Advertisment

Documents of more than 3,000 historical events: ୩ ହଜାରରୁ ଅଧିକ କୀର୍ତ୍ତିରାଜିର ଦସ୍ତାବିଜ ପ୍ରସ୍ତୁତ ହେବ

Advertisment

ରାଜ୍ୟରେ ଏଏସ୍‌ଆଇ ୮୨ଟି କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ବ ନେଇଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୨୧୨ଟି କୀର୍ତ୍ତିରାଜିକୁ ସଂରକ୍ଷଣ କରୁଛି। ଏହା ବାଦ୍ ରାଜ୍ୟରେ ୩ ହଜାରରୁ ଅଧିକ ଅସଂରକ୍ଷିତ କୀର୍ତ୍ତିରାଜି ରହିଛି।

ରାଜ୍ୟରେ ଏଏସ୍‌ଆଇ ୮୨ଟି କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ବ ନେଇଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୨୧୨ଟି କୀର୍ତ୍ତିରାଜିକୁ ସଂରକ୍ଷଣ କରୁଛି। ଏହା ବାଦ୍ ରାଜ୍ୟରେ ୩ ହଜାରରୁ ଅଧିକ ଅସଂରକ୍ଷିତ କୀର୍ତ୍ତିରାଜି ରହିଛି।

assembly33

ଭୁବନେଶ୍ବର: ରାଜ୍ୟରେ ଏଏସ୍‌ଆଇ ୮୨ଟି କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ବ ନେଇଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୨୧୨ଟି କୀର୍ତ୍ତିରାଜିକୁ ସଂରକ୍ଷଣ କରୁଛି। ଏହା ବାଦ୍ ରାଜ୍ୟରେ ୩ ହଜାରରୁ ଅଧିକ ଅସଂରକ୍ଷିତ କୀର୍ତ୍ତିରାଜି ରହିଛି। ସେସବୁର ଡିଜିଟାଲ୍‌ ଡକ୍ୟୁମେଣ୍ଟେସନ୍‌ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ‌ହୋଇଛି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ମନ୍ତ୍ରୀ କହିଥିଲେ, ଆମର ଅନେକ କୀର୍ତ୍ତିରାଜି ରହିଛି ଯାହା କି ବିରଳ। କିନ୍ତୁ ସେଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରାଯାଉ ନ ଥିବାରୁ ଐତିହ୍ୟ ଚୋରିର ଭୟ ରହିଛି। ତେଣୁ ଅସଂରକ୍ଷିତ କୀର୍ତ୍ତିରାଜିକୁ ଚିହ୍ନଟ କରି ତାହାର ସଂରକ୍ଷଣ କରିବାକୁ ବଡ଼ ଯୋଜନା ହୋଇଛି। ଏଥିରେ ପ୍ରାଚୀନ ପୋଖରୀ ଠାରୁ ଆରମ୍ଭ କରି ଗ୍ରାମ୍ୟ ଦେବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ତାଲିକାଭୁକ୍ତ ହେବ। ଏଥି ପାଇଁ ‘ସେଣ୍ଟର୍‌ ଫର୍‌ ହେରିଟେଜ୍‌ ଷ୍ଟଡିଜ୍‌’ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତିନିବର୍ଷ ଭିତରେ ଏହି କାମ ଶେଷ କରାଯିବ। ଏହି କାର୍ଯ୍ୟରେ ନୃବିଜ୍ଞାନ, ପ୍ରତ୍ନତତ୍ତ୍ବ ଓ ଇତିହାସର ଛାତ୍ରଛାତ୍ରୀଙ୍କୁ ବି ସାମିଲ କରାଯିବ। ଗତ ଅଗଷ୍ଟ ମାସରେ ପର୍ଯ୍ୟଟନ, ପୂର୍ତ୍ତ ଓ ସଂସ୍କୃତି ବିଭାଗର ଏକ ବୈଠକ କରାଯାଇ ପ୍ରାରମ୍ଭିକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ମନୋ‌ରଞ୍ଜନ ଦ୍ୟାନସାମନ୍ତରାୟଙ୍କ ମୂଳ ପ୍ରଶ୍ନ ଏବଂ ଅଶ୍ବିନୀ ପାତ୍ର, ଯୋଗେଶ ସିଂହ, ପବିତ୍ର ସାଉଁତା ଓ ଭାସ୍କର ମଢ଼େଇଙ୍କ ଅତିରିକ୍ତ ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। 

Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe