ବାତ୍ୟା ‘ଦାନା’ର ପ୍ରଭାବ: ଅଶାନ୍ତ ସମୁଦ୍ରରେ ଉଚ୍ଚ ଜୁଆର

ବାତ୍ୟା ‘ଦାନା’ର ପ୍ରଭାବରେ ଦୀଘା ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଉପକୂଳ‌ ସମୁଦ୍ରରେ ଜୁଆର ୧ ରୁ ୨ ମିଟର ଅଧିକ ଉଚ୍ଚ ରହିଛି । ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ସୃଷ୍ଟି ହୋଇଛି...

ଅଦ୍ୟତନ ହୋଇଛି
WhatsApp Image 2024-10-24 at 11.22.42 AM

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ  ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି।

ବାତ୍ୟା ‘ଦାନା’ର ପ୍ରଭାବରେ ଦୀଘା ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଛି। ସେହିପରି  ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଉପକୂଳ‌ ସମୁଦ୍ରରେ ଜୁଆର ୧ ରୁ ୨ ମିଟର ଅଧିକ ଉଚ୍ଚ ରହିଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । 

ସୂଚନାଯୋଗ୍ୟ, ପୂର୍ବରୁ ‘ଦାନା’ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌  କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲା। ମାତ୍ର ଏବେ ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ ହୋଇଛି। ଫଳରେ ଏହା ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା ରହିଛି।

ଅକ୍ଟୋବର ୨୪ ଗୁରୁବାର ମଧ୍ୟ ରାତିରୁ ବାତ୍ୟା‘ଦାନା’ର ଲ୍ୟାଣ୍ଡଫଲ୍‌  ପ୍ରକ୍ରିୟା ଆରମ୍ଭ ହୋଇ ୨୫ ଅକ୍ଟୋବର ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିବ।  ଲ୍ୟାଣ୍ଡଫଲ୍‌  ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତି ଜାରି ହେବ। ଏହି ସମୟ ମଧ୍ୟରେ ସର୍ବାଧିକ ପବନର ବେଗ ପ୍ରାୟ ୧୨୦ କିଲୋମିଟର ହେବାର ସମ୍ଭାବନା ଅଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର  ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହା ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ:

ଭୀଷଣ ବାତ୍ୟାରେ ପରିଣତ ହେଲା‘ଦାନା’:ଦୂରତା କମିଲା, ଆତଙ୍କ ବଢ଼ିଲା

ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ: ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe