ହୋଲିରେ ରାଜଧାନୀ‌ରେ ଡବଲ ମର୍ଡର

ହୋଲିରେ ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର ହୋଇଛି। ଉଭୟ ଘଟଣାରେ ଛୁରି ଭୁସି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଏନେଇ ଏବେ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି...

Double murder in the capital on Holi

Double murder in the capital on Holi Photograph: (sambad.in)

ଭୁବନେଶ୍ବର: ହୋଲିରେ ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର ହୋଇଛି। ଉଭୟ ଘଟଣାରେ ଛୁରି ଭୁସି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଏନେଇ ଏବେ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସମେଇଗାଡ଼ିଆ-ଶାନ୍ତିପଲ୍ଲୀ ରକ୍ତରେ ଭିଜିଛି।

ସହିଦନଗର ଥାନାର ଶାନ୍ତିପଲ୍ଲୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ୪ ଜଣ ଯୁବକ ମୃତ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।  

ଅଧିକ ପଢ଼ନ୍ତୁ: ଅକାଳରେ ଚାଲିଗଲା ଏହି କ୍ରିକେଟରଙ୍କ ଦୁଇବର୍ଷର ଝିଅ

ସେହିପରି ମଞ୍ଚେଶ୍ବର ଥାନା ସମେଇଗାଡ଼ିଆ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଅଜଣା ଯୁବକ ଛୁରି ଭୁସି ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ସମେଇଗାଡ଼ିଆର ବାବୁ ପତିଙ୍କ ପୁଅ ଆୟୁଷ୍ମାନ ପତି(୨୭)।

ଆୟୁଷ୍ମାନଙ୍କୁ କାହିଁକି ହତ୍ୟା କରାଯାଇଛି ଏବଂ ଏଥିରେ କାହାର ହାତ ଅଛି ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ: ପୁରୀର ପାରମ୍ପରିକ ହୋଲି ଉତ୍ସବରେ ଯୋଗଦେଲେ ହେମା ମାଳିନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe