ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡର ଡବଲ ଏନକାଉଣ୍ଟର

କଟକରେ ଡବଲ ଏନକାଉଣ୍ଟର ଘଟିଛି। ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡର ମିଳିତ ସହଯୋଗରେ ଡବଲ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରରେ ଦୁଇଜଣ ଦୁର୍ବୃତ୍ତ ଆହତ ହୋଇଛନ୍ତି...

Double encounter by Choudwar police and special squad

Double encounter by Choudwar police and special squad Photograph: (sambad.in)

କଟକ: କଟକରେ ଡବଲ ଏନକାଉଣ୍ଟର ଘଟିଛି। ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡର ମିଳିତ ସହଯୋଗରେ ଡବଲ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରରେ ଦୁଇଜଣ ଦୁର୍ବୃତ୍ତ ଆହତ ହୋଇଛନ୍ତି।

ଦୁଇ ଦୁର୍ବୃତ୍ତ ହେଲେ କଟାସ ରାଉତ ଏବଂ ଶୁଭ୍ରାଂଶୁ ପରିଡ଼ା। ଉଭୟ ପୁଲିସ ଗୁଳିରେ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଏସିସିବିରେ ଭର୍ତ୍ତି କରାଯାଇଛି। 

ପୁଲିସ ଉଭୟଙ୍କୁ ଗୁରୁବାର ଧରିବାକୁ ଯାଇଥିବାବେଳେ ସେମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ପାଲଟା  ଗୁଳି ଚାଳନା କରାଯାଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ।

ଅଧିକ ପଢ଼ନ୍ତୁ:  ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ବିଭିନ୍ନ ଥାନାରେ ସେମାନଙ୍କ ବିରୋଧରେ ଏକାଧିକ ଅଭିଯୋଗ ଦାଏର ହୋଇଛି।

କଟାସଙ୍କ ବିରୁଦ୍ଧରେ ୧୫ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ପୁଲିସ କହିଛି। ଶୁଭ୍ରାଂଶୁଙ୍କ ବିରୁଦ୍ଧରେ ଚାନ୍ଦା ଆଦାୟ ଠାରୁ ଆରମ୍ଭ କରି ସଶସ୍ତ୍ର ଡକାୟତି ପର୍ଯ୍ୟନ୍ତ ୫୦ ରୁ ଅଧିକ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ପରମାଣୁ ଅସ୍ତ୍ର ନୁହେଁ, ପାଣି ଆଣିଛି ଇରାନ ପାଇଁ ସଙ୍କଟ

Crime | Cuttack 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe