ବିଲୁପ୍ତ ପ୍ରାୟ ଗୋବିନ୍ଦପାଲ୍ଲୀର ‘ଅଟାଲ‘ ବଇଗଣ

ଗୋବିନ୍ଦପାଲ୍ଲୀ ଅଞ୍ଚଳର ବିଭିନ୍ନ ପ୍ରଜାତିର ବାଇଗଣ ବର୍ତ୍ତମାନ ଆଉ ଯେତିକି ମିଳିବା କଥା ଆଉ ମିଳୁନି। ଏ ରାସ୍ତା ଦେଇ ଜିଲ୍ଲା ଓ ଜିଲ୍ଲା ବାହାର ଲୋକ ଯିବାବେଳେ ଏ ପ୍ରସିଦ୍ଧ ପ୍ରଜାତିର ସୁସ୍ୱାଦୁ ବାଇଗଣ ଲୋକେ ଜିଲ୍ଲାର ଦ୍ବାରରେ ଥିବା ଗୋବିନ୍ଦପାଲ୍ଲୀ ଗ୍ରାମରୁ ଖରିଦ କରି ନେଉଥିଲେ।

brinjal

ମାଲକାନଗିରି: ରାଜ୍ୟରେ ସୁନାମ ଅର୍ଜନ କରିଥିବା ଗୋବିନ୍ଦପାଲ୍ଲୀ ଅଞ୍ଚଳର ବିଭିନ୍ନ ପ୍ରଜାତିର ବାଇଗଣ ବର୍ତ୍ତମାନ ଆଉ ଯେତିକି ମିଳିବା କଥା ଆଉ ମିଳୁନି। ଏ ରାସ୍ତା ଦେଇ ଜିଲ୍ଲା ଓ ଜିଲ୍ଲା ବାହାର ଲୋକ ଯିବାବେଳେ ଏ ପ୍ରସିଦ୍ଧ ପ୍ରଜାତିର ସୁସ୍ୱାଦୁ ବାଇଗଣ ଲୋକେ ଜିଲ୍ଲାର ଦ୍ବାରରେ ଥିବା ଗୋବିନ୍ଦପାଲ୍ଲୀ ଗ୍ରାମରୁ ଖରିଦ କରି ନେଉଥିଲେ। ଏବେ ଆଉ ଗୋବିନ୍ଦପାଲ୍ଲୀରେ ସେହି ବାଇଗଣ ଦେଖିବାକୁ ମିଳୁନାହିଁ। ଏହି ବାଇଗଣ ଧୀରେଧୀରେ ଚାଷ କରିବା ବନ୍ଦ କଲେଣି ଚାଷୀ।

ଏହି ଖବର ପଢ଼ନ୍ତୁ: ବିଧାୟକଙ୍କ ଦରମା ପାଇଁ ନୂଆ କମିଟି ଗଠନ

ନିଜର ପରିଚୟ ସୃଷ୍ଟି କରିଥିବା ଏ ବାଇଗଣ ମୁଖ୍ୟତଃ ମଞ୍ଜି ଖୁବ କମ ହୁଏ ଓ ଆକାରରେ ଅଧା କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ।ଏହାର ସୁଗନ୍ଧ ମଧ୍ୟ ଖୁବ ଆକର୍ଷଣୀୟ। ଯେଉଁଥିପାଇଁବି ଗତ ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ଖୁବ ପ୍ରସିଦ୍ଧି ଲାଭ କରିଥିଲା ଏଠାକାର ବାଇଗଣ। ଭୁବନେଶ୍ଵର, କଟକ, ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁରରେ ବି ଗୋବିନ୍ଦପାଲ୍ଲୀ ବାଇଗଣ ନାମରେ ପ୍ରସିଦ୍ଧ ଥିବା ସହିତ ସ୍ଥାନୀୟ ଚାଷୀଙ୍କ ପାଇଁ ବି ଭଲ ରୋଜଗାର ଦେଉଥିଲା।

ଏହି ଖବର ପଢ଼ନ୍ତୁ: କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି?

ଏହି ବାଇଗଣ ଚାଷ ଗୋବିନ୍ଦପାଲ୍ଲୀ ସହ ଧୁଙ୍ଗିଆପୁଟ, କୁଟଣିପାଲୀ ଅଂଚଳରେ ପ୍ରଚୁର ହେଉଥିଲା। କାରଣ ଏହି ଅଂଚଳରେ ସପ୍ତଧାରା ଏବଂ ଧର୍ମଧାରା ନଦୀ ପ୍ରବାହିତ ହେଉଛି। ପାହାଡ଼ି ନଦୀର ଉପତ୍ୟକାରେ ବର୍ଷାଦିନେ ପଟୁ ମାଟି ଖୁବ ଉର୍ବର ଥାଏ। ଏହି ଚାଷ ଉପଯୋଗୀ ଅଂଚଳକୁ ଆଦିବାସୀ ଭାଷାରେ ‘ଅଟାଲ‘ କୁହାଯାଏ।

ତେବେ ଏଠାରେ ଚାଷ ହେଉଥିବା ବଡ ବାଇଗଣକୁ ଅଟାଲ ବାଇଗଣ ବୋଲି କୁହାଯାଇଥାଏ। ସବୁଠୁ ବଡ କଥା ହେଉଛି ପୁରା ବିଶ୍ବରେ ଜୈବିକ କୃଷିକୁ ବହୁତ ଗୁରୁତ୍ବ ଦିଆ ଯାଉଥିବା ବେଳେ ଏଠାକାର ଅଟାଲ ଚାଷ ସଂପୁର୍ଣ ଜୈବିକ ଭାବେହୋଇଥାଏ। କୌଣସି ପ୍ରକାର ରାସାୟନିକ ସାର ଓ କୀଟନାଶକ ଏଠି ବ୍ୟବହାର ହେଉନଥିବାରୁ ଏ ବାଇଗଣ ସୁସ୍ୱାଦୁ ଓ ସ୍ବାସ୍ଥ୍ୟକର। ଅତି ବେଶୀରେ କେହି କେହି ଅଳ୍ପ ଗୋବର ହିଁ ଏଠି ପ୍ରୟୋଗ କରୁଥିଲେ। ତେଣୁ ପଟୁ ମାଟିରେ ଏ ବିଶିଷ୍ଟ ପ୍ରଜାତିର ବିହନରେ ପ୍ରସ୍ତୁତ ବାଇଗଣ ଆକାର ଖୁବ ବଡ,ମଞ୍ଜି ଖୁବ କମ।ଦେଖିବାକୁ ଧଳା ରଂଗର।

ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ଯୋଗୁଁ ଗାଁ ଛାଡ଼ିଥିଲେ ଗ୍ରାମବାସୀ

ଏହି ବାଇଗଣ ଲୋପ ପାଇବାକୁ ପସିଲାଣି। ସରକାରଙ୍କର ପ୍ରୋତ୍ସାହନ ନଥିବା ସହ କୃଷି ବିଭାଗର ଅଧିକାରୀମାନେ ଏହି ବାଇଗଣ ସଂପର୍କରେ ଅବଗତ ନଥିବାରୁ ଏହାକୁ ବଞ୍ଚାଇବା ପାଇଁ ଏବେ କେହି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛ।କେବଳ ଏହି ଅଟାଲ ବାଇଗଣ ନୁହେଁ ବରଂ ଛୋଟ ଟମାଟୋ ଜାତୀୟ ଭେଜରୀ ମଧ୍ୟ ଲୋପ ପାଇବାକୁ ବସିଲାଣି। ଅଟାଲ ବାଇଗଣ ଓ ବିଲୁପ୍ତ ପ୍ରାୟ ଭେଜରି(ଛୋଟ ଟମାଟୋ) ଚାଷ କରିବାକୁ ଚାଷୀ ଆଉ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି।ଗୋବିନ୍ଦପାଲ୍ଲୀ ବଜାରରେ ଏବେ କାଁ ଭାଁ ଚାଷୀ ବଜାରକୁ ଅଟାଲ ବାଇଗଣ ଆଣୁଥିବା ଦେଖିବାକୁ ମିଳୁଛି। ଚାଷୀଙ୍କୁ ସରକାରୀ ପ୍ରତ୍ସାହନ ମିଳିଲେ ଏହି ଚାଷ ପୁଣି ଜୀବିତ ହେବବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ଯୋଜନାରୁ ବଞ୍ଚିତ ବଣ୍ଡା ମହିଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe