Health: ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ଚିକିତ୍ସା

Advertisment

ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି...

ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି...

Untitled-25.jpg

ଭୁବନେଶ୍ୱର: ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଡାକ୍ତର। ଏହି ଉଲ୍ଲେଖନୀୟ ପ୍ରକ୍ରିୟାକୁ ସମ୍ମମର ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିର କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ମିନିମାଲି ଇନ୍‌ଭେସିଭ୍ ଭାସ୍କୁଲାର କେୟାର ମାଧ୍ୟମରେ ସମ୍ପନ୍ନ କରିଛନ୍ତି ।  

ରୋଗୀଙ୍କ ଗୋଡ଼ର ଧମନୀରେ ଜଟିଳ ବ୍ଲକେଜ୍ ସମସ୍ୟା ରହିଥିବା ବେଳେ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଏହା ଭବିଷ୍ୟତରେ ଚିକିତ୍ସା ସମ୍ଭବ ନଥିବା ଅଲ୍‌ସର ଓ ଗାଙ୍ଗ୍‌ରିନ୍ ଭଳି ସମସ୍ୟା ଉପୁଜାଇଥ।ନ୍ତ। ଏବଂ ଗୋଡ଼ କାଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଏହି ଚିକିତ୍ସା ସମ୍ବନ୍ଧରେ ସୂଚନା ଦେଇ ଡାକ୍ତର ପଟ୍ଟନାୟକ କହିଛନ୍ତି ଯେ ଏଭଳି ଜଟିଳ ସମସ୍ୟା ଥିବା ରୋଗୀମାନଙ୍କର ଚିକିତ୍ସା ନେଇ ଖୁବ୍ କମ୍ ସୁଯୋଗ ରହିଥାଏ। ବିଶେଷ କରି ଆଣ୍ଠୁର ନିମ୍ନ ପାଶ୍ୱର୍ରେ ଛୋଟ ଛୋଟ ଧମନୀରେ ଯେତେବେଳେ ବ୍ଲକେଜ ସୃଷ୍ଟି ହୁଏ ତାହା ରୋଗୀକୁ ଆହୁରି ଅସୁସ୍ଥ କରିଦେଇଥାଏ। ତେବେ ବର୍ତମାନ ଅତ୍ୟାଧୁନିକ ଆଥେରେକ୍‌ଟୋମି ଟେକ୍ନୋଲଜି ଦ୍ୱାରା ଅସ୍ତ୍ରୋପଚାର ନ କରି ପ୍ଲାକ୍ ଏବଂ କ୍ଲଟ୍‌ଗୁଡ଼ିକୁ ବାହାର କରାଯାଇପାରୁଛି  ଏବଂ ଏହା ଦ୍ବାରା ଅଂଗଚ୍ଛେଦର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ପାରୁଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। 

ଆହୁରି ପଢ଼ନ୍ତୁ: Stock Market: ଷ୍ଟକ୍‌ ବଜାର କାରବାର ମାନ୍ଦା; BSE-NSE ବ୍ୟବସାୟ ପ୍ରଭାବିତ

ଏହି ମିନିମାଲି ଇନ୍‌ଭେସିଭ ପ୍ରକ୍ରିୟା ଦ୍ୱାରା ଯନ୍ତ୍ରଣା କମିବା ସହ ହସ୍ପିଟାଲର ରହଣୀ ସମୟ ମଧ୍ୟ କମି ପାରୁଛି। ରୋଗୀଟି ଶୀଘ୍ର ସୁସ୍ଥ ହେବା ସହ ଗୋଡ଼ଟିକୁ ମଧ୍ୟ କଟା ହେବାରୁ ରକ୍ଷା କରାଯାଇପାରୁଛି ବୋଲି ସେ କହିଥିଲେ। ଏହି ଅତ୍ୟାଧୁନିକ ଚିକିତ୍ସା ଦ୍ୱାରା ସମ୍ମମ ଓଡ଼ିଶାରେ ରୋଗୀମାନଙ୍କ ମଧ୍ୟରେ ନୂତନ ଆଶାର କିରଣ ସୃଷ୍ଟି କରିଛି ବୋଲି ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Paddy: ଚାଷୀଙ୍କ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

୫୭୫ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବେଳେ ଇନ୍‌ଟରଭେନ୍‌ସନାଲ ଆଣ୍ଡ ରେଡିଓଲୋଜି ଏବଂ ଅତ୍ୟାଧୁନିକ ଭାସ୍କୁଲାର ସେବା ଯୋଗାଇ ଏକ ଉତ୍କର୍ଷ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିବାରେ ଲାଗିଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସମାଜରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସମମର ଲକ୍ଷ୍ୟ। ଏହି ସଫଳ ଅସ୍ତ୍ରୋପଚାର ଆମର ଲକ୍ଷ୍ୟକୁ ପ୍ରତିପାଦିତ କରୁଛି ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଏହି ସଫଳତା ହସପିଟାଲକୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଭାବେ ଉଭା ହେବାକୁ ସାହାଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe