ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି...

Elephant death incident in Nakti Deula forest: CM orders high-level inquiry

Elephant death incident in Nakti Deula forest: CM orders high-level inquiry Photograph: (sambad.in)

ଭୁବନେଶ୍ବର/ରେଢ଼ାଖୋଲ: ସମ୍ବଲପୁର  ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 
ଭୁବନେଶ୍ୱରରୁ ଏକ ଟିମ୍ ତଦନ୍ତ ପାଇଁ ନାକଟିଦେଉଳ ଯାଇଛନ୍ତି।

ସମ୍ବଲପୁର ରେଢ଼ାଖୋଲ ଫରେଷ୍ଟ  ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁରେ ଏକ ବ୍ୟକ୍ତିଙ୍କ ହୁକ ପକା ଘଟଣା ଯୋଗୁ ରବିବାର ପ୍ରତ୍ୟୁଷରେ ଗୋଟିଏ ୫ ବର୍ଷର ମାଈ ହାତୀର ମୃତ୍ୟୁ ହୋଇଛି। 

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ ଓ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: କଟୁରୀ ଦେଖାଇ ଲୁଟିନେଲେ ସୁନାଚେନ୍: ସିସିଟିଭିରେ ଲୁଟେରାଙ୍କ କାରନାମା କଏଦ୍

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ ଚିଫ୍ ଫରେଷ୍ଟ କଞ୍ଜରଭେଟର  ମନୋଜ ନାୟାରଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟିଦେଉଳ ଅଭିମୁଖେ ଗସ୍ତ କରିଛନ୍ତି।

ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳର ଉଚ୍ଚ ପଦସ୍ଥ ବନ ବିଭାଗ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳ କୁ ଯାଇ ଅନୁସନ୍ଧାନ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଏଫ୍ଏମ୍ କଲେଜ ପୀଡିତା ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ

Sambalpur | Crime | Elephant | CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe