ଭୁବନେଶ୍ବର: ୧୦ ଦଫା ଦାବି ନେଇ ଗତ ୧୪ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା)ର କର୍ମକର୍ତ୍ତାଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସଂଘର ବିଭିନ୍ନ ଦାବିକୁ ମାନି ନେଇଥିବାରୁ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସୂଚନା ଦେଇଛି। ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ଡାକ୍ତରଙ୍କ ରହିଥିବା ଦାବିର ତର୍ଜମା କରିବା ଲାଗି ସରକାର ଗଠନ କରିଥିବା ଅନ୍ତଃବିଭାଗୀୟ କମିଟିର ବୈଠକ ଆସନ୍ତା ୧୨ ତାରିଖରେ ବସିବ। ଅର୍ଥ ଓ ଆଇନ ବିଭାଗର ସଚିବ ଏବଂ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଏହି ବୈଠକରେ ଉପସ୍ଥିତ ରହିବେ।
Air Pollution: ଚିନ୍ତାଜନକ ସ୍ଥିତିରେ ନବରଙ୍ଗପୁର ବାୟୁ ପ୍ରଦୁଷଣ
ଏହି ବୈଠକ ପାଇଁ ସ୍ବାସ୍ଥ୍ୟ ସଚିବ ଏକ ପତ୍ର ଲେଖିଛନ୍ତି। ଏଥିରେ ଡାକ୍ତରଙ୍କ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ରୂପରେଖ ସ୍ପଷ୍ଟ ହେବ। ଏହାସହ କେବିକେରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସେହିପରି କ୍ୟାଡର୍ ପୁନର୍ଗଠନ, ବିଶେଷଜ୍ଞ ଡାକ୍ତରଙ୍କ ଭତ୍ତା ବୃଦ୍ଧି, ଶବ ବ୍ୟବଚ୍ଛେଦ ଭତ୍ତା ଓ ଦନ୍ତ ଡାକ୍ତରଙ୍କ ବିଶେଷଜ୍ଞ ଭତ୍ତା (ନୂଆ) ପ୍ରସ୍ତାବ ପାରିତ ହୋଇଛି। ତେବେ ବିଳମ୍ବରେ ହେଲେ ମଧ୍ୟ ସ୍ବାସ୍ଥ୍ୟ ବୀମା ନେଇ ସରକାର ସୁନିଶ୍ଚିତ କରିବେ। ସରକାରଙ୍କ ପକ୍ଷରୁ ଏଥିପାଇଁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସେ କହିଛନ୍ତି।
Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା
ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୨୬ ତାରିଖରୁ ଚଳିତମାସ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଡାକ୍ତରମାନେ ସକାଳେ ଘଣ୍ଟିକିଆ ଓପିଡି ବନ୍ଦ ପ୍ରତିବାଦ ଆରମ୍ଭ କରିଥିଲେ। ୫ ତାରିଖ ପରେ ସକାଳେ ୨ଘଣ୍ଟିଆ ଓପିଡି ବନ୍ଦ ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଦୁଇଦିନ ତଳେ ଏସ୍ମା ଲାଗୁ କରିଥିଲେ। ମାତ୍ର ଡାକ୍ତରମାନେ ଏହାକୁ ଖାତିର ନ କରି ଆନ୍ଦୋଳନ ଜାରି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/Dt78lhEXtJIAXWcof6S2.jpg)