ସବୁଥିରୁ ବଞ୍ଚିତ ବୃଦ୍ଧ ଦମ୍ପତି: ସରକାରୀ ଯୋଜନା ଅପହଞ୍ଚ

ସବୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ ଦମ୍ପତି। ମୁଣ୍ତଗୁଞ୍ଜିବାକୁ ପକ୍କା ଘର ଟିଏ ନଥିବାରୁ କୁଡ଼ିଆରେ ଦୁହେଁ ଅସହାୟ ଅବସ୍ଥାରେ ରହୁଛନ୍ତି। ବନ୍ୟାରେ ସେମାନଙ୍କ କୁଡ଼ିଆ ଭିତରକୁ ପାଣି ପଶି ଯାଇଥିଲା। ଫଳରେ ଦମ୍ପତି ଜଳବନ୍ଦୀରେ ଥିଲେ....

Elderly couple deprived of everything: Government schemes inaccessible

Elderly couple deprived of everything: Government schemes inaccessible Photograph: (sambad.in)

ପଦ୍ମପୁର: ସବୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ ଦମ୍ପତି। ମୁଣ୍ତଗୁଞ୍ଜିବାକୁ ପକ୍କା ଘର ଟିଏ ନଥିବାରୁ କୁଡ଼ିଆରେ ଦୁହେଁ ଅସହାୟ ଅବସ୍ଥାରେ ରହୁଛନ୍ତି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତିକୁଚା ଗାଁର ଛିଟିଙ୍ଗା ନାଳ ଉପରେ ରହୁଛନ୍ତି କେଶବ ଦେହୁରୀ(୮୦) ଏବଂ ତାଙ୍କ ପତ୍ନୀ ଖୁଦ ଦେହୁରୀ(୭୯)।

ଗତକାଲି ବନ୍ୟାରେ ସେମାନଙ୍କ କୁଡ଼ିଆ ଭିତରକୁ ପାଣି ପଶି ଯାଇଥିଲା। ଫଳରେ ଦମ୍ପତି ଜଳବନ୍ଦୀରେ ଥିଲେ। ଗ୍ରାମବାସୀ ଉଭୟଙ୍କ ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିଥିଲେ। ବୃଦ୍ଧ ଦମ୍ପତିଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ଆଖିକୁ ଆଉ ଦିଶୁନି।

ତିନି ଝିଅଙ୍କର ବିବାହ କରିଦେବା ପରେ ସେମାନେ ଆଉ ବାପା ମା' ଙ୍କ ଭଲମନ୍ଦ ବୁଝୁ ନଥିବା ଜଣାପଡିଛି। ତେବେ ସରକାରୀ ସୁବିଧାରୁ ବୃଦ୍ଧ ଦମ୍ପତି ବଞ୍ଚିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ରେଳଟ୍ରାକରେ ବିପଜ୍ଜନକ ଷ୍ଟଣ୍ଟ୍ ରିଲ୍: ପୂର୍ବତଟ ରେଳପଥର ସତର୍କ-ସଚେତନତା ଅଭିଯାନ

ପାଖରେ ପ୍ରଧାନମନ୍ତ୍ରୀ ଆବାସ ନଥିବା ବେଳେ,ଦୁହିଁଙ୍କୁ ଭତ୍ତା ମିଳୁନି। ବନ୍ୟାରେ ଘରଦ୍ବାର ନଷ୍ଟ ହୋଇ ଯାଇଛି। ଅଭାବ ଅନଟନରେ ଦମ୍ପତି ରହୁଥିବାବେଳେ ଓଳିଏ ଖାଇଲେ ଓଳିଏ ଓପାସ ରହୁଛନ୍ତି। ଗାଁ ଲୋକେ ବେଳେ ବେଳେ ଭଲମନ୍ଦ ବୁଝିବା ସହ ଖାଇବାକୁ ଦେଉଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ମୋ ଉପରେ ଆର୍ଶୀବାଦ ଅଛି, ମୁଁ ଆହୁରି ୪୦ବର୍ଷ ବଞ୍ଚିବି: ଦଲାଇ ଲାମା

Keonjhar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe