ଭୁବନେଶ୍ୱର: ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି(ଏଆଇଏସ୍ଇସି) ପକ୍ଷରୁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ(ଭିବିଏସ୍ଏ) ବିଲ୍-୨୦୨୫ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ପ୍ରଫେସର ତଥା ଏଆଇଏସ୍ଇସି ରାଜ୍ୟ ସଭାପତି ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଗଣିତ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇଥିଲେ। ସେହିପରି ବୈଜ୍ଞାନିକ ପ୍ରଫେସର ଆଶୁତୋଷ ପରିଡ଼ା, ଶିକ୍ଷକ ନେତା ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର କିଶୋର ସାମଲ, ପ୍ରଫେସର ଜୟନ୍ତ କୁମାର ରାଉତରାୟ, ପ୍ରଫେସର ସଚିନ୍ଦ୍ର ରାଉଳ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦେ, ଆଡଭୋକେଟ୍ ଜଗବନ୍ଧୁ ଦାସ, ଏଆଇଏସ୍ଇସି ରାଜ୍ୟ ଉପସଭାପତି ବିଶ୍ୱାବସୁ ଦାସ, ସୁଧିର ପଟ୍ଟନାୟକ, ରମେଶ ନାୟକ, ରାଜେନ୍ଦ୍ର ବର୍ମା, ପ୍ରଫେସର ପ୍ରଦୀପ ମହାପାତ୍ର, ସୁବାସ ନାୟକ, ଏଆଇଡିଏସ୍ଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଏଆଇଏସ୍ଇସିର ବବି ବଳବନ୍ତରାୟ, କିଷ୍ଣାରାଣୀ ସାହୁ, କେଶବ ବିଶ୍ୱାଳ, ଜୟନ୍ତ ମହାନ୍ତି, ଚିତ୍ତ ରଞ୍ଜନ ମେଣ୍ଡୁଲୀ ପ୍ରମୁଖ ଆଲୋଚନାରେ ସୁଚିନ୍ତିତ ମତ ରଖିଥିଲେ।
Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା
ସେମାନେ କହିଥିଲେ ଯେ ୨୦୨୫ ଡିସେମ୍ବର ୧୫ରେ କେନ୍ଦ୍ର ସରକାର ଅତି ତରବରିଆ ଭାବେ ଭିବିଏସ୍ଏ ବିଲ୍ ଆଗତ କରିଥିଲେ। ବିରୋଧୀ ଦଳ ସଦସ୍ୟଙ୍କ ପ୍ରତିବାଦ ଫଳରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଆଯାଇଛି। ଏହି ବିଲ୍ ଦ୍ବାରା କେନ୍ଦ୍ର ସରକାର ଦେଶର ଉଚ୍ଚଶିକ୍ଷାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଛନ୍ତି। ପୂର୍ବରୁ ଥିବା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି), ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ୍(ଏଆଇସିଟିଇ), ନ୍ୟାସନାଲ୍ କାଉନ୍ସିଲ୍ ଫର୍ ଟିଚର୍ସ ଏଜୁକେସନ୍(ଏନ୍ସିଟିଇ) ଭଳି କେନ୍ଦ୍ରୀୟ ସଂସ୍ଥାଗୁଡିକୁ ଉଚ୍ଛେଦ କରି ଏହି ବିଲ୍ ଅଣାଯାଇଛି। ଫଳରେ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ। ରାଜ୍ୟ ସରକାର କିମ୍ବା ବିଶ୍ୱବିଦ୍ୟାଳୟର କୌଣସି ଭୂମିକା ରହିବ ନାହିଁ, ଯାହାକି ଗଣତାନ୍ତ୍ରିକ ଶିକ୍ଷା ପ୍ରତି ବିପଦ ପାଲଟିବ। ଏହା ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବ ବୋଲି ଶିକ୍ଷାବିତ୍ମାନେ ମତପ୍ରକାଶ କରିଛନ୍ତି।
Odisha cooperative: ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି-୨୦୨୬ କାର୍ଯ୍ୟକାରିତାର ଶୁଭାରମ୍ଭ
Follow Us