ତୁମୁଡ଼ିବନ୍ଧ: କନ୍ଧମାଳଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ଅଧୀନ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବା ଏବଂ ଶବକୁ ନେଇ ଅନ୍ୟ ସ୍ଥାନରେ ପୋତି ଦେବା ଘଟଣାରେ ବନ ବିଭାଗ ଶେଷ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣା ପଦାକୁ ଆସିବା ପରେ ରେଞ୍ଜର୍ ବିନୟ କୁମାର ବିଶି ଫେରାର ହୋଇଯାଇଥିବା ବେ‌ଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ହାତୀ ମୃତ୍ୟୁ ତଥ୍ୟକୁ ଲୁଚାଇଥିବାରୁ ବନବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

Jharkhand gang: ବ୍ୟାଙ୍କ ଲୁଟ୍‌ ପଛରେ ଝାଡ଼ଖଣ୍ଡ ଗ୍ୟାଙ୍ଗ

ବ୍ରହ୍ମପୁର ଆରସିସିଏଫ୍‌ ବିଶ୍ୱନାଥ ନୀଳାନବର ବାଲିଗୁଡ଼ା ଆସି ପ୍ରାଥମିକ ତଦନ୍ତ କରିଛନ୍ତି। ତେବେ ହାତୀର ଶବକୁ କେଉଁଠି ଲୁଚାଯାଇଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ତଦନ୍ତ ପାଇଁ ଭୁବନେଶ୍ବରରୁ ଏକ ଜଏଣ୍ଟ ଟାସ୍କ‌ଫୋର୍ସ ଟିମ୍‌ର ରାମପଦ ଅରବିନ୍ଦ ମିଶ୍ର, ଡେପୁଟି କଞ୍ଜରଭେଟର୍ ବିବେକ କୁମାର ମିଶ୍ର ଓ କିଶୋର କୁମାର ପାଣିଗ୍ରାହୀ ହାତୀ ମୃତ୍ୟୁ ଘଟିଥିବା ସ୍ଥାନକୁ ଯାଇଥିଲେ। ସେହି ସ୍ଥାନର ମାପଚୁପ କରିଛନ୍ତି । ଏହାପରେ ବେଲଘର କାଠ ବଙ୍ଗଳାରେ ତଦନ୍ତ ପରେ କାଡାପାନା ନର୍ସରିରେ ପୋତା ଯାଇଥିବା ଅନୁମାନ କରି ଖୋଳାଖୋଳି ଆରମ୍ଭ ହୋଇଛି।

Nitin Naveen is my boss: ‘ନିତିନ ନବୀନ ମୋ ବସ୍, ମୁଁ ଜଣେ ଦଳୀୟ କର୍ମୀ’

ଏଠାରୁ ପଲିଥିନ୍‌ରେ ବନ୍ଧାଯାଇଥିବା  କିଛି ମାଂସ ଜବତ ହୋଇଥିବା ସୂଚନା ମିଳିଛି। ଚଳିତମାସ ୫ ତାରିଖରେ ହାତୀଟିର ମୃତ୍ୟୁ ପରେ ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଶ୍ରୀ ବିଶି ଷଡ୍‌ଯନ୍ତ୍ର କରିଥିଲେ। ମୃତଦେହକୁ ନ ପୋତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଥିଲା । ଏନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶିତ ପରେ ପିସିସିଏଫ୍‌ଙ୍କ ନିର୍ଦ୍ଦେଶରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହାନ୍ତ ତଦନ୍ତ କରିଥିଲେ। ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି। ହାତୀ ମରି ନଥିବା ନେଇ ମିଥ୍ୟା ତଥ୍ୟ ଦେଇଥିବା ଏସିଏଏଫ୍‌ ସୂର୍ଯ୍ୟକାନ୍ତ ବେହେରାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାକୁ ବାକି ରହିଲା।