଲିଆସାହି ଡଳକୋଟା ଗ୍ରାମର ସରସ୍ବତୀ ମଣ୍ଡଳଙ୍କ ତିନି ମାସର ଶିଶୁ ପୁତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଯୋଗୁଁ ରବିବାର ସକାଳେ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। 

ଆହୁରି ପଢ଼ନ୍ତୁ:Child Killer Father: ଶିଶୁର ବେକରେ ଗାମୁଛାରେ ପଥର ବାନ୍ଧି ପୋଖରୀରେ ଫିଙ୍ଗିଦେଲେ ସଇତାନ ପିତା

ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି

ତେବେ ତାଙ୍କର ଶିଶୁ ପୁତ୍ରର ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇ ପଡିଥିବାର କହି ସେଠାକାର ଚିକିତ୍ସକ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଚ୍ଚ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । 

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଡାକ୍ତର ଜଣକ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ମାତ୍ରେ ଶିଶୁଟିର ମୃତ୍ୟୁ ଘଟିଥିବା ଶିଶୁଙ୍କ ମା’ ସରସ୍ବତୀଙ୍କୁ ଜଣାଇଥିଲେ ଏବଂ ଶିଶୁପୁତ୍ରଟିର ଦୀର୍ଘ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଯାଇଥିବାର ଜଣାଇଥିଲେ । ତେବେ ମୃତ୍ୟୁର ସମୟାନୁସାରେ ଶିଶୁପୁତ୍ରଟି ସମ୍ଭବତଃ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପୂର୍ବରୁ ହିଁ ମୃତ୍ୟୁ ଘଟି ସାରିଥିବା ଅନୁମାନ କରୁଛନ୍ତି ଏଠାକାର ଚିକିତ୍ସକ ।  

ଚିକିତ୍ସକଙ୍କ ଠାରୁ ଏପରି ଜାଣି ମୃତ ଶିଶୁପୁତ୍ରଙ୍କ ମା’ ସରସ୍ବତୀ ଦୁଃଖରେ ଭାଙ୍ଗି ପଡିଥିଲେ। ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ସ୍ବାମୀ ପ୍ରଦୀପ ରଇତ ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚଳାଉଥିବା ପ୍ରକାଶ କରିଛନ୍ତି । ଏହା ସହ ଅଯଥାରେ ଆମ୍ଭଙ୍କୁ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ହଇରାଣ କରିଥିବାର କହିଛନ୍ତି ।  

ଆହୁରି ପଢ଼ନ୍ତୁ:Honouring Freedom Fighter Parbati Giri: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଯଦି ସେଠାକାର ଚିକିତ୍ସକ ଜାଣିଥିଲେ ଯେ ଶିଶୁର ମୃତ୍ୟୁ ଘଟିଛି ବୋଲି ତେବେ କାହିଁକି ଏଠାକୁ ପଠାଇଲେ ତାହାହିଁ ସବୁଠାରୁ ଦୁଃଖ ଲାଗୁଛି ବୋଲି ଅଶ୍ରୁଭରା ନୟନରେ କହିଛନ୍ତି । ଅନ୍ୟପକ୍ଷରେ ତେବେ ସେମାନଙ୍କ ନିକଟରେ ପୁଣି ଫେରି ଯିବାକୁ ଅମଧ୍ୟ ଆର୍ଥିକ ସମ୍ବଳ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  କାର୍ଯ୍ୟରତ ଜଣେ  ବଦାନ୍ୟ ଡାକ୍ତର ଏମାନଙ୍କୁ କିଛି ଆର୍ଥିକ ସହାୟତା କରିବା ସହ ଶିଶୁର ମୃତଦେହ ନେବା ପାଇଁ ବନ୍ଦୋବସ୍ତ କରାଇଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe