ରାଉରକେଲା: ମଙ୍ଗଳବାର ରାଉରକେଲା ସେକ୍ଟର-୧୩ ମେଳଣ ପଡ଼ିଆରେ ପ୍ରଥମଥର ପାଇଁ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିଥିବାବେଳେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ବିଧାୟକ ସାରଦା ପ୍ରସାଦ ନାୟକ, ବିଧାୟକ ଦୁର୍ଗାଚରଣ ତନ୍ତୀ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ସେକ୍ଟର-୧୩ ମେଳଣ ପଡ଼ିଆରେ ଅନୁଷ୍ଠିତ ଶିଳ୍ପ ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀରେ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ରାଷ୍ଟ୍ରାୟତ୍ତ ଓ ଘରୋଇ କମ୍ପାନି ଯଥା ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍), ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍), ଗ୍ରିଡ୍କୋ, ଡାଲମିଆ ସିମେଣ୍ଟ, ଓଏମ୍ସି, ଓଡ଼ିଶା ପର୍ଯ୍ୟଟନ, ଶକ୍ତି ବିଭାଗ, ଗୃହସ୍ଥି ଆଦିର ଷ୍ଟଲ୍ ରହିଛି। ଏହି କମ୍ପାନିଗୁଡ଼ିକ ସେମାନଙ୍କର କ୍ଷମତା, ନବସୃଜନ ଓ ଶିଳ୍ପ ଅଭିବୃଦ୍ଧି କାହାଣୀ ପ୍ରଦର୍ଶନ କରୁଛନ୍ତି।
କାର୍ଯ୍ୟକ୍ରମ ଅବସରରେ ଏକ ମନୋରମ ଡ୍ରୋନ୍ ସୋ’ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ‘ଏଣ୍ଟର୍ପ୍ରାଇଜ୍ ଓଡ଼ିଶା’ର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହ କ୍ଷେତ୍ରୀୟ ଗୋଲ୍ ଟେବୁଲ୍ ଆଲୋଚନା ସହ ବି-୨-ଜି ବୈଠକରେ ଅଂଶଗ୍ରହଣ କରିବେ। ଯାହା ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ବୋଲି କୁହାଯାଉଛି। ୩୦ ତାରିଖ ଯାଏଁ ଚାଲିବାକୁ ଥିବା ଏଣ୍ଟର୍ପ୍ରାଇଜ୍ ଓଡ଼ିଶାରେ ବିଭିନ୍ନ କ୍ଷେତ୍ର, ଯଥା ମହିଳା ସଶକ୍ତୀକରଣ, ଦକ୍ଷତା ବିକାଶ, ଶକ୍ତି ସଂପର୍କିତ ଆଲୋଚନା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/28/untitled-12-2026-01-28-07-28-59.jpg)