ଲଇକେରା: ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବାକୁ ଚାଷୀ ହେଉଛି ଗୁଲୁଗୁଲା। ଡିସେମ୍ବର ମାସ ୯ ତାରିଖରୁ ଧାନ ମଣ୍ଡି ଖୋଲିଥିବା ବେଳେ ଆଜି ପର୍ଯ୍ୟନ୍ତ ସୁରୁଖୁରୁରେ ମଣ୍ଡି ଚାଲି ପାରୁ ନାହିଁ। କେତେବେଳେ ଟାର୍ଗେଟ ନାହିଁ ତ କେତେବେଳେ ମିଲର୍ଷ ଟେଗ ହୋଇ ନ ଥିବାକୁ ନେଇ ଅସନ୍ତୋଷରେ ଚାଷୀ ଥିବା ବେଳେ କିଛିଦିନ ପୂର୍ବରୁ ଜିଲାପାଳଙ୍କର ନିର୍ଦେଶନାମା ଘରଘର ବୁଲି ସର୍ଭେ କରିବାକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷର ଥିଲେ। ଜିଲାପାଳଙ୍କୁ ବିଭିନ୍ନ ସମୟରେ ଭେଟି ଏହି ନିର୍ଦେଶନାମା ପ୍ରତ୍ୟାହାର କରିନେବାକୁ ଦାବି କରୁଥିଲେ ଚାଷୀ ସଂଗଠନ।
ଆଜି ଗୁରୁବାର ସକାଳ ପ୍ରାୟ ୭ଟା ସୁଧା ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ସୂର୍ଯ୍ୟ ପାଣିଗ୍ରାହୀ, ଜୟନ୍ତ କୁଣ୍ଡୁ, ସରିତା ମିର୍ଧା, ବାସନ୍ତୀ ମୁର୍ମୁ, ରୋଜାଲିନୀ ସାହୁ, ମାନସ ରଞ୍ଜନ ମହନ୍ତ, ଅଜୟ କେର୍କେଟା, ଆଶୁତୋଷ କିସାନ, ପାୟଲ ହେମ୍ବ୍ରମ ଲଇକେରା ବ୍ଲକରେ ମଜୁରୀ ଡିମାର ଜଣେ ଚାଷୀ ଘର ସମ୍ମୁଖରେ ମଣ୍ଡିକୁ ନେବା ପାଇଁ ଧାନ ଟ୍ରାକ୍ଟରରେ ରଖିଥିବା ବେଳେ ତାର ଟୋକନ ସହିତ କାଗଜପତ୍ର ତନଖି ଥିଲେ। ତାପରେ ପାକେଲ ପଡା ସମବାୟ ସମିତି କୁ ଯାଇ ଧାନ ଗାଡି ରେ ଭିଟିଏସ ହୋଇନି ବୋଲି କହି ଧାନ କିଣା ରେଜିଷ୍ଟର, ଟୋକନ ରେଜିଷ୍ଟରକୁ ଧରି ପଳେଇ ଆସୁଥିବା ବେଳେ ଝରିଆବହାଲ ଛକ ଠାରେ ଚାଷୀ ମାନେ ତାଙ୍କୁ ଅଟକାଇଥିଲେ। କିଛି ସମୟ ମଧ୍ୟରେ କିର୍ମିରା, କୋଲାବିରା, ଝାରସୁଗୁଡା ବ୍ଲକର ଚାଷୀ ସଂଗଠନରୁ ଏକାଧିକ ଚାଷୀ ଆସି ପହଁଚି ଯାଇଥିଲେ।
ସମସ୍ତ ଅଧିକାରୀଙ୍କୁ ଝରିଆ ବାହାଲ ଠାରେ ଲଇକେରା ବାମରା ମୁଖ୍ୟ ରାସ୍ତା ଉପରେ ବସାଇଥିଲେ। ଚାଷୀମାନଙ୍କର ଦାବି ଥିଲା ଜିଲାପାଳ କରିଥିବା ଘରକୁ ଘର ବୁଲି ନିର୍ଦେଶନାମା ପ୍ରତ୍ୟାହାର କରିବା। ଭିଟିଏସ ସିଷ୍ଟମ ଉଠେଇବା, ଜିଲାର ସମସ୍ତ ସମବାୟ ସମିତି ଓ ଧାନ କିଣୁ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଟାର୍ଗେଟ ଦେବା, ଲେପ୍ସ ହୋଇଥିବା ଟୋକନ କୁ ପୁନଃ ସମୟ ସୀମା ବଢେଇବା କୁ ନେଇ ସଙ୍ଗେ ସଙ୍ଗେ ସ୍ପଟ ଉପରେ ଦାବି ପୂରଣ ନ କରିଲେ ଆମେ ଅଟକ ରଖିବୁ। ଯୋଗାଣ ଅଧିକାରୀ ଶ୍ରୀ ବେଶ୍ରା ଜିଲାପାଳଙ୍କ ସହିତ ଫୋନ୍ରେ କଥା ହେବାପରେ ସମସ୍ତ ତହସିଲଦାର, ବିଡ଼ିଓଙ୍କୁ ଫୋନ କରି ଘରକୁ ଘର ବୁଲି ତଦନ୍ତ କରୁଥିବା ଅର୍ଡରକୁ କେନ୍ସଲ କରଗଲା ବୋଲି କହିଥିଲେ।
ଆଜିଠାରୁ ସେଇ ନିର୍ଦେଶନାମା ପ୍ରତ୍ୟାହାର କରି ନିଆଗଲା। ଦିନ ଚାରିଟା ସୁଧା ସମସ୍ତ ବ୍ଲକର ସମିତି ଗୁଡିକୁ ଟାର୍ଗେଟ ଦିଆଗଲା, ଯେଉଁ ଟୋକନ ଲେପ୍ସ ହୋଇଛି ସେଗୁଡିକୁ ରିନ୍ୟୁ କରିବାକୁ ମତ ଦେବା ପରେ ସନ୍ଧ୍ୟା୫ ଟାରେ ସମସ୍ତ ଅଧିକାରୀମାନେ ମୁକୁଳି ଥିଲେ। ମା ଅନ୍ଧାରୀ କୃଷକ ସଙ୍ଗଠନର ସଭାପତି ସାଗର କୁମୁରାଙ୍କ ନେତ୍ତୃତ୍ୱରେ ଜିଲାପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ୍ଜ, ବ୍ଲକ ଅଧ୍ୟକ୍ଷ ସଞ୍ଜିତ ନାଏକ, ଚାଷୀ ନେତା ଦିଲୀପ ବଢ଼େଇ, ରୋହିତ କିସାନ, ନିଶିକାନ୍ତ ପଟେଲ, ପ୍ରସନ୍ନ ପଟେଲ, ଟଙ୍କଧର ନାଏକ, ପଲସ୍ତି ପଟେଲ, ଅଜିତ ପଟେଲ, ସୁଶାନ୍ତ ପଟେଲ, ତେଜରାଜ ନାଏକ, ଲୋକେଶ ଚୌଧୁରୀ, ଲୋକେନ୍ଦ୍ର ରାଉତଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
Follow Us